ବ୍ରହ୍ମପୁର:ଶ୍ରାବଣ ମାସ ଦ୍ୱିତୀୟ ସମୋବାର ଜଳାଭିଷେକ ପାଇଁ ଜଲ୍ଲା ର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁ ଙ୍କ ହେବ ଭିଡ଼ lଏଥି ପାଇଁ ଦିନକ ପୂର୍ବରୁ ଅର୍ଥାତ ରବିବାର ଠାରୁ ବୋଲବମ ଭକ୍ତ ମାନେ ନଦୀ ଓ ନାଳ ଅଭିମୁଖେ ଯାତ୍ରା କରିଛନ୍ତି.ଏହି କ୍ରମ ରେ ଗଜପତି ନଗରରୁ ଏଗାର ଜଣିଆ ବୋଲବମ ଭକ୍ତଦଳ ଗଞ୍ଜାମ ସ୍ଥିତ ଋଷିକୁଲ୍ୟା ନଦୀ କୁଳ ଅଭିମୁଖେ ଯାତ୍ରା କରିଛନ୍ତି. ଋଷିକୁଲ୍ୟା ନଦୀରୁ ଜଳ ଧାରଣା କରି ପାଦରେ ଚାଲି ଚାଲି ଆସି ପ୍ରଥମେ ବ୍ରହ୍ମପୁର ଗଜପତି ନଗର ସ୍ଥିତ ରାମେଶ୍ୱର ମନ୍ଦିରରେ ଏବଂ ପରେ ସେଠାରୁ ଭାବିନିପୁର ଯାଇ ଶୈବ ପୀଠ ରେ ଜଳାଭିଷେକ କରିବେl ଏହି ଦଳ ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ନିଷ୍ଠାର ସହ ଶ୍ରାବଣ ମାସ ପାଳନ କରି ଆସୁଛନ୍ତି. ଚଳିତ ଥର ଦୀର୍ଘ ବର୍ଷ ବ୍ୟବଧାନରେ ଯୋଡ଼ା ଶ୍ରାବଣ ପଡ଼ିଛିl ଆସନ୍ତା କାଲି ପରେ ପୁଣି ମାସକ ବ୍ୟବଧାନରେ ଆଉ ଦୁଇଟି ସମବାର ଯଥା ଅଗଷ୍ଟ ୨୧ ଓ ୨୮ରେ ଜଳାଭିଷେକ ହେବl ଶ୍ରାବଣ ମାସରେ ବୋଲବମ ଭକ୍ତ ଙ୍କୁ ନେଇ ସବୁଆଡେ ଭବ୍ୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛିl