ଦାଦନ ଶ୍ରମିକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ କରଚୁଲି ଗ୍ରାମର କୈଳାଶ ଗୌଡ଼ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଘରେ ବୃଦ୍ଧ ବାପା, ମାଆ, ସ୍ତ୍ରୀ ଓ ୪ଟି ଛୁଆଙ୍କ ପେଟକୁ ଦାନା ଯୋଗାଇବା ପାଇଁ ଦିନ ମଜୁରିଆ ଭାବେ ଜମ୍ବୁଠାରେ କାର୍ଯ୍ୟ କରି ନିଜ ଗ୍ରାମକୁ ଫେରୁଥିବାବେଳେ ଅନୁଗୁଳ ରେଲୱେ ଷ୍ଟେସନ ଠାରେ  କିଛି ଦୁର୍ବୁତ୍ତ ଗତ ୨୮/୦୬/୨୩ ତାରିଖ ଦିନ ଟ୍ରେନଭିତରେ ଝଗଡା କରିବା ସହିତ ଟଙ୍କା ପଇସା ଛଡାଇ ନେଇ ନିସ୍ତୁକ ମାଡମାରିଥିଲେ । ପରେ ସମସ୍ତ ଦୁର୍ବୁତ୍ତ ମିଶି କୈଳାସଙ୍କ ଦୁଇ ଗୋଡ ଓ ହାତକୁ ବାନ୍ଧିକରି ଟ୍ରେନଲାଇନକୁ ଫୋପାଡି ଦେଇଥିଲେ । ଯାହାଫଳରେ କୈଳାସଙ୍କ ଦୁଇ ଗୋଡ ଟ୍ରେନରେ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ କୈଳାସଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କର ଉତ୍ତମ ଚିକିତ୍ସା ନିମନ୍ତେ କଟକ ମେଡିକାଲରେ ଭର୍ତ୍ତି କରାଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିଲା। ଯାହା ଫଳରେ ଦିର୍ଘ ୧୬ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କର ଆଜି ସକାଳ ସମୟରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି । କୈଳାସଙ୍କ ମର ଶରୀର ଗାଁରେ ପହଞ୍ଚିବା ପରେ ଏକ ଶୋକର ଛାୟା ଖେଳି ଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ କରଚୁଲି ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.