ଜଳେଶ୍ଵର,୩/୮(ନ ନ୍ୟୁ ସ):ସୁଗୋ ଗ୍ରା. ପ. ଅଧିନସ୍ଥ ବାଣିଦା ଗାଁରେ ଆଜକୁ ୫l୬ମାସ ପୂର୍ବରୁ ଆର.ଡି.ରାସ୍ତା ଓ ପୋଲ କାମ ଆରମ୍ଭ ହୋଇଥିବାବେଳେ ବର୍ଷାଦିନ ପୂର୍ବରୁ ତ ଦୂରର କଥା ଆଜି ପର୍ଯ୍ୟନ୍ତ ଗାଁର ମୁଖ୍ୟ ରାସ୍ତାର ପୋଲ କାମ ଅଧା ହୋଇପାରିଲା ନାହିଁ କି ପ୍ରଥମରୁ ବିକଳ୍ପ ବାଇପାସ ରାସ୍ତା ଠିକାଦାର କଲେ ନାହିଁ । ଯାହା ଫଳରେ ଅସ୍ଥାୟୀ ବନ୍ଧ ଏହି ବର୍ଷାପାଣିରେ ଭାଙ୍ଗି ଘାଇ ହୋଇ ପାଣି ଯିବା ସହିତ ଅନ୍ୟ ବିକଳ୍ପ ରାସ୍ତା ରେ ଆଣ୍ଠୁଏ କାଦୁଅ ଓ ପାଣି । ରୋଗୀ ସେବା ବା କୌଣସି ଜରୁରୀ ପରିସ୍ଥିତି ପାଇଁ ଏଠି ବୁଝିବାକୁ କେହି ନାହିଁ । ଦିର୍ଘ ଦିନ ଧରି ପିଲାମାନେ ରାସ୍ତା ପାଇଁ ପାଠ ପଢ଼ିବାକୁ ସ୍କୁଲକୁ ଯାଇପାରୁନାହାନ୍ତି । କଣ୍ଟ୍ରୋଲ ସାମଗ୍ରୀ ଆଣିବା ରେ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ବ୍ୟବହୃତ କଞ୍ଚାମାଲ ମଧ୍ୟ ନିମ୍ନମାନର । ରଷ୍ଟ ହୋଇଥିବା ଲୁହାରଡ ବ୍ୟବହାର ହେଉଛି ବୋଲି ଅଭିଯୋଗ ହେଉଛି । ଗାଁ ଟି ୨ ଭାଗରେ ବିଭକ୍ତ । ବାରମ୍ଵାର ଅଭିଯୋଗ କରାଯାଇଥିଲେ ମଧ୍ୟ କାହାରି ତତପରତା ନାହିଁ । କାମ କରୁଥିବା ଲୋକମାନେ ଆଜି ସେଠାରୁ ଜନିଷ ନେଇ ପଳାଇ ଯାଉଥିବାର ଦେଖି ସ୍ଥାନୀୟ ବାସିନ୍ଦାମାନେ ଅଟକ ରଖି ରାସ୍ତା ଉପରେ ବସିବାକୁ ବାଧ୍ୟ ହେଲେ । ଏଠାରେ ଠିକାଦାର ତରଫରୁ କାମ ବୁଝୁଥିବା ଗୌତମ ନାମକ ବ୍ୟକ୍ତି ଜଣଙ୍କ ସାଧାରଣ ଲୋକଙ୍କୁ ନାଲି ଆଖି ଦେଖେଇବା ସହିତ ଧମକ ଦେଉଛନ୍ତି କି ଆମେ ଯାହା କରିବା ନ ହେଲେ ନାହିଁ । ଗ୍ରାମବାସୀମାନେ ସହଯୋଗ କରିବାକୁ ଚାହୁଁଥିବା ବେଳେ ବାବୁ ଜଣଙ୍କ କାହାରି ସହଯୋଗ ଦରକାର ନାହିଁ ବୋଲି କହୁଛନ୍ତି । ଅନେକଙ୍କୁ ଗାଳି ଗୋଲଜ ମଧ୍ୟ କରୁଛନ୍ତି । ଏନେଇ ଫାଣ୍ଡି ଅଧିକାରୀଙ୍କୁ ଜଣାଯିବ ବୋଲି ଗ୍ରାମବାସୀ ମାନେ ମତ ରଖିବା ସହିତ ସ୍ଥାନୀୟ ସଦସ୍ୟା କଂ ସ୍ୱାମୀଙ୍କର କାର୍ଯ୍ୟକଳାପ ତଥା ଭୂମିକାକୁ ନେଇ ଗ୍ରାମବାସୀମାନେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । କାମକୁ ବିଳମ୍ଵ କରିବା ପରେ ଲୋକଙ୍କୁ ଉସୁକାଇ ବିରୋଧ କରିବା ପଛରେ ବାବୁଙ୍କର ଅସଲ ଉଦ୍ଦେଶ୍ୟକୁ ଗ୍ରାମବାସୀମାନେ ବୁଝିନେଇଛନ୍ତି ବୋଲି ଅଭିଯୋଗ ମଧ୍ୟ କରିଛନ୍ତି ।