ସକାଳର ଖବର, ୨୮-ଜୁଲାଇ-୨୦୨୩, ଶୁକ୍ରବାର
➡️୧-କୃଷକଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଦେଶବ୍ୟାପୀ ୧.୨୫ ଲକ୍ଷ “କିଷାନ ସମୃଦ୍ଧି କେନ୍ଦ୍ର” ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ସାମିଲ ହେଲା ଓଡିଶାର ପାଖାପାଖି ୫ ହଜାର “କିଷାନ ସମୃଦ୍ଧି କେନ୍ଦ୍ର”l
➡️୨-ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା-୨୦୨୧ ପରୀକ୍ଷା ଫଳ ପ୍ରକାଶନ ଉପରେ ଜାରି ଅନ୍ତରୀଣ କଟକଣାକୁ ପ୍ରତ୍ୟାହାର କଲେ ଓଡ଼ିଶା ହାଇକୋର୍ଟ l
➡️୩-୭ ମାସ ପୂର୍ବରୁ ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ । ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଏନେଇ ବୋର୍ଡ ପକ୍ଷରୁ ଦିଆଗଲା ସୂଚନା।
➡️୪-ଏଣିକି ଗ୍ରାହକମାନେ ବକେୟା ବିଦ୍ୟୁତ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇ ପାରିବେ । ଯୋଗ୍ୟ ଗ୍ରାହକମାନେ ୨୦୨୦ ମସିହା ମେ ମାସ ୩୧ ତାରିଖ ସୁଦ୍ଧା ଥିବା ବକେୟା ଉପରେ ରିହାତି ପାଇ ପାରିବେ ।
➡️୫-ଆସନ୍ତା ୩୦ ରେ ଆସୁଛି ଆଉ ଏକ ଲଘୁଚାପ, ଏହାର ପ୍ରଭାବରେ ୧ ରୁ ପ୍ରବଳ ବର୍ଷା ସମ୍ଭାବନା । ସାରା ଜିଲ୍ଲାରେ ବିସ୍ତୃତି ବର୍ଷା ସମ୍ଭାବନା ।
➡️୬-ଦିଲ୍ଲୀରେ ତିଆରି ହେବ ବିଶ୍ବର ସର୍ବ ବୃହତ ସଂଗ୍ରହାଳୟ, ରହିବ ୯୫୦ କୋଠରୀ l ଏହାର ନାମ ରହିବ ‘ଯୁଗେ ଯୁଗୀନ ଭାରତ’ ଜାତୀୟ ସଂଗ୍ରହାଳୟ। ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୭-କଲିକତା – ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ଅନ୍ତର୍ଗତ ଛତିଆ ଠାରେ ୨୫ ଏକର ସ୍ଥାନରେ ହେବ ବୃହତ ଟ୍ରକ ଟର୍ମିନାଲ l
➡️୮-ନନ୍ଦନକାନନରେ ୨ଦିନରେ ୨ମୃତୁ l ନୂଆ କରି ଆସିଥିବା ଗୋଟିଏ ମାଈଚିତା ବିରାଡି ଓ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ହେଲା ମୃତ୍ୟୁ l
➡️୯-ଆସନ୍ତାକାଲି ହେବାକୁ ଥିବା ମହରମ୍ ପର୍ବ ନେଇ ଭଦ୍ରକ ସହର ଚଳଚଞ୍ଚଳ, ୨୫ ପ୍ଲାଟୁନ ଫୋର୍ସ ନିୟୋଜିତ, ସହରରେ ହେଲା ପୁଲିସ୍ର ଫ୍ଲାଗ୍ ମାର୍ଚ୍ଚ l
➡️୧୦-ବିବାହ ବନ୍ଧନରେ ବାନ୍ଧିହେଲେ ଟେଲିଭିଜନ ଦୁନିଆର ଅନ୍ୟତମ ଲୋକପ୍ରିୟ ସିରିଏଲ ‘କୁଣ୍ଡଲି ଭାଗ୍ୟ’ ର ଅଭିନେତା l ୧୦୮ ବର୍ଷର ଖଣ୍ଡାରେ ନିଜ ନାମ ପାଖରେ ଲେଖିଲେ ପତ୍ନୀଙ୍କ ନାମ l
