୪ ବାଘଛାଲ ଜବତ,୩ ଗିରଫ

ଶିମିଳିପାଳ ପାଦଦେଶ ରୁ  ୪ ବାଘଛାଲ ଜବତ,ସହ ୩ ଅଭିଯୁକ୍ତ ଗିରଫ ଘଟଣାରେ ଆଜି ବାରିପଦା ରେଞ୍ଜ ଅଫିସ ଠାରେ ଡିଏଫଓ ସନ୍ତୋଷ ଯୋଶୀ ଙ୍କ ସାମ୍ବାଦିକ ସମ୍ମିଳନୀ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତଥା ବାରିପଦା ବନଖଣ୍ଡ ଡୁକୁରା ଅଧିନରୁ ବନ ବିଭାଗର ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରି ୪ ଗୋଟି କଲରା ପତରିଆ ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ , ଖୁଣ୍ଟା ବ୍ଳକ ଅଧିନ ଡୁକୁରା ବିଟ ଶିମିଳିପାଳ ପାଦଦେଶରେ ଥିବା ବହଲଦା ଗ୍ରାମରେ ବାଘ ଛାଲ ଥିବା ସଂମ୍ପର୍କରେ କୌଣସି ସୁତ୍ରରୁ ବନବିଭାଗ ସୁଚନା ପାଇଥିଲା । ଯାହାକୁ ନେଇ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଡ଼େପୁଟୀ ନିର୍ଦ୍ଦେଶକ ସମ୍ରାଟ ଗୌଡାଙ୍କ ନେତୃତ୍ଵରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ମିଳିତ ଚଢ଼ାଉର ରୂପରେଖ ପ୍ରସ୍ତୁତ ହୋଇଥିଲା । ଏହାକୁ ଭିତ୍ତି କରି ଆଜି ଏହି ସ୍ଵତନ୍ତ୍ର ଟିମ ଶିମିଳିପାଳ ପାଦଦେଶର ତଥା  ଖୁଣ୍ଟା ଥାନା ଅନ୍ତର୍ଗତ ବହଲଦା ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସଂପୃକ୍ତ ଗ୍ରାମରୁ  ୪ଗୋଟି କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା । ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କ ଠାରୁ ବାଘ ଛାଲ ସହିତ,୩ ଗୋଟି ମୋବାଇଲ ଫୋନ ଜବତ ଜବତ କରାଯାଇଥିବା କଥା କହିଛନ୍ତି ଡିଏଫଓ ସନ୍ତୋଷ ଯୋଶୀ।ଏବଂଗିରଫ ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅଧିନ ବହଳଦା ଗ୍ରାମର ମଙ୍ଗଲ ସିଂ , ବୁଦ୍ଧୁରାମ ସିଂ ଓ ବାଙ୍ଗରିପୋଷି ଅଞ୍ଚଳର ରୂପାୟ ମାରଣ୍ଡି ହୋଇଥିବା ବେଳେ ଅଭିଯୁକ୍ତଙ୍କ   ଠାରୁ ଅଧିକ ତଦନ୍ତ ନିମନ୍ତେ ପଚରାଉଚରା ଜାରି ରହିଛି।

Leave A Reply

Your email address will not be published.