ଜଳେଶ୍ବର,(ନ.ନ୍ୟ. ସ)- ସମାଜର ବିକାଶ ଲାଗି, ଗୁଣାତ୍ମକ, ବୌଦ୍ଧିକ ଶିକ୍ଷା ଓ ବିଜ୍ଞାନ ଅଧ୍ୟୟନ ଏକାନ୍ତ ଅପରିହାର୍ଯ୍ୟ। ଯେଉଁ ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ଯେତେ ଆଗୁଆ, ସେହି ଅଞ୍ଚଳର ଦ୍ରୁତ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପରିଲକ୍ଷିତ ହୋଇଥାଏ। ଭାଷା ସାହିତ୍ୟ କ୍ଷେତ୍ରରେ ପଶ୍ଚିମବଙ୍ଗର ବଡ଼ଭାଇ ପଣିଆକୁ, ଟକ୍କର ଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଓ ଓଡ଼ିଆ ବୁଦ୍ଧିମତ୍ତାର,ଅଧିକ ପ୍ରଚାର ପ୍ରସାର ଦିଗରେ କେତେକ ଶିକ୍ଷାନୁରାଗୀ, ଅନୁଷ୍ଠାନ ପ୍ରୟାସ ଜାରି ରଖିଛନ୍ତି। ୯୦ ଦଶକରେ, ଅଧିକାଂଶ ପଞ୍ଚାୟତ ରେ, ଗ୍ରାମବାସୀ ଙ୍କ ଦ୍ୱାରା ମାଧ୍ୟମିକ ବିଦ୍ୟାଳୟ ଗଢି ଉଠିଥିଲା। ଗାଁ ଗହଳି ରେ ପ୍ରାଥମିକ ଶିକ୍ଷା ପରେ ଅଧାରୁ ପାଠ ଛାଡୁଥିବା ଅଧିକାଂଶ ଛାତ୍ର ଛାତ୍ରୀ ସୁବିଧାରେ ଶିକ୍ଷା ଗ୍ରହଣ ସହ, ବହୁ ବେକାର ଉଚ୍ଚ ଶିକ୍ଷିତ ଯୁବକ ଶିକ୍ଷକ ଓ କର୍ମଚାରୀ ଭାବେ ନିଯୁକ୍ତିର ସୁଯୋଗ ପାଇଲେ। ସେହି ସମୟରେ ମାଧ୍ୟମିକ ପରୀକ୍ଷା ରେ ଶିକ୍ଷାର୍ଥୀ, ଵହୁ ପରିମାଣରେ ଉତ୍ତର୍ଣୀ ହେବାଫଳରେ ,ହାତ ଗଣତି ମହାବିଦ୍ୟାଳୟ ରେ ସିଟ୍ ପାଇବା ଦୁରୂହ ହେଉଥିଲା। ମାଧ୍ୟମିକ ଶିକ୍ଷାର ବୈଵ୍ଳଵିକ ପରିବର୍ତ୍ତନ ପରେ ଆସନ ସଂଖ୍ୟା କୁ ଦୃଷ୍ଟିରେ ରଖି, ବହୁ ସରକାରୀ ବେସରକାରୀ ମହାବିଦ୍ୟାଳୟ ଖୋଲିବା ଆରମ୍ଭ ହେଲା । କିନ୍ତୁ +୨ବିଜ୍ଞାନ ରେ ଅଧ୍ୟୟନ କରିବାକୁ ହେଲେ ବହୁ ଦୂର ଦୁରାନ୍ତ କୁ ଯିବାକୁ ଓ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। କେତେକ ପରିବାର ପୁଅ ମାନଙ୍କୁ ଉଚ୍ଚ ଶିକ୍ଷା ଲାଗି, ବହୁଦୂର ଆବାସିକ ମହା ବିଦ୍ୟାଳୟକୁ ପଠାଉଥିଲା ବେଳେ,ଅନେକ ଝିଅ ଦୂର ହଷ୍ଟେଲ ରେ ରହି ,ଵିଜ୍ଞାନ ଅଧ୍ୟୟନ କରିବା ସମ୍ଭବ ହେଉ ନଥିଲା। ଅଧୁନା,ଜଳେଶ୍ବର ଅଞ୍ଚଳରେ କେତେକ କଲେଜରେ ବିଜ୍ଞାନ ଶିକ୍ଷାଦାନ ର ସୀମିତ ସିଟ୍ ସଂଖ୍ୟା ଥିଲା ବେଳେ, ବହୁ ଶିକ୍ଷାର୍ଥୀ ଏହି ବିଷୟରେ ପଢିବାକୁ ସୁଯୋଗ ପାଉନାହାଁନ୍ତି ।