କେନ୍ଦୁଝର, (ନିପ୍ର) କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟତଃ ଖଣି ଖାଦାନ ଭରା ଜିଲ୍ଲା । ଏହି ଜିଲାର ଲୋକଙ୍କ ମୁଖ୍ୟତ ଟ୍ରକ ରେ ଲୁହାପଥର ପରିବହନ କରିବା ମୁଖ୍ୟ ବ୍ୟବସାୟ,ବର୍ତମାନ ପରିସ୍ଥିତି ରେ ଲୁହାପଥର ପରିବହନ ରେ ବାହାର ରାଜ୍ୟର ଟ୍ରଲର ରେ କମ ମୂଲ୍ୟରେ ଲୁହାପଥର ପରିବହନ କରିବା ଦ୍ୱାରା କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର କୋଇଡା ଅଞ୍ଚଳର ଟ୍ରକ ବ୍ୟବସାୟ ମାନେ ଟ୍ରକ ରେ ପରିବହନ ନ କରି ପାରି କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲାର ୫ଟି ଓ ସୁନ୍ଦରଗଡ଼ ଜିଲା କୋଇଡା ଟ୍ରକ ମାଲିକ ସଂଘ କୁ ମିଶାଇ ୬ ଟି ଟ୍ରକ ମାଲିକ ସଂଘ କୁ ନେଇ ଗଠିତ କୋର କମିଟି ପକ୍ଷରୁ ଆଜି ସହର ର ରୋଟାରୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାହାର ରାଜ୍ୟର ଟ୍ରଲର ରେ କମ ମୂଲ୍ୟରେ ଲୁହାପଥର ପରିବହନ କୁ ବିରୋଧ କରିଛନ୍ତି । ଆସନ୍ତା ୪ ତାରିଖରେ ଚମ୍ପୁଆ ଥାନା ରଘୁଆଳ ସାହି ନିକଟରେ ୬ ଟି ଟ୍ରକ ମାଲିକ ସଂଘ ମିଳିତ ଭାବେ ଟ୍ରଲର ଲୋଡିଙ୍ଗ କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ କୋର କମିଟି ସମ୍ପାଦକ ଦେବୁ ପଟ୍ଟନାୟକ,ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର,ସମ୍ପାଦକଯୋଡ଼ା ଟ୍ରକ ମାଲିକ ସଂଘ ସୁଶାନ୍ତ ବାରିକ,କୋଇଡା ଟ୍ରକ ମାଲିକ ସଂଘ ସଦସ୍ୟ କେଦାର ପଣ୍ଡା ସମେତ ବହୁ କର୍ମକର୍ତା ସାମିଲ ହୋଇଥିଲେ ।