ଆନନ୍ଦପୁର ନିର୍ବାଚନୀ ପ୍ରସଙ୍ଗ; ପ୍ରାର୍ଥୀ ପାଇଁ ବିଜେଡିରୁ ଡଜନେ ଆଶାୟୀ

ହାଟଡିହି: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଗତ ତିନିଟି ନିର୍ବାଚନରେ ବିଜେଡି ହ୍ୟାଟ୍ରିକ୍ ସଫଳତା ପାଇଛି। ଦଳ ଗଠନ ହେବା ପରେ ୨୦୦୦ ମସିହାରେ ବିଜେଡି ଏଠାରେ ପ୍ରଥମେ ଜିତିବା ପରେ ୨୦୦୪ରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ହେଲେ ପୁଣି ୨୦୦୯, ୨୦୧୪ ଓ ୨୦୧୯ରେ ଜିତିବାରେ ସଫଳ ହୋଇଛି ବିଜେଡି। ମୋଟା ମୋଟି କହିବାକୁ  ଗଲେ ୨୦୦୪କୁ ଛାଡ଼ିଦେଲେ ବିଜେଡି ଏକତରଫା ବିଜୟ ଲାଭ ୨୦୨୪ରେ ବିଜେଡିରୁ କିଏ ପ୍ରାର୍ଥୀ ହେବ, ଏହାକୁ ରାଜନୈତିକ ସମୀକ୍ଷକ ଅଙ୍କକଷା ଆରମ୍ଭ କରିଛନ୍ତି | ଗତ କିଛିଦିନ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀରେ ରାଜନୈତିକ ସମୀକରଣ ବଦଳିଥିବା ବେଳେ ବିଜେଡିରେ ଗୋଷ୍ଠୀକନ୍ଦଳ ଖୋଲାଖୋଲି ସାମ୍ନାକୁ ଆସିଛି। ବିଧାୟକଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀମାନେ ମେଳି ବାନ୍ଧିଥିବା ବେଳେ ଆଗାମୀ ନିର୍ବାଚନରେ ବିଧାୟକ ଟିକଟ୍ ପାଇଁ ମାଳମାଳ ଆଶାୟୀ ରହିଛନ୍ତି। ଭାଗିରଥି ସେଠୀ  ବର୍ତ୍ତମାନ ଏଠାରେ ବିଧାୟକ ଅଛନ୍ତି। ସେ ମଧ୍ୟ ପୁଣିଥରେ ବିଧାୟକ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ହେଉଛନ୍ତି। ଦଳ ପକ୍ଷରୁ ବିଭିନ୍ନ ଯୋଜନାରେ ଉନ୍ନତି କରଣ ଓ ଲୋକସଂପର୍କ ଦଳ କୁ ଲୋକ ଙ୍କ ପାଖରେ ପହଞ୍ଚାଇ ପାରିଛି। ତେବେ  କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ତାଙ୍କ ପୁଅକୁ ପାର୍ଥୀ କରିବାକୁ ମନ ବଳାଇ ଥିବା ବେଳେ  ବିଜେପିରୁ  ଆଲୋକ ସେଠୀ  ପୂର୍ବ ନିର୍ବାଚନ ରୁ ଦଳ କୁ ତୃଣ ମୂଳ ସ୍ତର ରେ ମଜଭୁତ କରିବାକୁ ଚେଷ୍ଟା କରି ଚାଲିଛନ୍ତି। ଏବେ ଏଠାରେ  ବିଜୁ ଜନତା ଦଳରୁ ଡଜନେରୁ ଅଧିକ ଆଶାୟୀ ସକ୍ରିୟ ହୋଇଉଠିଛନ୍ତି। ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଅନ୍ତଃକନ୍ଦଳ ତୀବ୍ର ହୋଇଥିବା ବେଳେ ବିଧାୟକ ଓ ତାଙ୍କ ପୁଅ କୁ ଟିକେଟ ଲବି ରେ ରହିବେ କି ନିଜେ ଆଶାୟୀ ହେବେ ତାହା ଏବେ ଠାରୁ କିଛି ପରିବର୍ତ୍ତନ ର ନୂଆ ଖୋରାକ ଲୋକଙ୍କ ମନରେ ଉଙ୍କି ମାରିଲାଣି। ପୂର୍ବତନ ବିଧାୟକ ମାୟାଧର ଜେନା ମଧ୍ୟ ପଞ୍ଚାୟତ ନିର୍ବାଚନ ସମୟରେ ନିଜେ  କ୍ୟାମ୍ପେନ୍   କରି ବିଜେଡି ପାଇଁ  ଜିତା ପଟ ଆଣି ଦେଇଛନ୍ତି। ତେଣୁ ସେ ମଧ୍ୟ କିଛି ଦିନ ହେଲା ତୃତୀୟ ମହଲା ସହ ଯୋଗା ଯୋଗ ରଖୁଥିବା ଦେଖିବାକୁ ମିଳୁଥିବା ବେଳେ ବିଧାୟକ ବିରୋଧୀ ମଞ୍ଚ ଏବେ  କାହାକୁ ଆପଣେଇ ନିର୍ବାଚନ ଲଢିବ ତାହାକୁ ହିଁ ଅପେକ୍ଷା  । ଆଉ କିଛି ଗୋଷ୍ଠୀ ଖୋଲାଖୋଲି ପ୍ରତିବାଦ କରି ପାରୁ ନଥିଲେ ମଧ୍ୟ ଗୋଳିଆ ପାଣିରୁ ମାଛ ଧରିବାକୁ ଟାକି ବସିଛନ୍ତି ,ଉ ଭ ୟ ଗୋଷ୍ଠୀ ଙ୍କ  ହାଇକମାଣ୍ଡଙ୍କ ଠାରୁ କାହାକୁ ପ୍ରାର୍ଥୀ ସ୍ପଷ୍ଟ ହୋଇପାରିନି | କାରଣ ଯଦି ଦଳ ରେ  ଅନ୍ତଃକନ୍ଦଳ ଯୋଗୁଁ ବିରୋଧୀ ଫାଇଦା ନେବାର ଆଶଙ୍କା ରହୁଛି। ସେହିପରି ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ବାଛିବ, ନା ପୁଣି ଥରେ ସମସ୍ତଙ୍କୁ ଚକିତ କରି ପୂରା ନୂଆମୁହଁକୁ ସୁଯୋଗ ଦେବ, ଏହାକୁ ନେଇ ଉତ୍କଣ୍ଠା ଲାଗି ରହିଛି। ଏବେ ସମସ୍ତ ଙ୍କ  ମୁଣ୍ଡ ରେ ବିଧ୍ୟାୟକ ହେବାକୁ ନିଶା ଘାରୁଛି। ୨୦୨୪ରେ  କିଏ  କିପରି କାହାକୁ ଧରିଲେ ଟିକେଟ ପାଇବେ ତାକୁ ନେଇ ସମସ୍ତେ  ଯାଜପୁର  ବିଧ୍ୟାୟକ ପ୍ରଣବ ପ୍ରକାଶ ଦାସ ଙ୍କ ନିଜର ହେବାକୁ ପୂଳା ପୁଳା ଲୋକ ଧରି ଯାଉଛନ୍ତି। ହେଲେ ସାଧାରଣ ଲୋକଙ୍କ ର କୌଣସି ସମସ୍ୟା ସମାଧାନ କରିବା ତ ଦୂରର କଥା କେବଳ ବାହାଘର , ଜନ୍ମ ଦିନ, ଶୁଦ୍ଧିକ୍ରିୟା ରେ ଫଟୋ ଉଠାଇ   ୫ଟି ସଚିବ ଭିକେ ପଣ୍ଡିୟାନ, ନବୀନ ପଟ୍ଟନାୟକ ଙ୍କୁ  ଟିୟାଗ କରି  ବିଧ୍ୟାୟକ ହେବା ର ସ୍ବପ୍ନ ଦେଖୁଛନ୍ତି।

 ତେବେ ଅନ୍ତଃକନ୍ଦଳ ଜାରି ରହିଲେ ୨୦୨୪ର ଦଳ ପୁନରାବୃତ୍ତି କୁ ଏଡ଼ାଇ ଦିଆଯାଇ ନପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.