ବାରିପଦା ତା 3/8 ବାରିପଦା ପୌରପାଳିକା ପକ୍ଷରୁ ଶ୍ରୀମା କଲେଜ ନିକଟରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା) ଯୋଜନା ଆନୁକୂଲ୍ୟରେ ନିର୍ମାଣ ଚାଲିଥିବା ଶିମିଳିପାଳ ଫ୍ରେସ ନିକଟସ୍ଥ ଭେଣ୍ଡିଙ୍ଗ ଜୋନର କଂକ୍ରିଟ ଗାଡ଼ୱାଲ ଏବଂ କଲମ ସାମାନ୍ୟ ବର୍ଷାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଓଲଟି ପଡ଼ିଥିବାର ଦେଖା ଯାଇଛି. ଏହି ଗାଡ଼ ୱାଲଟି ଗତ ରବିବାର ପାଖରୁ କ୍ରେକ ହୋଇଥିବା ବେଳେ ମଙ୍ଗଳବାର ରାତିରେ ସମ୍ପୂର୍ଣ ଭାଙ୍ଗି ପଡିଛି. ତେବେ ବାରିପଦାରେ ସେଭଳି ଭାବରେ ପ୍ରବଳ ବର୍ଷା ବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନଥିବା ବେଳେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ ଗାଡ଼ୱାଲ ଏବଂ କଲମ ଭାଙ୍ଗି ଯିବାକୁ ନେଇ ନିମ୍ନ ମାନର କାର୍ଯ୍ୟ ଚାଲିଥିବା ନେଇ ଅଭିଯୋଗ ହେଉଛି. ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ଛଡ଼ ନିମ୍ନ ମାନର ଏବଂ ଯେତିକି ଗେଜର ଯେତେ ପରିମାଣର ଛଡ଼ ନିର୍ମାଣ କାର୍ଯ୍ୟରେ ଲାଗିବା କଥା ତାହା ଲାଗି ନଥିବାରୁ ସାମାନ୍ୟ ବର୍ଷାରେ ମାଟିର ଭାର ସମ୍ଭାଳି ନପାରି ଗାଡ଼ୱାଲ ଭାଙ୍ଗିଯାଇଥିବାର ଚର୍ଚ୍ଚା ହେଉଛି. ତେବେ ଏହି ନିର୍ମାଣ କାର୍ଯ୍ୟଟିର ବ୍ୟୟ ଅଟକଳ 19ଲକ୍ଷ 74ହଜାର ହୋଇଥିବା ବେଳେ କାର୍ଯ୍ୟଟିର କାର୍ଯ୍ୟାଦେଶ ମା କିଚକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ରହିଛି. ତେବେ ଏନେଇ ପୌର ପରିଷଦ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଉଠାଇ ନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ.