ହାଟଡିହି କିଛି ଦିନ ପୂର୍ବରୁ ଏହି ପଞ୍ଚାୟତ କୁ ଲୋକାୟୁକ୍ତ ଉଠ ବସ କରିବା ପରେ ଏବେ ପୁଣି ଚୋରି ଆରମ୍ଭ ହୋଇଛି। ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତରେ ଶୌଚାଳୟ କୁ ଚୂନ ମାରି ୫୦ହଜାର ଟଙ୍କା ଉଠାଇବା କୁ ଉଦ୍ୟମ କରିଛନ୍ତି ଚତୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିହର ସେଠୀ। ଯାହାକୁ ନେଇ ବୁଦ୍ଧଦେବ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଦୁଃଶାସନ ସାହୁ , ଦେବେନ୍ଦ୍ର ଜେନା, ନିର୍ମଳ ମଲ୍ଲିକ, କେଶବ ଜେନା ଅଭିଯୋଗ କରିଛନ୍ତି। କେବଳ ରଙ୍ଗ ମାରି ଅନୁଦାନ ରାଶି ହରି ଲୁଟ୍ ପ୍ରକ୍ରିୟା ରେ ପିଇଓ ହରିହର ସେଠୀ ଙ୍କୁ ଭଲ ଭାବେ ମାଲୂମ ଥିବାରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ମରେଇଗାଁ ପଞ୍ଚାୟତ ରୁ ଯିବାକୁ ମନ କରୁନଥିବା ଦେଖିବାକୁ ମିଳୁଛି। ଯାହା ଦ୍ଵାରା ପଞ୍ଚାୟତ ରେ ଲୋକାୟୁକ୍ତ ଠାରୁ ଆରମ୍ଭ କରି ଭିଜିଲାନ୍ସ ତଦନ୍ତ ରେ ମଧ୍ୟ ସଂପୃକ୍ତି ରହିଥିଲେ ବି ସେହି ପଞ୍ଚାୟତ ରୁ ସେ ଆଦୋ ଯିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।ପଞ୍ଚାୟତରେ ହେଉଥିବା ଶୌଚାଳୟ ହଡ଼ପ ଉଦ୍ୟମ କୁ ବିଡ଼ିଓ ଙ୍କୁ ଅବଗତ କରିବା ପରେ ଅଭିଯୋଗ ହୋଇଛି। ଏହାର ତଦନ୍ତ କରିବାକୁ ଗ୍ରାମର କିଛି ଲୋକ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଚଦଶ ଅର୍ଥ କମିସନ ଅନୁଦାନରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତ କାର୍ଯ୍ୟାଳୟର ପାଇଖାନା ମରାମତି ବାବଦକୁ ୫୦ହଜାର ଟଙ୍କା ଅନୁଦାନ ଆସିଥିଲା । ମରାମତି କରିବା ବଦଳରେ କେବଳ ରଙ୍ଗ ମାରି ଏହି ଅନୁଦାନ ରାଶି ହଡ଼ପ କରିବାକୁ ଯୋଜନା କରାଯାଇଥିଲା। ଫାଇନାଲ ବିଲ୍ କରାଯାଇ ଟଙ୍କା ଉଠାଣ ପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତ ସରିଥିଲା। ଏପରିକି ଅଧିକାରୀ ମଧ୍ୟ ଦସ୍ତଖତ କରିସାରିଥିଲେ। ଏ ସମ୍ପର୍କରେ ମରେଇଗାଁ ପଞ୍ଚାୟତର କିଛି ବ୍ୟକ୍ତି ଜାଣିବା ପରେ ସେମାନେ ଏହାର ପ୍ରତିବାଦ କରି ହାଟଡିହି ବିଡ଼ିଓ ଙ୍କୁ ଜଣାଇ ଛନ୍ତି। ଏଭଳି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଥିବା ବେଳେ। ଏ ସମ୍ପର୍କରେ ପଞ୍ଚାୟତର ପିଇଓ ହରିହର ସେଠୀଙ୍କୁ ପଚାରିବାରୁ, ପାଇଖାନା ମରାମତି କାମ ସରିଛି। କେବଳ କବାଟ ଲାଗିବା ବାକି ଅଛି ବୋଲି କହିଛନ୍ତି। ତେଣୁ ହରି ସେଠୀ ଙ୍କ ସ୍ଵାଭାବ କୁ ଏହି ପଞ୍ଚାୟତ ଟି ସବୁଠୁ ଅନୁକୂଳ ବୋଲି ପଞ୍ଚାୟତ ଲୋକେ ଅଭିଯୋଗ କରିଛନ୍ତି। ଯଥା ଶୀଘ୍ର ତାଙ୍କୁ ଉକ୍ତ ପଞ୍ଚାୟତ ରୁ ବଦଳି କଲେ ପିଇ ଓ ହରି ସେଠୀ ଙ୍କ କାର୍ଯ୍ୟକଳାପ ଉପରେ ଅତିଷ୍ଠ ହୋଇ ପଡିଲେଣି।