ଖବର ଆଜିର….ତାରିଖ ୩୧/୦୭/୨୦୨୩ ସୋମବାର ।
ବିସ୍ଫୋରଣରେ ଥରିଲା ପାକିସ୍ତାନ: ବୋମା ବିସ୍ଫୋରଣରେ ୩୫ରୁ ଅଧିକ ଲୋକଙ୍କର ମୃତ୍ୟୁ ।
ଅସହିଷ୍ଣୁ ଆନ୍ଧ୍ର । ଓଡ଼ିଆ ଫଳକ ଓପାଡ଼ି ଦେଲେ ଆନ୍ଧ୍ର ବିଡ଼ିଓ । ତାତିଲେଣି କୋଟିଆ ବାସୀ ।
ଆଣ୍ଟାର୍କଟିକାରେ ଭାଙ୍ଗିଲା ୪୫ ବର୍ଷର ରେକର୍ଡ, ବରଫସ୍ତରରେ ଅସାଧାରଣ ହ୍ରାସ ।
ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ବୋଲି ବ୍ରଡ କହିଛନ୍ତି।
କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ।ଭୁଜବଳସ୍ଥିତ ଏକ ଇଞ୍ଜିନିୟରିଂ କଲେଜରୁ ଉଦ୍ଧାର । ମୃତକ କୃଷି ବିଭାଗର ତୃତୀୟ ବର୍ଷ ଛାତ୍ର ।ଘର ସମ୍ବଲପୁର ଅଞ୍ଚଳରେ ।
ପୁଣି ବିବାଦରେ ଓଡିଶା ଷ୍ଟାଫ ସିଲେକସନ କମିଶନ.. ଆଜି ହେଉଥିବା ଯୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ।ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ।
ପୁଣି ଇତିହାସ ରଚିଲା ଇସ୍ରୋ ।ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ପିଏସଏଲଭି ସି୫୬ ରକେଟରେ ସିଙ୍ଗାପୁରର ୭ଟି ଉପଗ୍ରହର ହେଲା ସଫଳ ଉତକ୍ଷେପଣ ।
ମଣିପୁର ହିଂସା , ରାଜ୍ୟପାଳଙ୍କୁ ଭେଟିଲେ ୨୧ ଜଣ ବିରୋଧୀ ସାଂସଦ ।
ଋଷ ଉପରେ ୟୁକ୍ରେନ୍ର ବଡ଼ ଡ୍ରୋନ୍ ଆକ୍ରମଣ, ବନ୍ଦ କରାଗଲା ମସ୍କୋ ଏୟାରପୋର୍ଟ ।
ବୈଦ୍ୟୁତିକ ଯାନ : ଚାହିଦା ବଢ଼ୁଛି, ଚାର୍ଜ ପାଇଁ ପଏଣ୍ଟ ଅଭାବ ।
ଭାରତୀୟ ବଂଶୋଦ୍ଭବ ଇଂଜିନିୟର ହର୍ଷବର୍ଦ୍ଧନ ସିଂହ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି।
ଲଘୁଚାପ ପ୍ରଭାବ, ରାଜ୍ୟରେ ବର୍ଷା ଜାରି : ୫ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଫୋଷ୍ଟାକ୍ ବା ‘ଫୁଡ୍ ସେଫ୍ଟି ଟ୍ରେନିଂ ଆଣ୍ଡ ସାର୍ଟିଫିକେସନ୍ ଯୋଜନା ସାରା ଦେଶରେ ଲାଗୁ କରାଯାଇଛି।
ନରମିଲେ ଦତ୍ତମହାପାତ୍ର ସେବକ ; ବୁଧବାର ବନକଲାଗି ପାଇଁ ରାଜି ।
ସତର୍କ କରାଇଲା ଜାତିସଂଘ: ଅଲ୍ କାଏଦା ଟାର୍ଗେଟ୍ରେ ଭାରତ ।
ସୁପ୍ରଭାତ ,ଶୁଭ ସକାଳ ।