ଜଳେଶ୍ଵର,ନ.ନ୍ୟୁ.ସ୧୯/୭- ଜଳେଶ୍ୱର ବ୍ଲକରେ ଛତୁଆ କୁ ନେଇ ଚାଲିଛି ନାଟକ। ବ୍ଲକ କୁ ଦୀର୍ଘ ଦିନ ଧରି ଅନ୍ୟ ବ୍ଲକର ଏସଏଚଜି ଗ୍ରୁପ ଦ୍ୱାରା ଜଳେଶ୍ଵର ବ୍ଲକର ସମସ୍ତ ପଞ୍ଚାୟତ ଏବଂ ଜଳେଶ୍ଵର ପୌରାଞ୍ଚଳର ଅଙ୍ଗନୱାଡ଼ି କେନ୍ଦ୍ରକୁ ଛତୁଆ ଯୋଗାଇ ଦିଆ ଯାଉଥିବା ବେଳେ ଗତ ୧/୬/୨୦୨୨ ମସିହା ଠାରୁ ଜଳେଶ୍ୱର ମିଶନ ଶକ୍ତି ଦ୍ୱାରା ନଛିମପୁର ଗ୍ରାମର କଲ୍ୟାଣମୟୀ ଏସଏଚଜି ଗ୍ରୁପ କୁ ଚୟନ କରାଯାଇ ଛତୁଆ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆ ଯାଇଥିଲା।ସରକାରୀ ନିର୍ଦ୍ଦେଶ ମୂଳେ କଲ୍ୟାଣୀମୟୀ ଗ୍ରୁପକୁ ପ୍ରଥମ ପର୍ଯ୍ୟାୟ ରେ ଆଠ ଟି ପଞ୍ଚାୟତ ସହିତ ପୌରାଞ୍ଚଳର ସମସ୍ତ ୱାର୍ଡ କୁ ଛତୁଆ ଯୋଗାଇ ଦିଆ ଯାଇଥିଲା।
ପରେ ଓମ ନମଃ ଶିବାୟ ଏସଏଚଜି ଦ୍ୱାରା ଦିଆ ଯାଉଥିବା ୨୭ଟି ପଞ୍ଚାୟତ କୁ ମଧ୍ୟ କଲ୍ୟାଣମୟୀ ଏସଏଚଜି ନଛିମପୁର କୁ ହସ୍ତାନ୍ତର କରାଗଲା। ତେବେ ମୋଟ ୩୫ ଟି ପଞ୍ଚାୟତ ସହିତ ପୌରାଞ୍ଚଳ କୁ ଛତୁଆ ଯୋଗାଉ ଥିବା ବେଳେ ହଠାତ ମାର୍ଚ୍ଚ ମାସରେ ସରକାରୀ ଗହମ ଯୋଗାଣ ବନ୍ଦ ହୋଇ ଯିବାରୁ ସଦସ୍ୟାମାନେ ଡିଏସଡବ୍ଲୁ ବାଲେଶ୍ୱର ଙ୍କୁ ଗହମ ଯୋଗାଇବା କୁ କହିବା ପରେ ଡ଼ିଏସଡବ୍ଲୁ ମହୋଦୟା ଜିଲ୍ଲାପାଳ ଙ୍କ ନିକଟରେ ଫାଇଲ ଅଛି, ଖୁବଶୀଘ୍ର ଯିବ ବୋଲି କହି ଥିଲେ। ହେଲେ ଏପ୍ରିଲ ମାସ ରେ ବାରମ୍ବାର ସିଡିପିଓ ଜଳେଶ୍ୱର ଏବଂ ଡ଼ିଏସଡବ୍ଲୁ ବାଲେଶ୍ୱର ଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କେହି ମନା କରି ନ ଥିଲେ।ତେବେ ଗତକାଲି ଚାରିଟା ସମୟରେ ସିଡିପିଓ ଙ୍କ ଧମକ ପୂର୍ଣ୍ଣ କଥା ଶୁଣି ମହିଳା ମାନଙ୍କର ହୋସ ଉଡି ଯାଇଥିଲା ଏବଂ ତୁରନ୍ତ ମା କମଳା ଏସଏଚଜି ଗ୍ରୁପ ଖୁଆଡ଼ କୁ ସମସ୍ତ ଜିନିଷ ପତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା।
ପ୍ରକାଶ ଥାଉ କି କମଳା ଏସଏଚଜି ଗ୍ରୁପ ବିଗତ ଦିନରେ ଛତୁଆ କାମ କରିବାକୁ ଟେଣ୍ଡର ଆବେଦନ କରିଥିବା ବେଳେ ତାଙ୍କର କୌଣସି ମେସିନରୀ ଯନ୍ତ୍ରପାତି ଓ ଭିତ୍ତିଭୂମି ନ ଥିବାରୁ ତାକୁ ବାଦ ଦିଆ ଯାଇଥିଲା।