ବ୍ରହ୍ମପୁର:ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ବିଦ୍ୟୁତ ସରବରାହ କାର୍ଯ୍ୟ ନକରିଲେ ବିକଳ୍ପ ବ୍ୟବସ୍ଥା ନିମନ୍ତେ ବିଭିନ୍ନ କମ୍ପାନୀର ୧୯ ଗୋଟି ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରଟର(ଡ଼ିଜି) ପ୍ରତିଷ୍ଠା କରାଯାଇଛିl ଏଥି ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରାଜସ୍ୱ ଖର୍ଚ୍ଚ ହେଉଛି କିନ୍ତୁ ବିଡ଼ମ୍ବନାର ବିଷୟ ପ୍ରତିଷ୍ଠା ହୋଇଥିବା ଡ଼ିଜି ଗୁଡିକର ରକ୍ଷଣାବେକ୍ଷଣ ଠିକ ରୂପେ ହୋଇପାରୁନଥିବା ଦୃଷ୍ଟିରୁ ଗତକାଲି ରତିରେ ମୋବାଇଲ ଟର୍ଚ୍ଚ ବ୍ୟବହାର କରି ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଦେଖାଦେଇଥିଲା।ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫେରାଲ ହସ୍ପିଟାଲ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ହୋଇଥିବା ବେଳେ ଏପରି ଚିକିତ୍ସା ପଦ୍ଧତି ରୋଗୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି। ଏପରି ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ବ୍ରହ୍ମପୁର ଏମକେସିଜିରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିବା ନେଇ ସୂଚନା ମିଳିଛିl ଗତ କିଛି ଦିନତଳେ ବିଭିନ ଗଣ ମାଧ୍ୟମରେ ବାହାରିଥିଲା ଏମକେସିଜି ଏକ ପରିତ୍ୟକ୍ତ କ୍ଵାଟରଘରୁ ବିପୁଳ ପରିମାଣର ସଫଟ୍ରିଆକ୍ସନ୍ ଆଣ୍ଡ ସୁଲବାକ୍ଟମ୍ ନାମକ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ୍ ମିଳିଥିଲା।ପରବର୍ତ୍ତୀ ସମୟରେ ଏହା ଚୋରି ଯାଇଥିବା ନେଇ ମେଡିକାଲ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା।ଏହି ଘଟଣାକୁ ନେଇ ଆଜି ୪ ଜଣିଆ ଇନ୍ଣ୍ଟରନାଲ୍ କମିଟି(ଆଭନ୍ତରୀଣ ଦଳ)କୁ ନେଇ ଡାକ୍ତରଖାନାର ରେଜିଷ୍ଟାର (ପ୍ରଶାସକ) ସଂଗ୍ରାମ ଶେଖର ପଣ୍ଡା ଏକ ତଦନ୍ତ ଭିତିକ ବୈଠକ କରିଥିବା ସୂଚନା ମିଳିଛି।