ସକାଳର ଖବର, ୦୩-ଅଗଷ୍ଟ-୨୦୨୩, ଗୁରୁବାର
➡️୧-ରାଜ୍ୟର ୫୦ ଅଣସଂଗଠିତ ବର୍ଗର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କା ସହାୟତା ମିଳିବ।
➡️୨-ଆସନ୍ତା ଅକ୍ଟୋବର ୧ରୁ ଅନଲାଇନ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ଲାଗୁ ହେବ ୨୮% ଜିଏସଟି l
➡️୩-ଲଘୁଚାପଜନିତ ବର୍ଷାରେ ଉବୁଟୁବୁ ସାରା ଓଡ଼ିଶା । ଜଳରେ ଅସ୍ତବ୍ୟସ୍ତ ଜନଜୀବନ । ଚାରିଆଡ଼େ ପାଣି ଓ ପାଣି l
➡️୪-ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଇଣ୍ଡିଆ’ ମେଣ୍ଟର ୩୧ ସାଂସଦ । ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତଙ୍କ ସମସ୍ୟା ନେଇ ମହାମହିମଙ୍କୁ କରାଇଲେ ଅବଗତ l
➡️୫-ବୈତରଣୀ ବନ୍ୟା ଆଶଙ୍କା ନେଇ ଧାମନଗରରେ ଜିଲାପାଳଙ୍କ ସମୀକ୍ଷା, ୩୦ ଏନ୍ଡିଆରଏଫ୍ ଟିମ୍ ଧାମନଗରରେ ରହିବେ ମୁତୟନ l
➡️୬-ନନଷ୍ଟପ୍ ବର୍ଷାରେ ବେହାଲ୍ ସାରା ବୌଦ୍ଧ ଜିଲ୍ଲା । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ହୋଇଛି ରାଜ୍ୟର ସର୍ବାଧିକ ୩୯୦.୬ ମିଲିମିଟର ବର୍ଷା l
➡️୭-ଲଗାଣ ବର୍ଷା ଏବଂ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼,ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଅନୁଗୁଳ ଓ ବରଗଡ଼ ଜିଲ୍ଲାର ସବୁ ଅଙ୍ଗନବାଡ଼ି, ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ l
➡️୮-ବୈତରଣୀରେ ବନ୍ୟା ଉପୁଜିବା ଯୋଗୁଁ ଯାଜପୁର ଜିଲାର ଏକାଧିକ ବ୍ଲକରେ ଆଜିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ହେଲା ଛୁଟି ଘୋଷଣା l ଜିଲାର କୋରେଇ, ଯାଜପୁର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ସମସ୍ତ ସ୍କୁଲ, କଲେଜ(ଉଭୟ ସରକାରୀ ଓ ବେସରକାରୀ) ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ l
➡️୯-ରିଲାଏନ୍ସ ଜିଓର ଓଡ଼ିଶାରେ ଏକ ନମ୍ବର ସ୍ଥିତି ସୁଦୃଢ, ଟ୍ରାଇ ତଥ୍ୟ ଅନୁସାରେ ମେ’ ମାସରେ ଯୋଡ଼ିଲା ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ l
➡️୧୦-ବଲିଉଡ୍ର ବିଶିଷ୍ଟ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ‘ଓଏମଜି-୨’ର ଟ୍ରେଲର ରିଲିଜ୍ ଅଟକାଇଲେ ଅକ୍ଷୟ l ଗତକାଲି ହେବାକୁ ଥିବା ବେଳେ ଏହା ଆଜି ସକାଳ ୧୧ଟାରେ ହେବ ରିଲିଜ୍ l
➡️୧୧-ଓଡ଼ିଶାର ଗୋଟିଏ ସମେତ ମୋଟ ୩ଟି କୋଇଲା ଖଣିର ହେବ ନିଲାମ l ହିଣ୍ଡାଲକୋକୁ ମିଳିଲା ଓଡ଼ିଶାର ମିନାକ୍ଷୀ ୱେଷ୍ଟ କୋଇଲା ଖଣି l ମହଜୁଦ ଅଛି ୯୪୦ ମିଲିୟନ୍ ଟନ୍ କୋଇଲା l
➡️୧୨-ସାରା ଦେଶରେ ରହିଛି ୨୦ଟି ନକଲି ବିଶ୍ୱବିଦ୍ୟାଳୟ, ନାଁ ଜାରି କଲା UGC, ଦିଲ୍ଲୀରେ ରହିଛି ସର୍ବାଧିକ l ଦିଲ୍ଲୀ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ ।
➡️୧୩-ଖୁବଶୀଘ୍ର ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି । ମୌସୁମୀ ପରେ ଶସ୍ତା ହୋଇପାରେ ଦୁଗ୍ଧ ମୂଲ୍ୟ ।
➡️୧୪-ଆମେରିକା ରେଟିଂ ହ୍ରାସରେ ବିଶ୍ୱ ଶେୟାର ବଜାରରେ ହା ହା କାର, ୧୦୦୦ ପଏଣ୍ଟ ତଳକୁ ଖସିଲା ଭାରତୀୟ ଶେୟାର ମାର୍କେଟ୍ l
➡️୧୫-ଚକିତ କଲା ଏଡିଆର ରିପୋର୍ଟ । ୪୦୦୧ ବିଧାୟଙ୍କ ସମ୍ପତ୍ତି ୫୪.୫୪୫ କୋଟି ଟଙ୍କା, ୩ରାଜ୍ୟର ମୋଟ ବଜେଟଠାରୁ ଅଧିକ l
➡️୧୬-କୁନୋ ଜାତୀୟ ପ୍ରାଣୀଉଦ୍ୟାନରେ ପୁଣି ଆଖିବୁଜିଲା ଚିତା । କିଛି ଦିନ ଧରି ଅସୁସ୍ଥ ରହିବା ପରେ ଚିତା ଧାତ୍ରୀର ହେଲା ମୃତ୍ୟୁ l
➡️୧୭-ପୁଣି ବିବାଦ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୨୦ ନିର୍ବାଚନ ଫଳାଫଳ ବଦଳାଇବା ପାଇଁ ଟ୍ରମ୍ପ ଷଡଯନ୍ତ୍ର କରିଥିବା ନେଇ ଆସିଲା ଅଭିଯୋଗ l
➡️୧୮-ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଇରାନରେ ହେଲା ଲକଡାଉନ । ଭୀଷଣ ଗରମ ଯୋଗୁ ହେଲା ଦୁଇ ଦିନିଆ ସରକାରୀ ଛୁଟି ଘୋଷଣା l
➡️୧୯-ବିଶ୍ୱକପ୍ ୨୦୨୩ : ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ , ରାଜି ହେଲା ପାକିସ୍ତାନ l ଅକ୍ଟୋବର ୧୪ରେ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ l
➡️୨୦-ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ରେ ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଆଜି ପ୍ରଥମ ମ୍ୟାଚରେ ଚାଇନାକୁ ଭେଟିବ।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।