ପିପିିଲି; ଫନି ଦେଇଥିଲା ଦାରୁଣ ଦୁଃଖ । ହେଲେ ସହାୟତା ପାଇଁ ବାବୁ ମାନଙ୍କ ଆନ୍ତରିକତା ହେଲାନି । ଫନୀ କ୍ଷତି ପାଇଁ ୯୫ହଜର ଲିଷ୍ଟିରେ ନାମ ଥାଇ ମିଳିଥିଲା ମାତ୍ର ୩୨ଶହ ଟଙ୍କା । ଫନୀ ରେ ଘର ସବୁ ଭାଙ୍ଗିଗଲା ପରେ ୪ବର୍ଷ ହେଲା ଭଙ୍ଗା ଦଦରା ଘରେ ଜରି ପାଲ ପକାଇ ଜୀବନ ବିତାଉଛନ୍ତି ପିପିିଲି ହାଟସାହି ପଂଚାୟତ ଦାନୋଗହିର ଗ୍ରାମ ର ମହମ୍ମଦ ସିଦିକ ଙ୍କ ପରିବାର। ପରିବାର ରେ ଖାଲି ସେ ଏକା ନୁହନ୍ତି ପୁରା ୨୩ଜଣ ସଦସ୍ୟ ଏଭଳି ଦଶା ଭୋଗ କରୁଛନ୍ତି। ନିର୍ବାଚନ ସମୟରେ ନେତା ମାନେ ଆସି ଆବାସଘର ଦେବେ ବୋଲି କଥା ଦେଇଥିଲେ ହେଲେ ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୈାଡିଦୈାଡି ଶେଷରେ ନିରାଶ ହେଲେ ପଛେ ଘର ମିଳିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ହାଟସାହି ପଂଚାୟତ ର ୮୨ ବର୍ଷିୟ ବୃଦ୍ଧ ମହମ୍ମଦ ସିଦିକ୍। ସିଦିକ ଙ୍କ ୪ପିଲାଙ୍କ ଦୁର୍ଦଶା କହିଲେ ନସରେ । ୪ବଖରା ମାଟି କାନ୍ଥ ଭଙ୍ଗା ଘରେ ସେମାନଙ୍କ ସ୍ତ୍ରୀ ପିଲା ମିଶି ୨୩ଜଣ ପ୍ରାଣୀ ଜରିପାଲ ପକାଇ ଜୀବନ ଅତିବାହିତ କରୁଛନ୍ତି । ନିରିହ ଜନତା ମାନଙ୍କ ପାଇଁ ସରକାର ଆବାସ ଘର ଟିଏ ଦେଇ ଥିବା ବେଳେ ସରକାରୀ ବାବୁ ମାନଙ୍କ ଆନ୍ତରିକତା ଅଭାବରୁ ପ୍ରକୃତ ଯୋଗ୍ୟ ହିତାଧିକାରୀ ଏଥିରେ ବାଦ ପଡ଼ୁଛନ୍ତି। ପିପିଲି ବ୍ଲକକୁ ଆସିଥିବା ହଜାର ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଏବେ ବାଟବଣା ହୋଇଛି । ପକ୍କା ଘର ନଥିବା, ଝାଟିମାଟି ଜରିପାଲ ତଳେ ଆଶ୍ରୟ ନେଉଥିବା ଗରିବା ଗୁରୁବା ମାନଙ୍କ ପାଇଁ ଆସିଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରକୃତ ଯୋଗ୍ୟ ହିତାଧିକାରୀ ନିକଟରେ ପହଞ୍ଚି ପାରୁନାହିଁ। ପ୍ରଶାସନିକ ସ୍ତରରେ ହିତାଧିକାରୀଙ୍କ ଚୟନ ପ୍ରକ୍ରୀୟା ଏବେ ଶାସକ ଦଳିୟ ଓ ଦଲାଲ କେବଳରେ ଥିବା ନେଇ ଏବେ ଚିନ୍ତାରେ ପ୍ରକୃତ ହିତାଧିକାରୀ । ଆକଳନ ଟିମ ସର୍ଭେ ପରେ କୋଠାଘର ଥିବା ବାଲାଙ୍କୁ ଦୁଇଦୁଇ ଥର ଆବାସ ତାଲିକା ଭୁକ୍ତ କରି ପ୍ରକୃତ ହିତାଧିକାରୀ ନାମ ବାଦ କରାଯାଇଥିବା ଅଭିଯୋଗ ହେଉଛି । ଏପଟେ ସିଦିକ ଙ୍କ ସମସ୍ତ ପୁଅ ମାନେ ଅନେକ ଥର ଆବାସ ପାଇଁ ଅବେଦନ କରିଥିବା ବେଳେ କେଉଁ କାରଣରୁ ଆବାସ ଯୋଜନା ପାଇବାରୁ ସମସ୍ତେ ବଂଚିତ ଅଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଗତବର୍ଷ ଜିଲ୍ଲାପାଳ ଙ୍କ ଜନଶୁଣାଣିରେ ସିଦିକ ଙ୍କ ମଝିଆ ପୁଅ ମହମ୍ମଦ ଆୟୁବ୍ ଙ୍କୁ ପ୍ରକୃତ ହିତାଧିକାରୀ ତାଲିକାଭୁକ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ତାଙ୍କୁ ଏଯାବତ ଆବାସ ମିଳିନଥିବା ମହମ୍ମଦ ଆୟୁବ୍ କହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ କୌଣସି ସଠିକ୍ ଉତ୍ତର ଦେଇନଥିବା ବେଳେ ଫନୀ ସର୍ଭେ ଅନୁସାରେ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇଥିବା ପିପିିଲି ମଣ୍ଡଳ ଅଧିକାରିଣୀ ରଶ୍ମିତା ନାଥ କହିଛନ୍ତି । କିନ୍ତୁ କେଉଁ କାରଣରୁ ସିଦିକ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପାଇବାରେ ବଂଚିତ ହୋଇଛନ୍ତି ତାହା ତଦନ୍ତ କରାଯିବ ବୋଲି ମଣ୍ଡଳ ସେ କହିଛନ୍ତି। ତେବେ ସିଦିକ ପରିବାରଙ୍କୁ କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାହାକୁ ନେଇ ସମସ୍ତଙ୍କ ନଜର।