ବାଲିଆପାଳ ୨୧/୭ (ନ.ନ୍ଯୁ.ସ.) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ର ବାଲିଆପାଳ ହନୁମାନ ମନ୍ଦିର ଅଗରେ ଶୁକ୍ରବାର ପୂର୍ବାହ୍ନ ରେ ଏକ ବେଆଇନ ବାଲି ବୋଝେଇ ଡମ୍ପରକୁ ବାଲିଆପାଳ ଅତିରିକ୍ତ ତହସିଲଦାର ଜବତ କରି ପଞ୍ଚାବନ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।
ସୂଚନା ମୁତାବକ ବାଲିଆପାଳ ଅତିରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ର ଆଜି ପୂର୍ବାହ୍ନରେ ଘରୁ ବାଲିଆପାଳ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ସମୟରେ ଓ ଡି ୦୧ ଜେଡ ୧୦୧୩ ସାଇ ଲକ୍ଷ୍ମୀ ନାମକ ଏକ ଡମ୍ପର ରେ ବାଲି ଯାଉଥିବାର ଦେଖି ଶ୍ରୀ ପାତ୍ର ରୟାଲିଟି ପେପର ଯାଞ୍ଚ କରିବା ପାଇଁ ଡମ୍ପର କୁ ଅଟକାଇ ଥିଲେ। ମାତ୍ର ଡ୍ରାଇଭର ରୟାଲିଟି ପେପର ଦେଇ ନପାଇବାରୁ ଡମ୍ପର ଟିକୁ ତହସିଲ ରେ ଅଟକ ରଖି ୫୫,୫୧୨ ଟଙ୍କାର ଜରିମାନା ଆଦାୟ କରିଛନ୍ତି।ତେବେ ଡମ୍ପରଟି ମୟୂରଭଞ୍ଜର ହାଟ ଡିହାରୁ ବେଆଇନ ବାଲି ନେଇ ବାଲିଆପାଳ ଅଞ୍ଚଳ କୁ ଆସୁଥିବା ବେଳେ ବହୁ ତହସିଲ ଥାନା ଅତିକ୍ରମ କରି ଆସିପରୁଥିବାରୁ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହେଇଛି।