ବାସୁଦେବପୁର ୧୫/୭ – ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇ ପଡିଛି । ଫଳରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳେ ବାସୁଦେବପୁର ଡାକ୍ତରଖାନାରେ ବିଭିନ୍ନ ରୁମ ସହିତ ଔଷଧ ବିତରଣ କେନ୍ଦ୍ରରେ ପାଣି ପସିଥିଲା । ଭିତରେ ଔଷଧକୁ ଉପରକୁ ଉଠାଇ ଗୋଡ ଟେକି ବସି ଔଷଧ ବିତରଣ କରୁଥିଲେ । ସଫେଇ କର୍ମଚାରୀମାନେ ଲଗାତର ୱାଇପର ମାରି ବର୍ଷା ଜଳକୁ ବାହାର କରିବାକୁ ଚେଷ୍ଟାକରୁଥିଲେ । ସେହିପରେ ବ୍ଲକ ପରିସରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଫିସ ଦୁଆରେ ଲହରୀ ଭାଙ୍ଗୁଛି ବର୍ଷାଜଳ । ଜଳ ନିଷ୍କାସନ ହୋଇ ନପାରିବାରୁ ବିଡିଓଙ୍କ ଅଫିସ ICDS କାର୍ଯ୍ୟାଳୟ ଆଗରେ ବର୍ଷାଜଳ ଲହରୀ ଖେଳୁଛି । GPO ଅଫିସରେ ବର୍ଷାଜଳ ପସିଯିବାରୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।