୪ ଗୋଟି ସ୍ବାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର   

ବରୀ,୨୮l୭(ନ.ନ୍ୟୁ.ସ): ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ତିନି ଗୋଟି ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଟିଏ ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ୨୦୨୨-୨୩ ମସିହା ପାଇଁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି। ମଙ୍ଗଳବାର ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମ ରେ ବାଲିଆ ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ବରୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଶିବାଶିଷ ମହାରଣାଙ୍କ ଉପସ୍ଥିତିରେ ପ୍ରଦାନ କରିଥଲେ। ପୁରସ୍କାର ପ୍ରଦାନ ଉତ୍ସବରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ ସବ୍ୟସାଚୀ ଦାସ, ବିପିଓ ପବିତ୍ର ଗୌରବ ଦାସ, କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ କୈବଲ୍ୟ ମଲିକ, କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସାଧିକାରୀ କୈଳାସ ପତି, ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରି ଜ୍ଞାନୀ ଚନ୍ଦ୍ର ଶେଖର ଏବଂ ବରୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ସିଏଚଓ ରୁବିନା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମାନପତ୍ର ଗ୍ରହଣ କରିଥଲେ। ପ୍ରତିବର୍ଷ ଏହି ପୁରସ୍କାର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ସ୍ୱଚ୍ଛତା, ଉତ୍ତମ ପରିବେଶ ପାଇଁ ପ୍ରଦାନ କରାଯାଇଥାଏ। ବରୀର ଯେଉଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଏହି ପୁରସ୍କାର ପାଇଛନ୍ତି ସେହି କେନ୍ଦ୍ରର କର୍ମଚାରୀ ମାନ୍ କହିଛନ୍ତି ଯେ ଏହାର ଶ୍ରେୟ ବରୀ ସିଏଚସି ର ମୂଖ୍ୟ ଚିକିତ୍ସା ଅଧିକାରୀ ସବ୍ୟସାଚୀ ଦାସଙ୍କ ପ୍ରେରଣା ଓ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି

Leave A Reply

Your email address will not be published.