କଣ୍ଟାବାଞ୍ଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର କୋଣ ଅନୁକୋଣରେ ସଟ୍ଟା କାରବାର ବିସ୍ତାର କରି ସଫଳତା ହାସଲ କରିଥିବା ସଟ୍ଟା ଡ଼ନକୁ ଆଜି ଗିରଫ କରିବାରେ ସକ୍ଷମ ହୋଇଛି, କେତେବି ପୁଲିସ ଅଧିକାରୀ ଆସି ଗଲେ କେହି ବି ଏହି ସଟ୍ଟା ଡ଼ନକୁ ଛୁଇଁ ବି ପାରି ନ’ଥିଲେ, ଏମାନେ ଯେତେବେଳେ କଣ୍ଟାବାଞ୍ଜିକୁ ଆସିଥିଲେ ସାଙ୍ଗରେ କେବଳ କଟୁରୀ ଟିଏ ନେଇ କି ଆସିଥିଲେ ଆଉ କଣ୍ଟାବାଞ୍ଜିରେ ପାନ ଦୋକାନ ଦେଇ ଚଳୁଥିଲେ ବୋଲି ବୟସ୍କ ବ୍ୟକ୍ତି ବିଶେଷ କୁହନ୍ତି, କିନ୍ତୁ ଏମାନଙ୍କ ହାତରେ ସଟ୍ଟାର ଚାବିକାଠି ଯେବେଠାରୁ ଲଗିଲା ସମ୍ପୂର୍ଣ୍ଣ ସହରକୁ ଲୁଟିବାକୁ ଲାଗିଲେ ଓ ଏଜେଣ୍ଟ ମାନେ ଛକ-କୁ-ଛକ ନିଯୁକ୍ତି ଦେଇ କାରବାର ବଢ଼ାଇ କୋଟି କୋଟି ଟଙ୍କାର ମାଲିକ ସାଜିଲେ, ଏହି ଗୋଷ୍ଠୀର ସମସ୍ତଙ୍କୁ ଡ଼ନ ନାମରେ ପରିଚିତ ହୁଅନ୍ତି ମାଧିଆ ଡ଼ନ ହେଉ ବା କିଶୋର ଡ଼ନ. ଭିକି ଡ଼ନ. ପପ୍ପୁ ଡ଼ନ. ଅଶୋକ ଡ଼ନ ପ୍ରଭୁତି ନାମରେ ସମସ୍ତ ସଟ୍ଟା ଡ଼ନ ବା ମାଫିଆ ମାନଙ୍କୁ ଜାଣନ୍ତି, କେବେବି କୌଣସି ପୁଲିସ ବାବୁଙ୍କୁ ଧାରା ଛୁଆଁ ଦିଅନ୍ତି ନାହିଁ ଏହି ସଟ୍ଟା ମାଫିଆ ମାନେ, ଜଣେ ଡ଼ନକୁ ତ ଧରିଲେ ଅନ୍ୟ ମାନଙ୍କୁ କାହିଁକି ଧାରା ଯାଉ ନାହିଁ..? ନା ଆଗକୁ ଧରିବାର ପ୍ଲାନିଙ୍ଗ ରହିଛି କଣ୍ଟାବାଞ୍ଜି ପୁଲିସର ତାହା ଅସ୍ପଷ୍ଟ ରହିଛି,