ମମିଆ ଗାଁରେ ଝାଡ଼ାବାନ୍ତି; ୩ ମୃତ

କଣ୍ଟାବାଞ୍ଜି ୪/୮ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଝଳପ ଗ୍ରାମପଞ୍ଚାୟତର ମମିଆ ଗାଁରେ ଜଣେ ନୁହଁ ତିନି ତିନି ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁର ଶିକାର ହୋଇ ସାରିଛନ୍ତି ଗତ ତିନି ଦିନ ମଧ୍ୟରେ, ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଗାଁର କୈକେୟା ବେହେରା ନାମକ ଜଣେ ମହିଳା ସର୍ବ-ପ୍ରଥମେ ଝାଡ଼ାବାନ୍ତିର ଶିକାର ହୋଇଥିଲେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ଚିକିତ୍ସା କରେଇବା ପାଇଁ ପରିବାର ଲୋକେ ନେଇଥିଲେ, ସେଠାରେ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ସ୍ଥିତି ଗମ୍ଭୀର ଥିବା କାରଣରୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦେଇଥିଲେ, ଓ ଟିଟିଲାଗଡ଼ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା, ସେହିପରି ଗାଁର ରବି ସେଲମାଙ୍କ ୬ ବର୍ଷର ଝିଅ ସୋନିଆ  ସେଲମା ମଧ୍ଯ ସେହିପରି ଝାଡ଼ାବାନ୍ତିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗାଁର ଅନ୍ୟ ଜଣେ ବିଳମ୍ବ ହିଁଆଲ ୫୫ ତାଙ୍କୁ ଚିକିତ୍ସା ପାଇଁ କୌଣସି ଡ଼ାକ୍ତରଖାନାକୁ ନେଇ ନଥିବା ବେଳେ ଘରେ ମୃତ୍ୟୁ ଘଟିଥିଲା, ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶନିବାର ଗାଁରେ ଚିକିତ୍ସା କେମ୍ପ ଲଗେଇ ଘର-ଘର ବୁଲି ଚିକିତ୍ସା କରିବା ସହିତ ସଚେତନ କରିଥିଲେ, ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିରରୁ ଡ଼ଃ ନମିତା ମିଶ୍ରଙ୍କ ନେତୃତ୍ବରେ ଏକ ଟିମ ଗାଁକୁ ପହଞ୍ଚି ଝାଡ଼ାବାନ୍ତି ଆକ୍ରାନ୍ତରେ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ସାକ୍ଷାତ କରି ସ୍ଥିତି ପଚାରି ବୁଝିବା ସହ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଉଛି ତାହା ଅନୁଧ୍ୟାନ କରିଥିଲେ, ପିବା ପାଣି ନଳକୂପରୁ ସଂଗ୍ରହ କରି ଅନେକ ପ୍ରକାର ବିଷୟବସ୍ତୁକୁ ନେଇ ଛାଞ୍ଚ କରିଥିଲେ, ଅନ୍ୟ ପକ୍ଷରେ ଗାଁ’ର ପରିସ୍ଥିତି ଯେପରି ରହିଛି ଯେ ଜଣ୍ଡିସ ବ୍ୟାପିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ, ସମ୍ପୂର୍ଣ୍ଣ ଗାଁ ଅଳିଆ ଆବର୍ଜନାରେ ଗତି କରୁଛି ଗାଁ ସରକାରଙ୍କ ପକ୍ଷରୁ କିଛି ସୁବିଧା ଯାଉଛି କି ନାହିଁ ତାହା ସନ୍ଦେହ ଜନକ, ଅନ୍ୟ ପକ୍ଷରେ ଉକ୍ତ ଗାଁ ବଙ୍ଗୋମୁଣ୍ଡା ଚେୟାରମ୍ଯାନଙ୍କ ଗାଁ ହୋଇଥିବା ବେଳେ ଅନେକ କ୍ଷେତ୍ରରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଯଦି ଚେୟାରମ୍ଯାନଙ୍କ ନିଜର ଗାଁର ପରିସ୍ଥିତି ଲଜ୍ଜାଜନକ ପରିସ୍ଥିତି ତେବେ ଅନ୍ୟ ଗାଁ ଗୁଡ଼ିକକୁ ପଚାରେ କିଏ, ଚେୟାରମ୍ଯାନଙ୍କ ଶଶୁର ଏହାପୂର୍ବରୁ ଦୁଇ-ଦୁଇ ଥର ସରପଞ୍ଚ ଭାର ବହନ କରିସାରିଛନ୍ତି ୧୦ ବର୍ଷ, ବର୍ତ୍ତମାନ ଚେୟାରମ୍ଯାନ ରଞ୍ଜୁବାଳା ବେହେରା ମଧ୍ଯ ଦୁଇ ଥର ଚେୟାରମ୍ଯାନ ରହିଲେଣି ଓ ନିଜ ଗାଁ’ରେ ଡ୍ରେନ ସୁବିଧା ଟିଏ ଉପଲବ୍ଧ ଯୋଗାଇଦେବା ପାଇଁ କୁଣ୍ଠାବୋଧ ହେଉଛନ୍ତି, ଯଦି ଗାଁକୁ ସଫାସୁତୁରା ରଖିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ସାଂଘାତିକ ହୋଇପାରେ ବୋଲି ଆକଳନ କରାଯାଉଛି, ତଥା ଜଣ୍ଡିସ ହେବାର ସମ୍ଭାବନା ରହିଛି ତେଣୁକରି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଯେପର୍ଯ୍ୟନ୍ତ ଝାଡ଼ାବାନ୍ତିରେ ସୁଧାର ନ ଆସିଛି ସେପର୍ଯ୍ୟନ୍ତ ଗାଁ’ରେ ଏକ ଡ଼ାକ୍ତରୀ ଦଳ ନିଯୋଜିତ କରାଗଲେ ପରିସ୍ଥିତିରେ ସୁଧାର ଆସିବାରେ ସଫଳ ହୋଇପାରେ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି

Leave A Reply

Your email address will not be published.