ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ବରଗାଁର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ମେହେର ସେ ୨୧.୧୦.୧୬ ରୁ ଗଣ୍ଡାବାହାଳି ହାଇସ୍କୁଲରୁ ବରଗାଁ ହାଇସ୍କୁଲକୁ ଆସିଥିଲେ। ଆସିବା ପରେ ଶିକ୍ଷା ପ୍ରତି ଅନେକ ପରିବର୍ତ୍ତନ ଦେଖିବା ମିଳିଥିଲା। ସେ ସ୍କୁଲର ଛାତ୍ର ଛାତ୍ରୀ ସହ ଶିକ୍ଷକଙ୍କ ମାନଙ୍କୁ ସମାନ ଦୃଷ୍ଟିରେ ଦେଖି ଆସୁଥିଲେ। ଏବଂ ଆଜି ୩୧.୭.୨୩ ରେ ସେ ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରୀ ସୁଭଦ୍ରା ତାଣ୍ଡି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସ୍କୁଲର ବରିଷ୍ଠ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମେହେର ସଭା ପରିଚାଳନା କରିଥିଲେ। ଓ ସେହି ସଭାରେ ସ୍କୁଲର ସଭାପତି ବିଷ୍ଣୁପ୍ରସାଦ ସୁନାରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟା ଅତିଥି ଭାବେ ପୂର୍ବତନ ସ୍କୁଲ ସମ୍ପାଦକ ଶ୍ରୀ ବଦନ କର ସୁନାରୀ ସ୍କୁଲ ସ୍ଥାପିତ ହେବା ଦିନ ଓ ସ୍କୁଲଲୁ ସୁରକ୍ଷା ଦେବା ଗଢ଼ି ତୋଳିବାର ସମସ୍ତ ଅତୀତର ଗୌରବମୟ କଥାକୁ ବର୍ଣ୍ଣନା କରିଥିଲେ। ଏବଂ ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମ ସା,କମଳ ମେହେର ଉପସ୍ଥିତ ଥିଲେ । ସେଥି ମଧ୍ୟରୁ ସ୍କୁଲ ସହ ଶିକ୍ଷକ ପଙ୍କଜ ମେହେର,ଜଗ ବନ୍ଧୁ ମେହେର,ଦୟା ରାମ ସୁନାରୀ,ପ୍ରଣୟ ମେହେର,କର୍ମଚାରୀ ରୁଦ୍ର ମାଧବ କଟା,ଭରତ ଧ୍ୱଜ ଠେଲା,ପୂର୍ବତନ ଖେଳ ଶିକ୍ଷକ ଦେବା ନନ୍ଦ ମେହେର ସ୍କୁଲ ସମସ୍ତ ଛାତ୍ର ଛାତ୍ରୀ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଛାତ୍ରୀ କିରଣ ସୁନାନୀ ସଭା ସେସ ସଙ୍ଗୀତ ଗାନ କରିବା ପରେ ସ୍କୁଲ ଶିକ୍ଷକ ଗ୍ରୀସ ଚନ୍ଦ୍ର ନାଏକ ସଭା ସାଙ୍ଗ କରିବା ପରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ମାନେ ଏକତ୍ରିତ ହୋଇ ଅବସର ନେଇ ଥିବା ପ୍ରଧାନ ଶିକ୍ଷକଙ୍କୁ ତାଙ୍କ ଘର ଗଣ୍ଡାବାହାଳି ପର୍ଯ୍ୟନ୍ତ ସାଥିରେ ଆସିଥିବା ଦେଖିବାକୁ ମିଳିଛି।