ଭବାନୀପାଟଣା ୨୫/୭ କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି, ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ଖେଳି ଯାଇଛି, ଜଣେ କୂଳବଧୁକୁ ପଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ କୋକସରା ଥାନାକୁ ପହଞ୍ଚିଛି, ଅଭିଯୋଗ ମତେ ଗ୍ରାମର ଉର୍ମିଳା ନାଗଙ୍କୁ ସ୍ୱାମୀ ଜୟନ୍ତ ନାଗ ଗତ ରବିବାର ଦିନ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ଦେଇଥିଲେ, ନିଆଁରେ ଜଳି ଗୁରୁତ୍ତର ଆହତ ହେବା ପରେ ଉଦ୍ଧାର କରାଯାଇ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା ହିଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଶଙ୍କଟାପନ୍ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠାରେ ଡ଼ାକ୍ତର ଉର୍ମିଳାଙ୍କ ୯୦ ପ୍ରତିଶତ ଦେହପୋଡ଼ି ଯାଇଥିବା ଓ ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟ ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଥିଲେ, ସୋମବାର ଦିନ ରାତି ପ୍ରାୟ ୭ଟା ସମୟରେ ଉର୍ମିଳାଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଯାଇଛି, ଏନେଇ ଉର୍ମିଳାଙ୍କ ପରିବାର ଲୋକେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି, ତେବେ ଉର୍ମିଳାଙ୍କ ବାପା ମାଁ କହିବା ଅନୁଯାୟୀ ବହୁଦିନ ରୁ ତାଙ୍କ ସ୍ବାମୀ ଜୟନ୍ତ ନାଗ ଉର୍ମିଳାକୁ ଯୌତୁକ ନିର୍ଯ୍ଯାତନା ଦେବା ସହ ପର ପୁରୁଷଙ୍କ ସହ ସମ୍ପର୍କ ଥିବା ସନ୍ଧେହରେ ମାରପିଟ କରିଆସୁଥିଲେ, ଏପରିକି ପ୍ରତ୍ୟେକ ଦିନ ମାଡ଼ ମାରିବା ଗାଳି ଗୁଲଜ କରିବା ଆଦି କଥାକୁ ନିଜ ବାପାଙ୍କୁ ଫୋନ ଯୋଗେ ଜଣାଇ ଆସୁଥିଲେ ଉର୍ମିଲା ବୋଲି, କିନ୍ତୁ ବାପା ଦିପେନ ସାଗର ଝିଅର ଦୁଃଖ କଥା ଶୁଣି ଦିନେ ଝିଅକୁ ଘରକୁ ଫେରାଇ ଆଣିବା ନିଷ୍ପତ୍ତି ନେଇ ଥିଲେ ହିଁ ଝିଅ ଉର୍ମିଳା ବାପାଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ମନା କରିଦେଇଥିବା ବାପା ପ୍ରକାଶ କରିଛନ୍ତି, ତେବେ ଗତ ରବିବାର ଦିନ ସକାଳ ସମୟରେ ନିଜ ମାଁ ଆଶା ସାଗରଙ୍କ ସହ ଉର୍ମିଳା ଫୋନରେ ସ୍ୱାମୀ ଜୟନ୍ତ ନାଗ ମାରପିଟ କରୁଥିବା କଥା କହିଥିଲେ, ଠିକ କଥା ହେବାର କିଛି ଘଣ୍ଟା ପରେ ଅଜଣା ବ୍ୟକ୍ତିଙ୍କ ଫୋନ ବାପା ମାଁଙ୍କୁ ଆସିଥିଲା, ଝିଅ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ଗୁରୁତ୍ତର ଥିବା ଖବର ଆସିବା ପରେ ପରିବାର ଲୋକେ କୋକସରା ଡ଼ାକ୍ତରଖାନାକୁ ଯାଇଥିଲେ, ସେତେବେଳକୁ ଉର୍ମିଳା ଅତି ଗୁରୁତ୍ତର ହୋଇ ପଡ଼ିଥିବା ବେଳେ ପରିବାର ଲୋକେ କୋକସରା ଥାନାରେ ଝିଅକୁ ଜୟନ୍ତ ନାଗ ପେଟ୍ରୋଲ ଢ଼ାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ, ବର୍ତ୍ତମାନ ଖବର ଅନୁଯାୟୀ ଭୁବନେଶ୍ୱର ଏମ୍ସରେ ଉର୍ମିଳାଙ୍କ ମୃତ ଶବ ବ୍ୟବଚ୍ଛେଦ କରି ଗାଁକୁ ଫେରୁଥିବା ଜଣାପଡ଼ିଛି, ସୂଚନା ଯୋଗ୍ୟ ଯେ ଉର୍ମିଳା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗ୍ରାମର ଝିଅ ହୋଇଥିବା ବେଳେ ଗତ ୨୦୨୦ ମସିହାରେ କୋକସରା ବ୍ଲକ ମାଝୀଗୁଡ଼ା ଗ୍ରାମର ବାଲେଶ୍ୱର ନାଗଙ୍କ ପୁତ୍ର ଜୟନ୍ତ ନାଗକୁ ସାମାଜିକ ରୀତିନୀତିରେ ବିବାହ କରିଥିଲେ, ତାଙ୍କର ୨-୩ ବର୍ଷର ଶିଶୁ କନ୍ୟା ଟିଏ ଥିବା ଜଣାପଡ଼ିଛି, ଏନେଇ କୋକସରା ଥାନାରେ ୧୯୩/୨୩ରେ କେଶ ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଗୋପବନ୍ଧୁ ନାଏକ ପ୍ରକାଶ କରିଛନ୍ତି, ଅଞ୍ଚଳରେ ନବବଧୂ ହତ୍ୟାକୁ ନେଇ ଏହା ଏକ ଲଜ୍ଜାଜନକ ବିଷୟ ଯେ ସ୍ତ୍ରୀଙ୍କର ପଇସାରେ ଆଶ୍ରୟ ନେବାକୁ ଇଚ୍ଛା କରୁଛନ୍ତି ଆଧୁନିକ ଯୁଗର ୟୁବା ପିଢ଼ି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି