ହଷ୍ଟେଲରେ ରହୁ ନାହାଁନ୍ତି ଛାତ୍ରୀ ; ସରକାରୀ ଟଙ୍କା ଖାଉଛି ଭୁତ

 ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ହେଉଛି ଜିଲ୍ଲାର ଏକ ପଛୁଆ ଆଦିବାସୀ ଅଞ୍ଚଳ ବ୍ଲକରେ ବର୍ତ୍ତମାନ ମଧ୍ୟ ଏମିତି ଅନେକ ଗାଁ ରହିଛି ଶିକ୍ଷକ ବ୍ୟବସ୍ଥା ଠପ ହୋଇ ରହିଛି ଏବଂ ଯେଉଁ ଗାଁରେ ପହଞ୍ଚିଛି ସେଥିରେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ଶାସନ ଦେଖିବାକୁ ମିଳିଛି। ସରକାର ଆଦିବାସୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ତିଆରି କରିବା ମଧ୍ୟରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ନିବାସ ବ୍ୟବସ୍ଥା ଟିକିଏ ଭିନ୍ନ ଧରଣର କରିଥାନ୍ତି। ହେଳେ ବୋଡେ଼ନ ବ୍ଲକ ନାଗପଡା ଗ୍ରାମପଞ୍ଚାୟତ ଅଧୀନରେ ଥିବା ସିର୍ଲି ଗ୍ରାମର ଛାତ୍ରୀ ନିବାସ ନିର୍ମାଣ କରା ଯାଇଥିଲେ ମଧ୍ୟ ସେଇଠି କେହି ରହୁ ନ ଥିବା ଦେଖିବାକୁ ମିଳିଛି। ଓ ସେଠାକାର ପରିବେଶ ଭୂତ ମାନଙ୍କ ଆଶ୍ରୟ ସ୍ଥଳୀ ଭଳି ଦେଖା ଦେଉଛି। କିନ୍ତୁ ବିଗତ ଦିନରେ ଏହି ଛାତ୍ରୀ ନିବାସର ମରାମତି କରାଯାଇଛି ବୋଲି ମୁକ ଭାବରେ ପଡ଼ି ରହିଥିବା କାନ୍ଥର ଚେହେରାରେ ସୁନ୍ଦର ଭାବରେ ବର୍ଣ୍ଣନା କରା ଯାଇଛି। ତାହା ପୁଣି ଦୁଇ ଦୁଇ ଥର ମରାମତି ହୋଇଛି। ଥରେ ଛାତ୍ରୀ ନିବାସ ନାମରେ ଛଅ ଲକ୍ଷ ଟଙ୍କା ଆଉଥରେ ଛାତ୍ର ନିବାସ ନାମରେ ଦୁଇ ଲକ୍ଷ ଟଙ୍କା ଏଇଥିରୁ ସ୍ପଷ୍ଟ ଜଣା ପଡୁଛି ସରକାରୀ ବାବୁଙ୍କ କଲମର ଖେଳ ସେମାନେ ଚାହିଁଲେ ଛାତ୍ରକୁ ଛାତ୍ରୀ ଓ ଛାତ୍ରୀକୁ ଛାତ୍ରର ରୂପ ଦେଇପାରୁଛନ୍ତି। ବାସ୍ତବରେ ସରକାରୀ ବାବୁଙ୍କୁ ହିଁ ଜଣା ଯାଦୁ କରିବା ଲୋକଙ୍କୁ ଦେଖା ଯିବା ପାଇଁ ଛାତ୍ରୀ ନିବାସ ବାହାରେ ଲେଖା ଅଛି କିନ୍ତୁ ମରାମତି କରିବା ବେଳକୁ ଭିତର କାନ୍ଥରେ ଛାତ୍ର ନିବାସ ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏସବୁ ସ୍କୁଲ ପିଲାଙ୍କ ପାଇଁ ନା ଠିକାଦାରଙ୍କ ପାଇଁ,ସ୍ପଷ୍ଟ ଭାବରେ ଜଣା ଯାଉଛି। ଏ ସମ୍ପର୍କରେ ଆମେ ବର୍ତ୍ତମାନ ଦାଇତ୍ୱରେ ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ସାକ୍ଷ୍ୟତ କରିଥିଲୁ ହେଳେ ମୁଁ ନୂଆ କିଛି ଜାଣିନି ବୋଲି କହିଥିଲେ। ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.