କାଳିଆପାଣି;ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର ।କିନ୍ତୁ ବର୍ଷ ସାରା ଚୁଆ ପାଣି ଭରସା କରି ବଞ୍ଚୁ ଥିବାର ଦେଖିବାକୁ ମିଳିଛି କଅଁସ ଗ୍ରାମ ପଞ୍ଚାୟତର ଟିକରପଡା ମଝି ସାହିରେ।ଏହା ଏକ ଆଦିବାସୀ ଅଧ୍ୟୁଷିତ ଗାଁ ହୋଇଥିବା ବେଳେ ଏହି ଗାଁରେ ପାଖାପାଖି ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି ।ବିଶୁଦ୍ଧ ପାନୀୟ ଜଳ ପାଇଁ ଗାଁ ରେ ଗୋଟିଏ ନଳକୂପ ଥିବା ବେଳେ ଗୋଟିଏ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ରହିଛି ଯାହା କି ବର୍ତ୍ତମାନ ଅଚଳାବସ୍ଥା ରେ ରହିଛି ।ଗ୍ରାମବାସୀ ପାନୀୟ ଜଳ ରୂପେ ବ୍ୟବହାର କରିବା ପାଇଁ ହେଲେ ଗାଁ ଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଅବସ୍ଥିତ ଏକ ଝରଣା(ଚୁଆ)ରୁ ପାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।ଅନ୍ୟପଟେ ଏହି ଚୁଆ ପାଣି ପାନୀୟ ଜଳ ରୂପରେ ବ୍ୟବହାର କଲେ ଅନେକ ପ୍ରକାର ରୋଗରେ ପୀଡିତ ହେଇଥିବାର ଅଭିଯୋଗ ହୋଇଛି।ଅନ୍ୟପଟେ ପାଣି ଟୋପେ ପାଇଁ ୱାର୍ଡ ମେମ୍ବର ଙ୍କ ଠାରୁ ସରପଞ୍ଚଙ୍କ ପର୍ଯ୍ୟନ୍ତ କାକୁତି ମିନତୀ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ପରେ ପରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ମରାମତି ପାଇଁ ମୋଟର ଖୋଲିକି ନେଇଥିଲେ ମଧ୍ୟ ଦୁଇ ବର୍ଷରୁ ଅଧିକ ହେବ ଲଗାଯାଇ ପାରୁ ନାହିଁ ମୋଟର ବୋଲି କହିଛନ୍ତି ଗ୍ରାମବାସୀ ।ଗୋଟିଏ ଅଭିଯୋଗକୁ ବାରମ୍ବାର ଅଭିଯୋଗ କରିବା ପରେ ବି ସମାଧାନ କରାଯାଉନଥିବା ବେଳେ ନିରାଶ ହୋଇ ପଡିଛନ୍ତି ଟିକରପଡା ବାସୀ ।ଗାଁର ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ବ କରି ବିଧାୟକ ପର୍ଯ୍ୟନ୍ତ କେବଳ ନିର୍ବାଚନ ସମୟ ପାଖେଇ ଆସିଲେ ସମସ୍ତେ ଆସନ୍ତି କୁହାଯାଏ ସବୁ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ କିନ୍ତୁ ନିର୍ବାଚନ ଶେଷ ହେଲା ପରେ କୌଣସି ସରକାରୀ ଯୋଜନାରେ ଉପକୃତ ହୋଇପାରୁ ନାହାନ୍ତି ବୋଲି କହିଛନ୍ତି ।ସରକାରଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଥିବା ବେଳେ ପ୍ରକଳ୍ପ ମରାମତି କରିବା ସହିତ ନଳକୂପ ଟିକୁ ମଧ୍ୟ ମରାମତି କରିବା ପାଇଁ ଦାବି ହୋଇଛି ।ଏନେଇ ସହକାରୀ ଯନ୍ତ୍ରୀ ଆଶିଷ କୁମାର ବିଶ୍ୱାଳଙ୍କ ମତାମତ ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ନଲାଗିବାରୁ ମତାମତ ସ୍ଥାନ ପାଇଁ ପାରୁ ନାହିଁ ।