ବଙ୍ଗୋମୁଣ୍ଡା ; ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧର୍ଲା ପଞ୍ଚାୟତ ମାଲପଡ଼ା ଗାଁ’ରୁ ଝିଙ୍କିପଡ଼ା ଯାଉଥିବା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି ପକ୍କା ରାସ୍ତା ଟିଏ ତିଆରି କରିବା ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ଏ ପର୍ଯ୍ୟନ୍ତ ମିଳି ନାହିଁ । ମାଲପଡ଼ା ଗାଁ’ଠାରୁ ଝିଙ୍କିପଡ଼ା ଗାଁ’କୁ ମାତ୍ର ୨ କିଲୋମିଟର ପର୍ଯ୍ଯନ୍ତ କାଦୋ ପଚପଚ ରାସ୍ତା ସ୍କୁଲ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରୁଥିବା ବେଳେ ନିଜ ଚପଲ ଓ ସାଇକେଲ କୁ ମୁଣ୍ଡରେ ବୋହି ଯିବା ଆସିବା କରୁଥିବା ବେଳେ କୌଣସି ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ଏମ୍ବୁଲାନ୍ସ ମଧ୍ୟ ଆସୁ ନାହିଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ, ସ୍ଥାନୀୟ ଜନ ପ୍ରତିନିଧି ଓ ସରକାରୀ ବାବୁଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏହି ରାସ୍ତା ପକ୍କା ହୋଇ ପାରୁ ନାହିଁ ବୋଲି ଗ୍ରାମର ବନବାସ ମନହୀରା. ଲୀଳାମ ଖରସେଲ. ଅଶୋକ ଧରୁଆ. ମଙ୍ଗଳସାଏ ମାଝୀ. ତୁଳସୀ ମନହୀରା. ଡୁଲାମଣି ଖରସେଲ. ଦାବି କରିଛନ୍ତି, ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କଚା ରାସ୍ତାକୁ ପକ୍କା ରାସ୍ତା କରିବା ପାଇଁ ମାଲପଡ଼ା ଗ୍ରାମବାସୀ ବୃନ୍ଦ ଦାବି କରିଛନ୍ତି, ଏହି ରାସ୍ତା କହି ଦେଉଛି ଯେ ସ୍ଥାନୀୟ ବିଧାୟକ ଏତେ ଏତେ ଥର ବିଧାୟକ ହୋଇ ଅଞ୍ଚଳ ବାସୀଙ୍କ ପାଇଁ କଣ କରିଛନ୍ତି ତାହା ଜାଣି ପାରୁଥିବେ, ନିଜ ପାଇଁ ରାଜନୈତି କରୁଛନ୍ତି ନା ଜନସାଧାରଣଙ୍କ ପାଇଁ ..?