ଏହି ଆକାଙ୍ଖା ପୂରଣ ଲାଗି ଜଳେଶ୍ବର ଅଞ୍ଚଳର,କେତେକ ଯୁବକ, ଅନୁଷ୍ଠାନ ପ୍ରେମୀ ବ୍ୟକ୍ତିଗତ ପ୍ରଚେଷ୍ଟା କରିଆସୁଛନ୍ତି। ସେମିତି ଏକ ଯୁବକ ହେଲେ ଉପାନ୍ତ ନଛିମ ପୁର ପଞ୍ଚାୟତ, ଦେଉଳା ଗାଁର ଯୁବକ, କୃପା ସିନ୍ଧୁ ସେଠୀ । ପିଲାଟି ଦିନରୁ ଅଭାବ ଅନଟନ, ଦାରିଦ୍ର୍ୟ ର କଷାଘାତରେ, ଅଧିକ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ତାଙ୍କ ଭାଗ୍ୟରେ ନଥିଲା।ପେଟ ପୋଷିବା ପାଇଁ ଜଳେଶ୍ୱର ସହର ରେ ବହୁ ତାଡନାର ଶିକାର ହୋଇଥିଲେ। କଠିନ ଅଧ୍ୟ ଵ୍ୟଵସାୟ ଓ ଦିନ ରାତି ପରିଶ୍ରମ ଵଳରେ ବ୍ୟବସାୟ କରି ସମାଜରେ ନିଜକୁ ପ୍ରତିଷ୍ଠା ଲାଭ କରିପାରିଛନ୍ତି । ଶିକ୍ଷା ପ୍ରତି ଥିବା ତାଙ୍କର ଦୁର୍ଵଳତା, କଲେଜ ପ୍ରତିଷ୍ଠା କରିବାକୁ ପ୍ରେରଣା ଦେଇଥିଲା। କେତେକ ଶୁଭାକାଙ୍ଖି ବନ୍ଧୁ ଓ ଶିକ୍ଷାବିତ୍ ଙ୍କ ସହଯୋଗ ରେ,ଜୀବନ ଯାକର ଜମା ପୁଞ୍ଜି ପଵିତ୍ର ଶିକ୍ଷାନୁଷ୍ଠାନ ରେ ଲଗାଇଛନ୍ତି । ଘରୋଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ହୋଇଥିଲେ ମଧ ,ସେ ଆର୍ଥିକ ଅନଗ୍ରସର ଶିକ୍ଷାର୍ଥୀ ଙ୍କ ନିକଟରୁ,ସ୍ୱଳ୍ପ ପାରିଶ୍ରମିକ ନେଇଥାନ୍ତି। ଏପରିକି ଏହି ଅଞ୍ଚଳର ୫ଜଣ ଛାତ୍ର ଛାତ୍ରୀ ଙ୍କୁ ଖାଇବା ଖର୍ଚ୍ଚରେ ଶିକ୍ଷାଦାନ ଦେଉଥିବା ସୂଚନା ମିଳିଛି। ସୀମାନ୍ତରେ, ଉନ୍ନତ ଭିତ୍ତିଭୂମି ଥିବା ରାଜ୍ୟ ସ୍ତରୀୟ +୨ ବିଜ୍ଞାନ ଆବାସିକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରି , ବେକାର ଶିକ୍ଷିତ ଯୁବକ ଯୁବତୀ ଙ୍କୁ ରୋଯଗାର ଦେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ, ସେବୀକା ଚାକିରି ଓ ଲେଵ୍ରଟାରିୟାନ ଲାଗି, ବାଳିକା ମାନଙ୍କ, +୨ ବିଜ୍ଞାନ ଶିକ୍ଷା ଅଧ୍ୟୟନ ଅପରିହାର୍ଯ୍ୟ। ‘ସେଣ୍ଡ ସିଟି’ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନ ରେ,ଶ୍ରୀ ସେଠୀ ଙ୍କ ପୁଞ୍ଜି ନିବେଶ, ମନୋନିବେଶ,ଅଞ୍ଚଳରେ ଶିକ୍ଷାର୍ଥୀଙ୍କ ସୁନେଲି ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ଚର୍ଚ୍ଚା ହେଉଛି। ଭିତ୍ତି ଭୂମି ରହିତ ଏହା ଏକ, ଘରୋଇ ଶିକ୍ଷାନୁଷ୍ଠାନ ହେଲେ ମଧ୍ୟ, ଜଳେଶ୍ୱର ଅଞ୍ଚଳରେ +୨ଵିଜ୍ଞାନ ରେ, ଗୁଣାତ୍ମକ ମାନର ଶିକ୍ଷାଦାନ ଲାଗି,ଏହି ବିଦ୍ୟାଳୟ ମାଇଲ୍ ଖୁଣ୍ଟ ସଦୃଶ ହେବ ବୋଲି ବହୁ ଶିକ୍ଷାବିତ୍ ମତପୋଷଣ କରିଛନ୍ତି