ଵହୂ କୁ ରୋଷେଇ ଘର ଓ ଠାକୁର ଘରକୁ ଯିବା ପାଇଁ ବାରଣ

 ଜଳେଶ୍ୱର-ପ୍ରେମ ବିବାହ କରି ଆଣିଥିବା,ଵହୂ କୁ ରୋଷେଇ ଘର ଓ ଠାକୁର ଘରକୁ ଯିବା ପାଇଁ ବାରଣ କରୁଛନ୍ତି ପରିବାର ଲୋକେ। ଏହା ସହିତ, ଶାରୀରିକ ମାନସିକ ନିର୍ଯ୍ଯାତନା ଦେଉଥିବା ଅଭିଯୋଗରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା ଜଣକ। ଏଭଳି ସମ୍ବେଦନଶୀଳ ଅଭିଯୋଗ ଆସିଛି ଜଳେଶ୍ୱର ଥାନା ଅଞ୍ଚଳରୁ ,ନୀଚ ଜାତି ବୋଲି ଜାଣି ପ୍ରେମ ବିବାହ କରିବା ପରେ ଜାତିଆଣା ଆକ୍ଷେପ କରି ମାନସିକ ଏବଂ  ଶାରୀରିକ ନିର୍ଯାତନା ଦେଉଥିବା ନେଇ ଥାନା ରେ ମାମଲା ହୋଇଛି ।୯ଦିନ ତଳେ ମାମଲା ରୁଜ୍ଜୁ ହୋଇଥିଲା ବେଳେ ଏ ପର୍ଯ୍ଯନ୍ତ କୌଣସି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା କୁହାଯାଇଛି। ଜଳେଶ୍ୱର ଥାନା ଅନ୍ତର୍ଗତ  ବାଘାବାଳୀ ଗ୍ରାମର ଭବତୋଷ ଜେନାଙ୍କ ସାନ ପୁଅ ଶଶାଙ୍କ ଜେନାଙ୍କୁ ବସ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର (ସମ୍ପୂର୍ଣା) ଛଦ୍ମ ନାମକ,  ଜୈନିକ ଯୁବତୀ ଅଢ଼େଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ।ବିବାହ ର ପରଠୁ ଜାତିଆଣା ଆକ୍ଷେପ କରି ରୋଷେଇ ଶାଳା ଏବଂ ଠାକୁର ଘରକୁ ଶାଶୁ ଘର ଲୋକେ ତାକୁ ବାରଣ କରିଥିଲେ ।ଏବାବଦରେ ପୂର୍ଣ୍ଣିମା ବାପ ଘର ଲୋକଙ୍କୁ ଜଣାଇବା ପରେ ବାରମ୍ବାର ବୁଝାବଣା ହୋଇଥିଲେ ମଧ୍ୟ, କୌଣସି ସମାଧାନ ହୋଇ ପାରିନଥିଲା । ଏବାବଦ ରେ ଜଳେଶ୍ୱର ଥାନାରେ ଗତ୧୬ ଜୁଲାଇରେ ମାମଲା ରୁଜ୍ଜୁ ହୋଇଥିବା ବେଳେ, ଶାଶୁ ଘର  ଉପରେ,କୌଣସି କାର୍ଯ୍ୟାନୁଷ୍ଠାନ ନ ହେଵା, ପୀଡ଼ିତା ବହୁ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନେଇ ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ, ସମ୍ପୂର୍ଣ୍ଣା ଙ୍କ ସ୍ବାମୀ ଏ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ଯା ଓ ଅମୂଳକ ବୋଲି କହିଛନ୍ତି

Leave A Reply

Your email address will not be published.