ନେସ୍କୋ ପାୱାର ଏମ୍ପ୍ଲୋଏଜ୍ ୟୁନିୟନ ସାଧାରଣର ସଭା

ଜଳେଶ୍ୱର୨୭/୭ (ନ ନ୍ୟୁ ସ )କଥା ରଖିଲେ ନେସ୍କୋ ପାୱାର ଏମ୍ପ୍ଲୋଏଜ୍ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ବେରା। ଶ୍ରମିକ ମାନଙ୍କ ସମସ୍ୟା ବୁଝିବା ନିମନ୍ତେ ସାତ ଦିନ ନ ହେଉଣି ପୁଣି  ଜଳେଶ୍ଵର ରେ ପହଞ୍ଚିଛନ୍ତି। ଗତ କିଛି ଦିନ ତଳେ ଜଳେଶ୍ଵର ଡ଼ିଭିଜନ ର କାର୍ଯ୍ୟକାରୀଣି ବୋଡ୍ ଗଠନ କରିଯାଇଥିଲେ । ପ୍ରଥମେ ଜଳେଶ୍ଵର ଠାରେଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ। ମୁଖ୍ୟ ପରାମର୍ଶଦାତା ବିଷ୍ଣୁକାନ୍ତ ଦାସ, ରଘୁନାଥ ପାତ୍ର, ଚନ୍ଦନ ଦତ୍ତ, ଦିନେଶ ମହାନ୍ତି ଏବଂ ସମସ୍ତ ଶ୍ରମିକ ମାନେ ଉପସ୍ଥିତି ଥିଲେ  ନମ୍ବର୧ ସେକ୍ସନ୍ ର ଯୁବ ସଂଗଠକ ଚିନ୍ମୟ ଜେନା, ଶ୍ରମିକ ମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାରର  ଅତ୍ୟାଚାର ଓ ଶୋଷଣ ଉପରେ ଆଲୋକପାତ କରିଥିଲେ। ଏ ସମସ୍ତ ବିଷୟରେ  ଶ୍ରମିକ ମାନଙ୍କ ଅଭିଯୋଗ କୁ ସେ ସମର୍ଥନ ଜଣାଇଥିଲେ। ଏହାପରେ ହାତୀଗଡ ଗସ୍ତ କରି ବିରାଟ ନେସ୍କୋ ଏମ୍ଲେୟର ସଭାରେ ଯୋଗ ଦେଇ ଥିଲେ।

ଅବସରପ୍ରାପ୍ତ ଶ୍ରମିକ ନେତା ତଥା ୟୁନିୟନର ପରାମର୍ଶ ଦାତା ସୁଧୀର ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରବିନ୍ଦ୍ର ବେରା, ଅତିଥି ଭରତ ସେଠୀ, ସତ୍ୟନାରାୟଣ (ବିଜୁ ଭାଇ) ଡିଭିଜନ୍ ସମ୍ପାଦକ ଶ୍ରୀଯୁକ୍ତ ହରିଶଙ୍କର ଦାସ, ନିମାଇଁ ଚରଣ ପରିଡା ସଭାରେ ଅଂଶ ଗ୍ରହଣ କରି କର୍ମଚାରୀ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ,ଜଳେଶ୍ଵର ଡ଼ିଭିଜନ ସଂଗଠକ ମନୋଜ ଦେ, ଭୋଗରାଇ ସଂଗଠକ ଗଗନ ଘଡେ଼ଇ, ଜଳେଶ୍ଵର ସଂଗଠକ ବିଶ୍ୱଜିତ ପରିଡା, ହାତୀଗଡ ସଂଗଠକ ସପନ ଜେନା,ସୁଦିପ ରଣା, ସୁବ୍ରତ ଦେ ଓ ଶ୍ରମିକ ପ୍ରମୁଖ ସଭା ଅନୁଷ୍ଠିତ ହୋଇ ମତାମତ ଦେଇଥିଲେ। ସମସ୍ୟା ବହୁଳ ହାତୀଗଡ ସେକ୍ସନ୍ ର ଅସରନ୍ତି ସମସ୍ୟାର ସମାଧାନ ଉପରେ ଆଲୋକପାତ କରାଯାଇଥିଲା । ଶ୍ରମିକ ନେତା ନିମାଇଁ ଚରଣ ପରିଡା, ମନୋଜ ଦେ,ବିଶ୍ୱଜିତ ପରିଡା ଏବଂ ସପନ ଜେନା, କର୍ମଚାରୀଙ୍କ ଆଠ ଘଣ୍ଟା କାର୍ଯ୍ୟ ଅବଧି ପାଇଁ ସାଧାରଣ ସମ୍ପାଦକଙ୍କ ପାଖରେ ଗୁହାରି କରିଥିଲେ। ସାଧାରଣ ସମ୍ପାଦକ,ଡିଭିଜନ୍ ସମ୍ପାଦକ ସହ ସମସ୍ତ ଶ୍ରମିକ ନେତା ହାତୀଗଡ ସେକ୍ସନ୍ ର କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରକାନ୍ତ ମହାନ୍ତି ଙ୍କ ସହ ଏବିଷୟରେ, ଆଲୋଚନା କରାଯାଇଥିଲା । କାର୍ଯ୍ୟ ଅବଧି  ସୁଚାରୁରୂପେ କାର୍ଯ୍ୟକାରୀ ହେବ ବୋଲି, କର୍ତୁପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ସାଧାରଣ  ପ୍ରତ୍ୟେକ ଶ୍ରମିକଙ୍କ ଅଭିଯୋଗ ଠିକ୍  ଫୋରମ୍ ରେ, ଚ୍ୟାନେଲ ରେ ଡିଭିଜନ ସମ୍ପାଦକ ହରିଶଙ୍କର ଦାସଙ୍କ ପାଖକୁ ଆସିବା ଦରକାର ବୋଲି ସାଧାରଣ ସମ୍ପାଦକ ପରାମର୍ଶ ଦେଇଥିଲେ।ସଂଘ ଶୃଙ୍ଖଳା ରଖିବା ସହିତ ଏକତା ବଳବତ୍ତର ରହିବ ବୋଲି ସେ ଦୃଢ଼ତାର  ସହ କହିଥିଲେ

Leave A Reply

Your email address will not be published.