ଜରିପାଲ ଘର ଆବାସ ଯୋଜନାରୁ ବାଦ ପଡ଼ିଲା

ପରଜଙ୍ଗ,୧୯/୭: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇ ଗୃହ ନିର୍ମାଣ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଜମାଖାତାକୁ ଟଙ୍କା ପଠାଯାଉଛି। ଏହି ପରିପ୍ରେକ୍ଷୀରେ ଅଯୋଗ୍ୟ କୁ ହଁ ଯୋଗ୍ୟଙ୍କୁ ନାଁ ରେ ପ୍ରହସନ ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ସୂଚନା ମୁତାବକ ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତ ବଡ଼ଦାଣ୍ଡ ସାହିର କରୁଣାକର ବେହେରା (୭୪) ଗୁହାଳ ତଥା ଜରି ପାଲ ଟଣା ଘରେ ରୋଗୀଣା ବୃଦ୍ଧା ସ୍ତ୍ରୀଙ୍କ ସହ କର୍କଟ ରୋଗରେ ଆକ୍ରାନ୍ତ ପୁଅ ସହିତ ଜୀବନ ଅତିବାହିତ କରିବା ସହିତ କରୁଣାକର ଙ୍କ ସ୍ତ୍ରୀ ସର ବେହେରା ଦୀର୍ଘ ବର୍ଷ ହେବ ପକ୍ଷଘାତରେ ପୀଡ଼ିତ ଶର୍ଯ୍ୟାଶାୟୀ ହୋଇ ପଡିରହିଥିବା ବେଳେ ଏକ ମାତ୍ର ପୁତ୍ର କାହ୍ନୁଚରଣ ବେହେରା (୪୫) ବାପା ମା ଙ୍କ ଯତ୍ନ ନେବା ବୟସରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ମାତ୍ର ପାଞ୍ଚ ଶହ ଟଙ୍କା ଓ ପାଞ୍ଚ କେଜି ଚାଉଳ ସାହା ଭରଷା। ଏନେଇ ତା ୨୭ ନଭେମ୍ବର ୨୦୨୨ ରିଖରେ “ସମାଜ ” ରେ ଖବର ପ୍ରକାଶ ହେବା ପରେ ପରଜଙ୍ଗ ବ୍ଲକ ଖାଦ୍ୟ ସୁରକ୍ଷା ଯୋଗାଣ ଅଧିକାରୀ ଶ୍ରୀ ବେହେରାଙ୍କ ଘରେ ପହଞ୍ଚି ତଦନ୍ତ କରିବା ପରେ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ କରାଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ‌। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୂଡ଼ାନ୍ତ ତାଲିକା ଆସି ଜମାଖାତାକୁ ଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଆସୁଥିବା ବେଳେ ତାଲିକାରେ ଶ୍ରୀ ବେହେରାଙ୍କ ନାମ ନଥିବା ଜଣାଯାଇଛି ‌। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତଦନ୍ତ ନିମନ୍ତେ ପଞ୍ଚାୟତକୁ ଆସିଥିବା ଅଧିକାରୀଙ୍କ କେମିତି କରୁଣାକର ଙ୍କ ଜରିପାଲ ଟଣା ଗୁହାଳେ  ଅତିବାହିତ କରୁଥିବା ଘଟିକୁ ଦେଖି ନପାରି ତାଲିକାଭୁକ୍ତ କରାନଯିବାକୁ ସାଧାରଣରେ ନାପସନ୍ଦ କରିବା ସହିତ ଅଧିକାରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରଜଙ୍ଗ ବ୍ଲକ ଅଧିକାଂଶ ପଞ୍ଚାୟତରେ ଶତାଧିକ ଯୋଗ୍ୟ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି ‌। ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପ୍ରତିଶ୍ରୁତି ହୋଇ ରହିଯାଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏଠି ଗରିବ ଅବହେଳିତ ଅସହାୟ ଲୋକଙ୍କ ପାଖରେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାଟମାରଣା ହୋଇଛି ଏଥିରେ ସଂପୃକ୍ତ ତଦନ୍ତ କାରୀ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ‌। ଚଳିତ ଲଗାଣ ବର୍ଷାରେ କରୁଣାକର ଙ୍କ ଜରିପାଲ ଟଣା ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେ ତାଙ୍କ ସ୍ଥାନୀୟ ପରିଜନଙ୍କ ଘରେ ଆଶ୍ରୟ ନେଇଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏ ସଂକ୍ରାନ୍ତରେ ବସୁଲେଇ ସରପଞ୍ଚ ଅଶାନ୍ତି ରାଉତ ଫୋନ୍ ଯୋଗେ କହିଛନ୍ତି କି ମୋ ପଞ୍ଚାୟତରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଛନ୍ତି। କରୁଣାକର ବହୁତ ଗରିବ ଅବହେଳିତ ଅସହାୟ ବୃଦ୍ଧ ଅଟନ୍ତି ତାଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନଥିବା ନେଇ ଚକିତ କରିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜେ ଆସି ତଦନ୍ତ କରି କରୁଣାକର ଙ୍କ ପରି ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ନେଇ ମତପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କରୁଣାକରଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।

Leave A Reply

Your email address will not be published.