ହାଟଡିହି ଅନନ୍ତ ଗୋପାଳ ସାରଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା। ବାଜୁଛି ବାଜା, ଫୁଟୁଛି ବାଣ, ଚାଲିଛି ଶୋଭାଯାତ୍ରା । ଏ କେଉଁ ବାହାଘର ଶୋଭାଯାତ୍ରା କି ରାଜନୈତିକ ନେତାଙ୍କ ଶୋଭାଯାତ୍ରା ନୁଁହ। ଏ ହେଉଛ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅସିଆ ମୁଣ୍ଡା ସାହି ର ପ୍ରଧାନଶିକ୍ଷକ ଅନନ୍ତ ଗୋପାଳ ବେହେରା ଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା। ଦୀର୍ଘ ବର୍ଷଧରି ଶିକ୍ଷାଦାନ କରିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଅସିଆ ମୁଣ୍ଡା ସାହି ର ପୁରାତନ ଛାତ୍ରଛାତ୍ରୀ ମାନେ ବହୁ ଦୂର ଦୁରାନ୍ତରୁ ଛୁଟିଆସିଛନ୍ତି ତାଙ୍କର ପ୍ରିୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଗୋପାଳ ବେହେରା। କେବଳ ଜଣେ ଶିକ୍ଷକ ନଥିଲେ, ସେ ଥିଲେ ଏକ ସମାଜସେବୀ ଓ ଅନୁଷ୍ଠାନ। ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ଜଣେ ଶିକ୍ଷକ ନେତା, ଜଣେ ଦକ୍ଷ ସଂଗଠକ ଓ ସାଂସ୍କୃତିକ ପ୍ରେମୀ ଥିଲେ । ତାଙ୍କର ଅବସର ସମ୍ବର୍ଦ୍ଧନା ଉତ୍ସଵ ରେ ପ୍ରଥମ ପର୍ଯ୍ୟାୟରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ବନବିହାରୀ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହିସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଧନେଶ୍ୱର ଖଣ୍ଡାଇ , ମୁଖ୍ୟ ବକ୍ତା ଭାବେ ଅତୁଲ କୁମାର ବଳ ,ସମ୍ମାନିତ ଅତିଥିଭାବେ ଏ ବି ଓ ସୁରେଶ କୁମାର ଜେନା ,ସ୍ନେହଳତା ମହାରଣା , ପ୍ରମୋଦ କୁମାର ନାୟକ,ଅନିଲ କୁମାର ଦାସ , ସରପଞ୍ଚ ମଧୁମିତା ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସେଠୀ, ସମିତି ସଭ୍ୟ ଜଗତା ନନ୍ଦ ଜେନା ଯୋଗଦେଇ ବିଦାୟ ଶିକ୍ଷକଙ୍କଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ।