ବାରିପଦା,୨୪/୦୭/୨୦୨୩ ସମବାର ଦିଲ୍ଲୀ ଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ମୟୁରଭଞ୍ଜର ଲୋକପ୍ରିୟ ସାଂସଦ ଇଂ ବିଶ୍ଵେଶ୍ବର ଟୁଡୁ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟା ମୁଖ୍ୟତଃ ବାଙ୍ଗିରିପୋଷି ଘାଟି ଦେଇ ଯାଇ ଥିବା ଜାତୀୟ ରାଜପଥ ର ପ୍ରଶସ୍ତିକରଣ ସମସ୍ୟାକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂ ଯାଦବ ଙ୍କୁ ଭେଟି ଥିଲେ । ଜିଲ୍ଲାବାସୀଙ୍କ ବୃହତ ସ୍ୱାର୍ଥ ବହୁ ଦିନର ସମସ୍ୟା ବାଙ୍ଗିରିପୋଷି ଘାଟି ରାସ୍ତା ପ୍ରଶସ୍ତିକରଣ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ବିସ୍ତ୍ରୁତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଟାଣୁଟୁଣା ନୀତି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ବହୁ ବିଳମ୍ବ ହେଉଥିବା ଆଲୋଚନା ହୋଇଥିଲା । ରାସ୍ତା ପ୍ରଶସ୍ତିକରଣ ଏବଂ ବିକଳ୍ପ ରାସ୍ତା ନଥିବା ଯୋଗୁ ପ୍ରତିଦିନ ବହୁ ଧନଜୀବନ ହାନି ହେଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ପ୍ରକାଶ କରିଥିଲେ । ମାତ୍ର କେନ୍ଦ୍ରମନ୍ତ୍ରୀ ଙ୍କ ହସ୍ତକ୍ଷେପ ତଥା ବାରମ୍ବାର ଆଲୋଚନା ଫଳ ସ୍ଵରୂପ ଏବେ ରାଜ୍ୟ ସରକାର ସମସ୍ତ କାଗଜ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ପରେ ଆଜି ସେ ଚିଠିର ଏକ ନକଲ ମଧ୍ଯ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଯାଦବ ଙ୍କୁ ଦେଇଥିଲେ । ଯଥାଶୀଘ୍ର କେନ୍ଦ୍ର ସରକାର ଏହାର ଅନୁମତି ପତ୍ର ପ୍ରଦାନ କଲେ ପୁଣି ରାଜ୍ୟ ସରକାର ଏବଂ ଜାତୀୟ ରାପଥ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଏହି କାର୍ଯ୍ୟର ଅଗ୍ରଗତି କରିବା ନେଇ ପ୍ରକ୍ରିୟା ଆରମ୍ଭ କରିବେ ତେଣୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ପ୍ରକ୍ରିୟା ସାରି ଅନୁମତି ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ ଏବଂ ଯଥା ଶୀଘ୍ର ଏହାର ପ୍ରକ୍ରିୟା ସାରି ରାଜ୍ୟ ସରକାରଙ୍କ ଅନୁମତି ପତ୍ର ପ୍ରଦାନ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପ୍ରକାଶ କରିଥିଲେ । ଏତଦ୍ ବ୍ୟତୀତ ତୁରନ୍ତ ଜାତୀୟ ରାଜପଥ କତୃପକ୍ଷଙ୍କ ସହିତ କଥା ବାର୍ତ୍ତା ହୋଇ ଟ୍ରେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ ଆରମ୍ଭ ନେଇ ଏକ ପ୍ରକାର ସବୁଜ ସଙ୍କେତ ଦେଇଥିଲେ । ଘାଟି ରାସ୍ତା ପ୍ରଶସ୍ତିକରଣ ନେଇ ଆଗରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ପ୍ରଚେଷ୍ଟାରେ ହୋଇ ଥିବା ବିଭିନ୍ନ ବୈଠକ ଏବଂ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଙ୍କୁ ନେଇ ହୋଇଥିବା ଘାଟି ପରିଦର୍ଶନ, ସ୍ଥାନୀୟ ଜନସାଧାରଣଙ୍କ, ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ଦିଆଯାଇଥିବା ପ୍ରସ୍ତାବ ଉପରେ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ । ଘାଟି ପ୍ରଶସ୍ତିକରଣ ହେବା ପର୍ଯ୍ୟନ୍ତ
ଏହାର ଅନ୍ୟ ଏକ ବିକଳ୍ପ ରାସ୍ତା ବିଶୋଇ – ଯୋକା – ସଙ୍ଖାଭଙ୍ଗା ହୋଇ ଝାଡ଼ପୋଖରିଆ ଠାରେ ସଂଯୋଗୀକରଣ ନେଇ ରାସ୍ତା କାମ ପ୍ରାରମ୍ଭ ହୋଇଥିବା ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ଆମର ହସ୍ତଗତ ହୋଇଛି । ଶେଷରେ ସମାନ୍ତରାଳ ଭାବେ ଘାଟି ରାସ୍ତା ପ୍ରଶସ୍ତିକରଣ ସହିତ ବିଶୋଇ – ଯୋକା – ସଙ୍ଖାଭଙ୍ଗା-ଝାଡ଼ପୋଖରିଆ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିବା ଜଣାପଡିଛି । ତେଣୁ ଜିଲ୍ଲା ବାସୀଙ୍କ ଏହି ବହୁ ଦିନର ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆରମ୍ଭ ପ୍ରକିୟା କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ଵେଶ୍ବର ଟୁଡୁ ସ୍ୱାଗତ୍ କରିବା ସହ ଜିଲ୍ଲା ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଙ୍କ ବୈଠକରେ ଜିଲ୍ଲାବାସୀ ନିଶ୍ଚିତ ଉପକୃତ ହେବେ ବୋଲି ଆଶା ପ୍ରକଟ କରିବା ସହିତ ବିଭିନ୍ନ ବୁଦ୍ଧିଜିବୀ ମହଲ ରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି ।।। ଘାଟି ରାସ୍ତା ପ୍ରଶସ୍ତିକରଣ ସମସ୍ୟାକୁ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂ ଯାଦବ ଙ୍କୁ ଭେଟି ଥିଲେ । ଜିଲ୍ଲାବାସୀଙ୍କ ବୃହତ ସ୍ୱାର୍ଥ ବହୁ ଦିନର ସମସ୍ୟା ବାଙ୍ଗିରିପୋଷି ଘାଟି ରାସ୍ତା ପ୍ରଶସ୍ତିକରଣ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ବିସ୍ତ୍ରୁତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଟାଣୁଟୁଣା ନୀତି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ବହୁ ବିଳମ୍ବ ହେଉଥିବା ଆଲୋଚନା ହୋଇଥିଲା । ରାସ୍ତା ପ୍ରଶସ୍ତିକରଣ ଏବଂ ବିକଳ୍ପ ରାସ୍ତା ନଥିବା ଯୋଗୁ ପ୍ରତିଦିନ ବହୁ ଧନଜୀବନ ହାନି ହେଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ପ୍ରକାଶ କରିଥିଲେ ମାତ୍ର ବାରମ୍ବାର ଆଲୋଚନା ଏବଂ କେନ୍ଦ୍ରମନ୍ତ୍ରୀ ଙ୍କ ବାରମ୍ବାର ହସ୍ତକ୍ଷେପ ଫଳ ସ୍ଵରୂପ ଏବେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ପରେ ଆଜି ସେ ଚିଠିର ଏକ ନକଲ ମଧ୍ଯ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଯାଦବ ଙ୍କୁ ଦେଇଥିଲେ । ଯଥାଶୀଘ୍ର କେନ୍ଦ୍ର ସରକାର ଏହାର ଅନୁମତି ପତ୍ର ପ୍ରଦାନ କଲେ ପୁଣି ରାଜ୍ୟ ସରକାର ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଏହି କାର୍ଯ୍ୟର ଅଗ୍ରଗତି କରିବା ନେଇ ପ୍ରକ୍ରିୟା ଆରମ୍ଭ କରିବେ ତେଣୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ପ୍ରକ୍ରିୟା ସାରି ଅନୁମତି ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ ଏବଂ ଖୁବ ଶୀଘ୍ର ଏହାର ପ୍ରକ୍ରିୟା ସାରି ରାଜ୍ୟ ସରକାରଙ୍କ ଅନୁମତି ପତ୍ର ପ୍ରଦାନ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପ୍ରକାଶ କରିଥିଲେ ଏବଂ ଶୀଘ୍ର ଜାତୀୟ ରାଜପଥ କତୃପକ୍ଷଙ୍କ ସହିତ କଥା ବାର୍ତ୍ତା ହୋଇ ଟ୍ରେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ ଆରମ୍ଭ ନେଇ ଏକ ପ୍ରକାର ସବୁଜ ସଙ୍କେତ ଦେଇଥିଲେ । ଘାଟି ରାସ୍ତା ପ୍ରଶସ୍ତିକରଣ ନେଇ ଆଗରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ପ୍ରଚେଷ୍ଟାରେ ହୋଇ ଥିବା ବିଭିନ୍ନ ବୈଠକ ଏବଂ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଙ୍କୁ ନେଇ ହୋଇଥିବା ଘାଟି ପରିଦର୍ଶନ, ସ୍ଥାନୀୟ ଜନସାଧାରଣଙ୍କ, ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା ଦିଆଯାଇଥିବା ପ୍ରସ୍ତାବ ଉପରେ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ । ଘାଟି ପ୍ରଶସ୍ତିକରଣ ହେବା ପର୍ଯ୍ୟନ୍ତ
ଏହାର ଅନ୍ୟ ଏକ ବିକଳ୍ପ ରାସ୍ତା ବିଶୋଇ – ଯୋକା – ସଙ୍ଖାଭଙ୍ଗା ହୋଇ ଝାଡ଼ପୋଖରିଆ ଠାରେ ସଂଯୋଗୀକରଣ ନେଇ ରାସ୍ତା କାମ ପ୍ରାରମ୍ଭ ହୋଇଥିବା ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିବା ଆମର ହସ୍ତଗତ ହୋଇଛି । ଶେଷରେ ସମାନ୍ତରାଳ ଭାବେ ଘାଟି ରାସ୍ତା ପ୍ରଶସ୍ତିକରଣ ସହିତ ବିଶୋଇ – ଯୋକା – ସଙ୍ଖାଭଙ୍ଗା-ଝାଡ଼ପୋଖରିଆ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଥିବା ଜଣାପଡିଛି । ତେଣୁ ଜିଲ୍ଲା ବାସୀଙ୍କ ଏହି ବହୁ ଦିନର ସମସ୍ୟାକୁ ଯଥା ଶୀଘ୍ର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆରମ୍ଭ ପ୍ରକିୟା କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ଵେଶ୍ବର ଟୁଡୁ ସ୍ୱାଗତ୍ କରିବା ସହ ଜିଲ୍ଲା ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଙ୍କ ବୈଠକରେ ଜିଲ୍ଲାବାସୀ ନିଶ୍ଚିତ ଉପକୃତ ହେବେ ବୋଲି ଆଶା ପ୍ରକଟ କରିବା ସହିତ ବିଭିନ୍ନ ବୁଦ୍ଧିଜିବୀ ମହଲ ରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି ।।।