ବାଲିଆପାଳ ୨୮/୭ (ନ.ନ୍ଯୁ.ସ.) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ସୂଚନା ଅଧିକର ଅଭିଯାନ କମିଟି ବାଲିଆପାଳ ଶାଖା ଓ ବାଲିଆପାଳ ହରିଜନ ଆଦିବାସୀ କଲ୍ୟାଣ ସମିତି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ରେ ବାଲିଆପାଳ ବିଡିଓ ଙ୍କ ଜରିଆରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ମହା ମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମିଳିତ ସଂଗଠନ ମଣିପୁରରେ ହିଂସା, ଜଳାପୋଡା,ନରହତ୍ୟା ପରି ନାରକିୟ କାଣ୍ଡ ସହିତ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାଜରାସ୍ତାରେ ଚଳାଇ ଚଳାଇ ନେବାକୁ ଦୃଢ଼ ନିନ୍ଧା କରିଛନ୍ତି।ଏହି ପରି ଘଟଣା ସାରା ବିଶ୍ବରେ ଘଟିଥିବାର ଦୃଶ୍ୟମାନ ହୋଇନଥିବା ବେଳେ ମଣିପୁର ଅମାନୁଷିକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରି ମଣିପୁର ରେ ଶାନ୍ତି ପ୍ରତିଷ୍ଠା କରିବା ସହିତ ଧାନ ଜୀବନ କୁ ସୁରକ୍ଷା ଦେବା ପାଇଁ ସୂଚନା ଅଧିକର ଅଭିଯାନ କମିଟି ବାଲିଆପାଳ ଶାଖା ଓ ବାଲିଆପାଳ ହରିଜନ ଆଦିବାସୀ କଲ୍ୟାଣ ସମିତିର ସଦସ୍ୟ ମାନେ ମିଳିତ ଭାବେ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଙ୍କ ଜରିଆରେ ଆଜି ରାଷ୍ଟ୍ରପତିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ସୂଚନା ଅଧିକର ଅଭିଯାନ କମିଟି ବାଲିଆପାଳ ଶାଖାର ସଭାପତି ଅନୁଜ କୁମାର ମହାପାତ୍ର, କୁଶ ଧ୍ଵଜ ଜେନା, ଦେବେନ୍ଦ୍ର ଦାସ, ଗୋପୀନାଥ ଗଙ୍ଗାଇ, ବଳରାମ ମାଝୀ, ସଞ୍ଜୟ ମାଝୀ, କାହ୍ନୁଚରଣ ପାତ୍ର, ଶରତ ପାତ୍ର, ପ୍ରହଲ୍ଲାଦ ଘଡାଇ, ପ୍ରଶାନ୍ତ ଜେନା ଙ୍କ ସହିତ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଦାବୀପତ୍ର ପ୍ରଦାନ ସମୟ ରେ ଉପସ୍ଥିତ ଥିଲେ।