ଏପ୍ରିଲ ମାସ ୨୩ ତାରିଖ ଠାରୁ ନେଇ ଥିବା ମା କମଳା ଏସଏଚଜି ଖୁଆର୍ଡ ନିଜର କୌଣସି ଭିତିଭୂମି ନ ଥିବା ବେଳେ ପଡୋଶୀ ଭୋଗରାଇ ବ୍ଲକର କାଳି ମାତା ଏସଏଚଜି ଦ୍ୱାରା ପ୍ରସ୍ତୁତ ଛତୁଆ ଉପରେ ମା କମଳା ଏସଏଚଜି ର ଷ୍ଟିକର ଲଗାଇ ଦିଆ ଯାଉଥିବା ଦେଖିବାକୁ ମିଳିଛି। ଯାହାକି ସଂପୂର୍ଣ୍ଣ ଆଇନ ବିରୋଧି କାର୍ଯ୍ୟ ଅଟେ।ମୋଟା ଅଙ୍କରେ ଅର୍ଥ କାରବାର ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଜଣା ପଡ଼ିଛି ଏବଂ ଏହା ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ଅଛି ବୋଲି ମତ ପ୍ରକାଶ ପାଇଛି।ଆଜି ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଅମ୍ଲାନ ନାୟକ, ସିଡିପିଓ ଚମ୍ପାବତୀ ମୁର୍ମୁ, ସୁପରଭାଇଜର ପାର୍ବତୀ ହେମ୍ବ୍ରମ, ପୋଲିସ ଏଏସଆଇ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କଲ୍ୟାଣମୟୀ ଏସଏଚଜିର ମହଜୁଦ ଥିବା କଞ୍ଚା ଗହମ ୩୦ କ୍ଵିଣ୍ଟାଲ ୫୭ କିଲୋ ୯୦ ଗ୍ରାମ ଓ ଭଜା ଗହମ ୮୬ କ୍ଵିଣ୍ଟାଲ ୪୬ କିଲୋ ୧୯୦ ଗ୍ରାମ ମୋଟ ୮୬ କ୍ଵିଣ୍ଟାଲ ୪୬ କିଲୋ ୧୯୦ ଗ୍ରାମ ଗହମ ହସ୍ତାନ୍ତର କରା ଯାଇଛି।
ମାତ୍ର ଚିଠି ଅନୁସାରେ ୯୧ କ୍ଵିଣ୍ଟାଲ ୩୧ କିଲୋଗ୍ରାମ ଗହମ ଥିବା ବେଳେ ୮୬ କ୍ଵିଣ୍ଟାଲ ୪୬ କିଲୋ ୧୯୦ ଗ୍ରାମ ଥିଲା। ବାକୀ ୪ କ୍ଵିଣ୍ଟାଲ ୮୪ କିଲୋ ୮୧୦ ଗ୍ରାମ କମ୍ ଥିଲା। ଗହମ ଭଜା ହୋଇ ଥିବାରୁ କମି ଯାଇଥିବା କଲ୍ୟାଣିମୟୀ ଏସଏଚଜିର ସମ୍ପାଦିକା ନିୟତି ରାଜ କହିଛନ୍ତି। ଅନ୍ୟ ସମସ୍ତ ସରକାରୀ ସାମଗ୍ରୀ କୁ ମା କମଳା ଏସଏଚଜି ଖୁଆଡ଼ କୁ ସ୍ଥାନାନ୍ତର କରିଥିଲେ।
ଅନ୍ୟ ପକ୍ଷରେ କଲ୍ୟାଣୀ ମୟୀ ସ୍ଵୟଂ ସହାୟିକା ଗୋଷ୍ଠୀ ନଛିମପୁର ପକ୍ଷରୁ ଗତ ତା-୧୦/୭/୨୦୨୩ ରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁ.ପି.(ସି)୧୫୯୩୨/୨୩ ରେ ସରକାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି।ଅନ୍ୟ ମାନଙ୍କ ମଧ୍ୟରେ କଲ୍ୟାଣୀମୟି ସ୍ଵୟଂ ସହାୟିକା ଗୋଷ୍ଠୀ ର ସଭାପତି ଉମାରାଣୀ ସିଂହ ସମ୍ପାଦିକା ନିୟତି ରାଜ ଓ ଗୋଷ୍ଠୀର ଅନ୍ୟ ସଦସ୍ୟଙ୍କ ସହ ମା କମଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଭାପତି ଲକ୍ଷ୍ମୀପ୍ରୟା ବେହେରା ଓ ସମ୍ପାଦିକା ସବିତା ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।