ଉଚ୍ଚଶିକ୍ଷା ଲାଗି ପାଠପଢିବାକୁ ଯାଇ ଛାତ୍ରଛାତ୍ରୀ ହନ୍ତସନ୍ତ

ଗଜପତି -୩ବର୍ଷରେ ୧୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବନ୍ଧାରେ ପଡିଛି ଉଚ୍ଚଶିକ୍ଷା ଲାଗି ପାଠପଢିବାକୁ ଯାଇ ହେଉଛନ୍ତି ହନ୍ତସନ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନାଗର ବ୍ଲକର ଖାରଡା ଗ୍ରାମରେ ।  ଆମେ କହୁଚୁ କବି ଗପାଳକୃଷ୍ଣ ମହାବିଦ୍ୟାଳୟର କଥା ଯେଉଁଠେ ପିଲା ଟଙ୍କା ଦେଇ ଜଏଏନ ହୋଇ ପାସ ହେଇସାରିବା ପରେ ଭି ପିଲାଙ୍କ ସାର୍ଟିଫିକେଟ ମିଳୁନି।ସେପଟେ ପିଲା ଅଧିକ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି । ଆସନ୍ତୁ ପଡ଼ିବା ଗଜପତିରୁ  ଏହି ରିପୋର୍ଟ ।

ପିଲାଙ୍କ ଶିକ୍ଷ୍ୟା ପାଇଁ ରାଜ୍ୟ ସରକାରଙ୍କ ଅନେକ ପ୍ରୟାସ ହେଲେ କିଛି ଅସାଧୁ ଶିକ୍ଷ୍ୟାନୁଷ୍ଠାନ ଲାଗି ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି ।ଆମେ କହୁଚୁ ଗଜପତି ଜିଲ୍ଲା କାଶୀନାଗର ବ୍ଲକରେ ଥିବା ଖାରଡା ଗ୍ରାମର କବି ଗୋପାଳକୃଷ୍ଣ ମହାବିଦ୍ୟାଳୟ କଥା । ଯାହାକୁ ଦେଖିଲେ ଆପଣଭି ଭ୍ରମିତ ହେବେଯେ ଏହା ମହାବିଦ୍ୟାଳୟ ନା କାହା ଘର । ୮/୪୦ ଦୁଇ ମହଲା ଘରେ ଚାଲିଛି ମହା ବିଦ୍ୟାଳୟ ।ତାହାଭି ତଳ ମହଲାରେ ଖୋଦ କଲେଜ ଅଧ୍ୟକ୍ଷ ନିଜ ପରିବାର ରୁହନ୍ତି ଏବଂ କଲେଜର କାର୍ଯ୍ୟାଳୟ ଚାଲେ । ଏହି ଗ୍ରାମର ରାମଚନ୍ଦ୍ର ଦଳେଇ ହେଉଛନ୍ତି କଲେଜର ଅଧ୍ୟକ୍ଷ ଆଉ ସମ୍ପାଦକ ତାଙ୍କ ମାଁ ଲକ୍ଷ୍ମୀ ଦଳେଇ ହେଉଛନ୍ତି କଲେଜର ସଭାପତି, କଲେଜ ପରିଚାଳନାରେ ଆଉଜଣେ ପୁଅ ପରୀକ୍ଷିତ ଦଳେଇ ଦାୟିତ୍ବରେ ଅଛନ୍ତି । ୧୫.୮.୨୦୧୩ରେ ଏହି କଲେଜ ତତ କାଳୀନ ଜିଲ୍ଲାପାଳ ବାସୁଦେବ ବାହିନୀପତିଙ୍କ ଉଦଘାଟିତ ହୋଇଥିଲା । ଏବେ ଏହି କଲେଜରେ ପିଲାଙ୍କଠୁ ପଇସା ଲୁଟି ପିଲାଙ୍କ ଭବିଷ୍ୟତ ସହ ଖେଳଖେଳୁଛନ୍ତି ପୁରା ପରିବାର । ଗତ ୩ବର୍ଷ କଥା ଯଦି କହିବା ଏଠାରେ ଦେଢ଼ସହରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଅନଲାଇନ ମାଧ୍ୟମରେ ଆବେଦନ କରି ନାମ ଲେଖାଇ ଟଙ୍କା ପଇଠ କରିଛନ୍ତି +2 ପରୀକ୍ଷା ଦେଇ ପାସମଧ୍ୟ କରିଛନ୍ତି ତେବେ ଅଧିକ ପାଠ ପଢିବା ପାଇଁ ସାର୍ଟିଫିକେଟ ମାଗିଲେ ମିଳୁନାହିଁ । ଏଭଳିକି ନାଁଲେଖାଇବା ସମୟରେ ଦଶମ ଶ୍ରେଣୀର ଦିଆଯାଇଥିବା ସାର୍ଟିଫିକେଟକୁ ମଧ୍ୟ କଲେଜ କର୍ତ୍ତୃପକ୍ଷ ନିଜ କବଜାରେ ରଖିଥିବା ଓ ସାର୍ଟିଫିକେଟ ମାଗିଲେ ଅଧିକ ୨୦ହଜାର କଲେଜ ତରଫରୁ ମଗାଯାଉଛି ନଚେତ ପିଲାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ଏଠାକାର ଛାତ୍ରଛାତ୍ରୀ । ଅନ୍ୟପକ୍ଷେ ଯେଉଁମାନେ ଗତ ବର୍ଷ ଓ ଚଳିତ ବର୍ଷ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କୁ ଟଙ୍କା ବାନ୍ଧିବା ରସିଦ ବା ନାମଲେଖାଇବା କୌଣସି ପ୍ରମାଣ ଦେଉନାହାନ୍ତି । କୌଣସି ପିଲା ବା ଅଭିଭାବକ ପଚାରିଲେ କର୍ତ୍ତୃପକ୍ଷଙ୍କ ଆକ୍ରୋସର ଶିକାର ହେବାକୁ ପଡୁଛି । ଯାହାକୁ ନେଇ କାଶୀନାଗର ଓ ମୋହନା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି   ଛାତ୍ରଛାତ୍ରୀ ଓ ଅଭିଭାବକ ।

