କଣ୍ଟାବାଞ୍ଜି ୧୯/୭ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଲାଇନ୍ସ ପବ୍ଲିକ ସ୍କୁଲର ଛାତ୍ର ଲଳିତ ଜୈନ ମୃତ୍ୟୁ ମାମଲାକୁ ପ୍ରଥମେ ଜିଆରପି ପୁଲିସ ଚପାଇ ଦେବାକୁ ବହୁ ଚେଷ୍ଟା କରିଥିଲା, କିନ୍ତୁ କଣ୍ଟାବାଞ୍ଜି ପୁଲିସକୁ ତାରି ଭନକ ମିଳିଯାଇଥିଲା ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ ଲଲିତ ଜୈନର ଶବ ବାହାର କଲାପରେ ଶବ ଦେଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ସନ୍ଦେହ ବଢ଼ି ଯାଇଥିଲା, ଲଲିତ ଜୈନର ମର ଶରୀର ତାଜା ଥିବା ବେଳେ ଦେହରୁ କୌଣସି ପ୍ରକାର ଆଘାତ ଦେଖିବାକୁ ମିଳି ନଥିଲା, ତଥା ବସ୍ତ୍ର ସବୁଯାକ ପିନ୍ଧିଥିବା ଅବସ୍ତାରେ ଲଲିତ ଜୈନର ମର ଶରୀର ରହିଥିବା ବେଳେ ଜିଆରପି ପୁଲିସ ଯାହା କହିଥିଲା ସବୁ ମିଥ୍ୟା ସାବିତ ହେଉଥିଲା, ଶବ ବ୍ୟବଚ୍ଛେଦ ନକରି ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ଗଣମାଧ୍ୟମକୁ ବୋକା ବନାଉଥିଲେ ଜିଆରପି ଓ.ଆଇ.ସି. ସୀତାରାମ ସୁନାରି, ବର୍ତ୍ତମାନ ଦି ବ୍ରଦର୍ସ ଗିରଫ ହେବା ପରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଆହୁରି ଅନେକ ବଡ଼ବଡ଼ିଆ ଛାନିଆ ହୋଇପାରିଛନ୍ତି, କେତେବେଳେ ବି ଗିରଫ ହେବାର ସମ୍ଭାବନା ରହିଛି ଟାଙ୍କ ବାବୁ. ପଣ୍ଡିତ ବାବୁ ଓ ସିଂ ସାହାବ ଏହି ତିନି ଜଣଙ୍କ ମନରେ ଭୟ ପଶି ଯାଇଛି ଯେ କେତେବେଳେ ବି ଗିରଫ ହୋଇ ପାରନ୍ତି, ଦି ବ୍ରଦର୍ସକୁ କଣ୍ଟାବାଞ୍ଜି ପୁଲିସ ୩୦୫. ୩୮୫. ୩୬୫. ୩୪ ଭାରତୀୟ ଦଣ୍ଡବିଧାନ ଧାରା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି, ଏହି ଘଟଣାକୁ ନେଇ କେବଳ ଓଟିଭି. ଦୈନିକ ଖବର କାଗଜ ନନ୍ଦିନୀ ଓ ଉତ୍କଳ ସମାଜ ଖବର କାଗଜରେ ଲଗାତାର ଖବର ପ୍ରକାଶିତ ହେଉଥିବା ହେତୁ ପୁଲିସ ବାଧ୍ୟ ହୋଇ ଦି ବ୍ରଦର୍ସ ବିଶାଲ ଅଗ୍ରୱାଲ ଓ ବିକାଶ ଅଗ୍ରୱାଲଙ୍କୁ ଗିରଫ କରି ନିଜର ଦାୟିତ୍ୱ ସାରି ଦେଲା ଭଳି ମନୋବୃତ୍ତି ରଖିଲେଣି, ଆଜି ମୃତ ଲଲିତ ଜୈନର ବାପା ପ୍ରମୋଦ ଜୈନ ଥାନା ଅଧିକାରିଣୀ ଶ୍ରୀମତୀ ରଶ୍ମିତା ବେହେରାଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି, ପ୍ରମୋଦ ଜୈନଙ୍କ ଏତଲା ଉପରେ ଥାନା ଅଧିକାରିଣୀ ଶ୍ରୀମତୀ ବେହେରା କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା, ଯେ ଏହି ଘଟଣାର ସତ୍ୟାସତ୍ୟ କିଭଳି ଭାବେ ଉନ୍ମୋଚନ କରି କରିବେ ନା ନାହିଁ ତାହା ବର୍ତ୍ତମାନ ସନ୍ଦେହ ଜନକ ହୋଇପଡ଼ିଛି,