ବସଷ୍ଟାଣ୍ଡର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ବୈଠକ

ବାରିପଦା ପୌରପାଳିକା ବସଷ୍ଟାଣ୍ଡର ଉନ୍ନତିକରଣ କାର୍ଯ୍ୟକୁ ନେଇ ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଅନ୍ୟ ମାନଙ୍କ ମଧ୍ୟରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ଵଜିତ ବେହେରା, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ସେଠି, ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନୀଲ ଦାସ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ, ଭଞ୍ଜପୁର ଏବଂ ଟାଉନ ଥାନା ଅଧିକାରୀ ପ୍ରମୁଖ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିଲେ।  ସ୍ଥାନୀୟ ପୌରପାଳିକା ବସଷ୍ଟାଣ୍ଡର ଉନ୍ନତିକରଣ କାର୍ଯ୍ୟ ପାଇଁ ଗତ ବର୍ଷ ୩କୋଟି ୫୦ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ କରିଥିଲେ। କିନ୍ତୁ ନିର୍ମାଣ କାର୍ଯ୍ୟର ଅହେତୁକ ବିଳମ୍ବ ହେଉଛି। ଟେଣ୍ଡର ପ୍ରକ୍ରିୟା କରି ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.