 ଆମେ ଅଭିଭାବକ ଓ ପିଲାଙ୍କ ଅଭିଯୋଗ ଶୁଣିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ଯୋଗାଯୋଗ କରିଥିଲୁ କିନ୍ତୁ କାହାର ଦେଖା ମିଳୁନି । ଏହାପରେ ପିଲାଙ୍କ ଭବିଷ୍ୟତକୁ ନେଇ ଜିଲ୍ଲା ମୁଖ୍ୟ ଶିକ୍ଷ୍ୟା ଅଧିକାରୀ ପ୍ରଦଶ କୁମାର ନାଏକ  ଯୋଗାଯୋଗ କରିଥିଲୁ । ତାଙ୍କ କହିବା ହେଲା ଗତବର୍ଷ ଏଭଳି ଅଭିଯୋଗ କ୍ରମେ ତଦନ୍ତ କରି ମାଧ୍ୟମିକ ଶିକ୍ଷ୍ୟା ବୋର୍ଡ଼କୁ କଲେଜର ଭିତ୍ତିଭୂମି ଅଭାଵ,ପିଲାଙ୍କ ସମସ୍ୟା ନେଇ ଅବଗତ କରାଇଛନ୍ତି ।ତେବେ ପୁଣିଥରେ ଚଳିତ ବର୍ଷ ପିଲାଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରି ମାଧ୍ୟମିକ ଶିକ୍ଷା ବୋର୍ଡ଼କୁ ପଠାଇବେ ବୋଲି ଚିରାଚରିତ ଉତ୍ତର ରଖିଛନ୍ତି

ପିଲାଙ୍କ ଶିକ୍ଷାର ମାନ ବୃଦ୍ଧି ପାଇଁ ଅନେକ ସ୍କୁଲ କଲେଜର 5t ରୁପାନ୍ତିକାରଣ । ପିଲାଙ୍କ ଗାଁ ନିକଟରେ ଶିକ୍ଷ୍ୟା ପାଇଁ ପାରିବା ଭଳି ଅନେକ ସୁବିଧା ଯୋଗାଯାଉଚି ତେବେ

ଏଠାରେ ତଦନ୍ତ ହେବ ଆବଶ୍ୟକ

1. ଭିତ୍ତିଭୂମିର ଘୋର ଅଭାଵଥିବା ଏଭଳି ମହାବିଦ୍ୟାଳୟରେ ପିଲା ଅନ୍ଧଭାବେ କାହିଁକି ନାମ ଲେଖାଉଛନ୍ତି। ଏହାପଛରେ ପିଲାଙ୍କୁ କିଛି ଲାଳସା ଦେଖାଉଛନ୍ତି କି ?

2. କୌଣସି ଭିତ୍ତିଭୂମି ନଥିବା ଏଭଳି ଶିକ୍ଷ୍ୟନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଲା କେମିତି ?

3. ପ୍ରତିବର୍ଷ ସମସ୍ତ ଘରୋଇ କଲେଜ ନିଜର ସମସ୍ତ ତଥ୍ୟ ଜିଲ୍ଲା ଶିକ୍ଷ୍ୟା ଅଧିକାରୀଙ୍କୁ ଦେଇଥାନ୍ତି ଓ ଶିକ୍ଷ୍ୟା ଅଧିକାରୀ ତଦାରଖ କରିଥାନ୍ତି ତେବେ ଗତ 10 ବର୍ଷ ଧରି କଲେଜ ଚାଲିଥିଲା କେମିତି ।

4. ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଗତବର୍ଷ ମାଧ୍ୟମିକ ଶିକ୍ଷ୍ୟା ବୋର୍ଡ଼କୁ କବି ଗପାଳକୃଷ୍ଟନ ମହାବିଦ୍ୟାଳୟ ବିପକ୍ଷରେ ସମସ୍ତ ତଥ୍ୟ ଦେଇଛନ୍ତି କିନ୍ତୁ ଏବେଯାଏ କାର୍ଯ୍ୟନୁଷ୍ଠାନ ସୁନ

ତେବେ କେଉଁ ଅଦୃଶ୍ୟ ଶକ୍ତି କାମ କରୁଛି ତାହା ତଦନ୍ତ ସାପେକ୍ଷ

Leave A Reply

Your email address will not be published.