ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ପାରଳା ପୌରପରିଷଦ ଏବଂ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ଦୋକାନ ଗୁଡ଼ିକ ଉପରେ ଚଢ଼ାଉ କରି ବହୁ ପୋଲୋଥିନ ଗୁଡ଼ିକ ଜବତ କରିବା ସହ ଖାଦ୍ୟର ମାନ ତଥା ଗୁଣବତ୍ତା ଯାଞ୍ଚ କରିଥିଲେ । ଏହା ସହ ଟ୍ରେଡ ଲାଇସେନ୍ସ ଗୁଡ଼ିକର ଯାଞ୍ଚ କରି ଅବହେଳିତ ଦୋକାନୀ ମାନଙ୍କ ଠାରୁ ଜରିମାନା ଅସୁଲ କରିଥିବା ବେଳେ ଗୋଟିଏ ଦୋକାନକୁ ସିଲ୍ ମଧ୍ୟ କରିଥିଲେ । ଏହି ଅବସରରେ ଖାଦ୍ୟ ନିରାପତ୍ତା ଅଧିକାରୀ ତପସ୍ୱିନୀ ବେହେରା, ବଳରାମ ପ୍ରଧାନ, ପୌରପରିଷଦର ନକୁଳ ବିଷୋୟୀ ଙ୍କ ସହ ଏକ ଚାରି ଜଣିଆ ଟିମ ଏହି ଚଡଉ କରି ଥିବା ସୂଚନା ରହିଛି । ଏହି ପରିପ୍ରେକ୍ଷୀରେ ଏଭଳି ଚଢ଼ାଉ ଆଗାମୀ ଦିନମାନଙ୍କରେ ଜାରି ରହିବ ଏବଂ ରାସ୍ତା ତଟରେ ଥିବା ଅସ୍ଥାୟୀ ଠେଲା ଦୋକାନ ଗୁଡିକୁ ହଟାଇ ପୌରପରିଷଦ ପକ୍ଷରୁ ଚୟନ କରାଯାଇଥିବା ସ୍ଥାନରେ ଏମାନେ ଦୋକାନ ଖୋଲିବା ବ୍ୟବସ୍ଥା କରାଯାଇଛି ପାରିବେ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।