ଟାଟା ପାୱାର ଲାଇନମ୍ୟାନଙ୍କ ଦବଙ୍ଗଗିରି; ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର 

ଧାମନଗର ତା ୨୫/୭ ଟାଟା ପାୱାର ଧାମନଗର କାର୍ଯ୍ୟାଳୟର ଭଗବାନପୁର ଫିଡରର କାର୍ଯ୍ୟରତ ଲାଇନମ୍ୟାନ ଜିତେନ୍ଦ୍ର ଜେନାଙ୍କ ନାମରେ ଭଦ୍ରକ ଟାଉନ ଥାନାରେ ମାମଲା। ଘଟଣାରୁ ପ୍ରକାଶ ଯେ ଲାଇନମ୍ୟାନ ଜିତେନ୍ଦ୍ରଙ୍କ ଜଣେ ସଂପର୍କିୟ ଵ୍ୟକ୍ତି କୌଣସି କାରଣରୁ ଵିଷ ପିଇ ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇ ଥିଲା। ସେଠାରେ ଡାକ୍ତର ରୋଗୀର ତୁରନ୍ତ ଚିକିତ୍ସା ଆରମ୍ଭ କରିଦେଇ ଥିଲେ। ମାତ୍ର ଜିତେନ୍ଦ୍ର ରୋଗୀକୁ ଅନ୍ୟତ୍ର ରେଫର କରିଵାକୁ ବାଧ୍ୟ କରିଥିଲେ। ଚିକିତ୍ସା ଚାଲୁଥିବା ସମୟରେ ଏବଂ ରୋଗୀର ଅବସ୍ଥା ଭଲଥିବା ଅବସ୍ଥାରେ କିପରି ହଠାତ ଅନ୍ୟ ଡାକ୍ତରଖାନାକୁ ରେଫର କରାଯାଇପାରିବ ବୋଲି କହିଥିଲେ ଦାୟିତ୍ୱରେ ଥିବା ଡ଼ାକ୍ତର। ଏଥିରେ ଲାଇନମ୍ୟାନ ଜିତେନ୍ଦ୍ର ଜେନା ହଠାତ ଉତ୍ୟକ୍ତ ହୋଇ ଚିକିତ୍ସା କରୁଥିବା ମହିଳା ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ  କରିବା ସହିତ ଧକା ମାରିବା ଓ ୧୦୮ଆମ୍ବୁଲାନ୍ସକୁ ନେଵା ପାଇଁ ବାଧ୍ୟ କରିବା ଏବଂ ଗାଡିର କାଚ ଭଙ୍ଗାରୁଜା କରିଥିଲେ। ଏଥିସହିତ ଡାକ୍ତରଙ୍କ ଡିଉଟି ରୁମର ଚେୟାର, ଟେଵୁଲ ଭଙ୍ଗାରୁଜା କରିଵା ଏବଂ ଘଟଣା ସ୍ଥଳରେ ଉପସ୍ଥିତ ପୋଲିସ ସହିତ ଯୁକ୍ତିତର୍କ କରିବା ଓ ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ ପେଲାଠେଲା କରିଵାରୁ ପରିସ୍ଥିତି ଜଟିଳ ହୋଇଥିଲା। ଯାହା ଫଳରେ ସିଡିଏମଓ ଟାଉନ ଥାନାକୁ ଫୋନ କରି ଅଭିଯୋଗ କରିଥିଲେ।ଅଭିଯୋଗ ପାଇବା ପରେ ଟାଉନଥାନା ଆଇଆଇସି ଘଟଣାସ୍ଥଳକୁ ଆସି ଜିତେନ୍ଦ୍ର ଜେନାକୁ ଗିରଫ କରି  ଥାନାକୁ ନେଇଥିବା ବେଳେ କେସ ନଂ ୩୯୩/୨୩ ରେ ମାମଲା ରୁଜୁ କରିଥିବା ସହିତ ଵିଭିନ୍ନ ସଙ୍ଗୀନ ଦଫା ଲଗାଯାଇଥିବାର ଜଣାଯାଇଛି।କିନ୍ତୁ ଏହି ଘଟଣାକୁ ଚପାଇ ଦେବା ପାଇଁ ଜିତେନ୍ଦ୍ରଙ୍କ ପକ୍ଷରୁ ଜୋର ଦାର ପ୍ରୟାସ ଜାରି ରହିଛି। ଏପରି ହେଲେ ଉଭୟ ପୋଲିସ ଓ ଡାକ୍ତରଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିବ। ଏଠାରେ ପ୍ରଶ୍ନ ଉଠେ କିପରି ବିଦ୍ୟୁତ୍ ବିଭାଗ ପରି ଏକ ସମ୍ବେଦନ ଓ ଜରୁରୀ ସଂସ୍ଥାର କାର୍ଯ୍ୟରତ ଜଣେ କର୍ମଚାରୀ ଧାମନଗର ଭଗବାନପୁରେ ଡିୟୁଟିରେ ଥାଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଲେଡି ଡାକ୍ତର ଓ କର୍ମଚାରୀଙ୍କୁ ଗାଳିଗୁଲଜ ଓ ମାଡ ମାରିଲେ। ସେହିଦିନ ଅପରାହ୍ନ ୧.୧୧ ମିନିଟରୁ ୩୫ ମିନିଟ୍ ପର୍ଯ୍ୟନ୍ତ ଧାମନଗର ଗ୍ରିଦ୍ରୁ ସଟଡାଉନ୍ ନେଇ ଥିବା ପ୍ରମାଣ ମିଳୁଥିବା ବେଳେ ଭଦ୍ରକରେ ଗଣ୍ଡଗୋଳ କରିବା ଏକ ଅକ୍ଷମଣୀୟ କାର୍ଯ୍ୟ। ଏଠାରେ ସୂଚନାଯୋଗ୍ୟ ସମ୍ପୃକ୍ତ ଲାଇନ ମ୍ୟାନ  ସେହି ମେଡିକାଲରେ ପୂର୍ଵରୁ ଗଣ୍ଡଗୋଳ କରିଥିବା ସୂଚନା ସିଡିଏମଓ ନିଜେ ସ୍ଵିକାର କରିବା ସହିତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥି ସହିତ ନିଜ କର୍ମସ୍ଥଳିର ଉପଭୋକ୍ତା ମାନଙ୍କୁ ଅଶାଳୀନ ବ୍ୟବହାର ସହିତ ନାନା ଅଭିଯୋଗ ଜିତେନ୍ଦ୍ରଙ୍କ ନାମରେ ଅଛି।ତେଣୁ ଏପରି ଉଦ୍ଭ୍ରାନ୍ତ ତଥା ଅସାମାଜିକ ଓ ଦାୟିତ୍ବହୀନ ତଥା ଅଭଦ୍ର ଯୁବକଙ୍କ ଉପରେ ଟାଟା ପାଓ୍ବାରର ବିଭାଗୀୟ ଅଫିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଜିଲ୍ଲା ବାହାରକୁ ବଦଳି ପାଇଁ ଦାବି ହେଉଛି। 

Leave A Reply

Your email address will not be published.