ଚାକିରୀ ଦେବ କହି ଠକିନେଲା ଲକ୍ଷାଧିକ ଟଙ୍କା; ମଞ୍ଜେଶ୍ୱର ଥାନାରେ ମାମଲା

ବେକାର ଯୁବକ-ଯୁବତୀଙ୍କ ପାଇଁ ଚାକିରି ବଡ ଚ୍ୟାଲେଞ୍ଜ ହୋଇଛି । ଆଉ ଏହାର ସୁଯୋଗ ନେଇ ଠକୁଛନ୍ତି କିଛି ଦଲାଲ । ବିଭିନ୍ନ କ୍ଷେତ୍ରରେ ଚାକିରି କରାଇ ଦେବାକୁ କହି ଟଙ୍କା ଲୁଟ୍ କରୁଛନ୍ତି । ସେମିତି ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ରଙ୍ଗମାଟିଆ ଅଂଚଳରେ ରହୁଥିବା ଯୁବକ ମନୋରଞ୍ଜନ ଜେନା । ଏନେଇ ସେ ମଂଚେଶ୍ୱର ଥାନାରେ ଏତଲା ଦେଇଛନ୍ତିି । ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କୁ ରେଲୱେରେ ଚାକିରି କରାଇ ଦେବାକୁ କହି, ଭାରତୀୟ ପୋଲିସ୍ ପ୍ରୋଟେକ୍ସନ ଫୋର୍ସ ନାମକ ସଂସ୍ଥାର ମାଲିକ ଟଙ୍କା ନେଇଥିଲେ । ସମସ୍ତ କାଗଜପତ୍ର ନେଇଥିଲେ । ହେଲେ, ତାଙ୍କୁ ଚାକିରି ମିଳିନଥିଲା, ମିଳିଥିଲା ଧମକ ।

Leave A Reply

Your email address will not be published.