➡️୧୧-ଆଣ୍ଠୁ ଯନ୍ତ୍ରଣା ପାଇଁ କେରଳରେ ଆୟୁର୍ବେଦ ଚିିକିତ୍ସାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଶହେବର୍ଷ ପୁରୁଣା ମଲ୍ଲପୁରମର ଆୟୁର୍ବେଦ ସଂସ୍ଥାରେ ଜୁଲାଇ ୨୯ ଯାଏଁ ଚାଲିବ ଚିକିତ୍ସା l
➡️୧୨-ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ଘଟଣା, ଅପରାଧର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର l
➡️୧୩-ଦୂର ହେଉ କୁତ୍ସିତ ପ୍ରଥା; ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ମିଳୁ ଅନୁମତି l ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।
➡️୧୪-ବର୍ଷା ଓ ବନ୍ୟା ପରେ ଦିଲ୍ଲୀରେ ଡେଙ୍ଗୁ ପ୍ରକୋପ, ୬ ବର୍ଷରେ ଭାଙ୍ଗିଲା ରେକର୍ଡ l ଏମସିଡିଙ୍କ ଅନୁସାରେ ଚଳିତବର୍ଷ ୧ଲକ୍ଷ ୧୪ ହଜାର ଘରେ ଡେଙ୍ଗୁ ମଶାଙ୍କ ଲାର୍ଭା ମିଳିଛି।
➡️୧୫-୧୯୯୦ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜେ. କ୍ରିଷ୍ଣା କିଶୋର ହେଲେ ମୁଖ୍ୟ ଆୟକର ଆୟୁକ୍ତ l
➡️୧୬-ପାକିସ୍ତାନର ବହାୱଲପୁରର ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ୫୫୦୦ରୁ ଅଧିକ ସେକ୍ସ ଭିଡିଓ ସାମଲାର ଆସିଲା ନୂଆ ଖୁଲାସା l ଏହି ମାମଲାର ମାଷ୍ଟରମାଇଣ୍ଡ ପାକିସ୍ତାନର କେନ୍ଦ୍ରୀୟ ମନ୍ତ୍ରୀଙ୍କ ପୁଅ, ଘଟଣାରେ ପୂରା ଦେଶ ଚକିତ l
➡️୧୭-ମଙ୍ଗଳ ଗ୍ରହକୁ ପରମାଣୁ ଶକ୍ତି ଯୁକ୍ତ ରକେଟରେ ମହାକାଶଚାରୀ ପ୍ରେରଣ କରିବ ନାସା l ଏଥିରେ ୪୯୯ ମିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୩,୬୯୦ କୋଟି ଟଙ୍କା ଖର୍ଚ୍ଚ ହେବ ।
➡️୧୮-ଷ୍ଟାର ସିରିଜ୍ ଥିବା ବ୍ୟାଙ୍କ୍ ନୋଟ୍ ଉପରେ RBIର ସ୍ପଷ୍ଟୀକରଣ, କହିଲା- ‘ଏହି ନୋଟ୍ ଗୁଡିକ ସମ୍ପୂର୍ଣ୍ଣ ଆଇନଗତ’ l
➡️୧୯-WI vs IND: ପ୍ରଥମ ଦିନିକିଆରେ ୱେଷ୍ଟ ଇଣ୍ଡିଜ୍ ଠାରୁ ୫ ୱିକେଟ୍ରେ ଜିତିଲା ଭାରତ l
➡️୨୦-ଜର୍ମାନୀ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ସମ୍ଭବ ନ ହେବାରୁ ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ ପାଇଁ ଯୋଗ୍ୟତା ହାସଲ କଲା ଆୟର୍ଲାଣ୍ଡ l
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।