ଶିବଦାସ ଘୋଷଙ୍କ ଜନସଭା; ବ୍ରହ୍ମପୁରରୁ ଗଲା ୪ ବସ୍

ବ୍ରିଟିଶ ବିରୋଧୀ ସ୍ଵାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ମହାନ୍ ସଂଗ୍ରାମୀ, ଏଯୁଗର ଜଣେ ଅନ୍ୟତମ ଅଗ୍ରଣୀ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରାଶ୍ରେଣୀର ମହାନ୍ ନେତା, ଶିକ୍ଷକ ଓ ପଥପ୍ରଦର୍ଶକ ତଥା ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ କମ୍ରେଡ ଶିବାଦସ ଘୋଷଙ୍କ ଜନ୍ମଶତବର୍ଷ ଗତ ୨୦୨୨ ଅଗଷ୍ଟ ୫ ତାରିଖରୁ ଚଳିତ ବର୍ଷ ୫ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷବ୍ୟାପୀ ସମଗ୍ର ଦେଶରେ ପାଳିତ ହେଉଛି ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଭାବେ ସର୍ବଭାରତୀୟ ଜନସଭା ଗତ ଅଗଷ୍ଟ ୫ ତାରିଖ ଦିନ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୫ ଅଗଷ୍ଟ ଦିନ କଲିକତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ଏକ ବିଶାଳ ସର୍ବଭାରତୀୟ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହେବ ଭାରତବର୍ଷର ପ୍ରତିଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷ ଲକ୍ଷ ଜନସାଧାରଣ ଏଥିରେ ସମବେତ ହେବେ ।  ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଜିଲ୍ଲାରୁ ମଧ୍ୟ ବସ୍ ମାଧ୍ୟମରେ ୪ ତାରିଖ ସନ୍ଧ୍ୟା ୭ ଟାରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ରୁ କଲିକତା ଅଭିମୁଖେ ଯାତ୍ରା କରିଛି l ଏହି ଉଦ୍‌ଯାପନୀ ସଭାରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ବର୍ତ୍ତମାନର ସାଧାରଣ ସମ୍ପାଦକ କମ୍ରେଡ ପ୍ରଭାସ ଘୋଷ ମୁଖ୍ୟବକ୍ତାଭାବେ ଉଦ୍‌ବୋଧନ ଦେବେ । ଓଡିଶା ରାଜ୍ୟର ୩୦ଟି ଯାକ ଜିଲ୍ଲାରୁ ପ୍ରାୟ ୨୦ହଜାର ଚାଷୀ, ମୂଲିଆ, ବିଭିନ୍ନ ସ୍ତରର ଶ୍ରମିକ, ଛାତ୍ର, ଯୁବକ, ମହିଳା ତଥା ବୁଦ୍ଧିଜୀବୀ ଦୁଇଟି ସ୍ତତନ୍ତ୍ର ଟ୍ରେନ୍, ବହୁ ରିଜର୍ଭ ବସ୍ ଓ ଅନ୍ୟାନ୍ୟ ଟ୍ରେନ୍ ଯୋଗେ ଏହି କନସଭାରେ ଯୋଗଦେବେ ଏହି ଜନ୍ମ ଶତବର୍ଷ ପାଳନ ଅବସରରେ ଜନଗଣଙ୍କ ଜ୍ଵଳନ୍ତ ସମସ୍ୟା ସମାଧାନ ଦାବିରେ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ ବହୁ ଗଣଆନ୍ଦୋଳନ ସଂଗଠିତ କରାଯାଇଛି । ଗତ ୨୯ ସେପ୍ଟେମ୍ବର ଦିନ ଏକ ବିଶାଳ ଗଣବିକ୍ଷୋଭ ରାଜଧାନୀ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଛି ଏଥିସହିତ କମ୍ରେଡ ଶିବଦାସ ଘୋଷଙ୍କ ଚିନ୍ତା ଶିକ୍ଷା ଭିଭିରେ କ୍ରମବର୍ଦ୍ଧିଷ୍ଣୁ ଶୋଷଣ ନିର୍ଯ୍ୟାତନା ବିରୁଦ୍ଧରେ ଧାରାବାହିକ ଆନ୍ଦୋଳନ ସଂଗଠିତ କରିବା ତଥା ଗଣମୁକ୍ତିର ଏକମାତ୍ର ପଥ ପୁଞ୍ଜିବାଦ ବିରୋଧୀ ସମାଜତାନ୍ତ୍ରିକ ବିପ୍ଳବକୁ ସଫଳ କରିବା କ୍ଷେତ୍ରରେ ଶୋଷିତ ଜନଗଣଙ୍କ ଭୂମିକା ସମ୍ପର୍କରେ ସେମାନଙ୍କୁ ରାଜନୈତିକ ଭାବେ ସଚେତନ ତଥା ସଂଗଠିତ କରିବା ନିମିତ୍ତ ବହୁ ଜନସଭା, ପଥସଭା, ବୈଠକ, ପାଠଚକ୍ର ମାଧ୍ୟମରେ ପ୍ରଚେଷ୍ଟା ହୋଇଛି ଏହି ଶତବର୍ଷ ପାଳନରେ ସମସ୍ତ କାର୍ଯ୍ୟକ୍ରମରେ ଦେଶ ତଥା ରାଜ୍ୟର ଜନସାଧାରଣ ସେମାନଙ୍କର ବହୁମୂଲ୍ୟ ସାହାଯ୍ୟ, ସହଯୋଗ ବିଶେଷକରି ଆର୍ଥିକ ସହଯୋଗ ଓ ନୈତିକ ସମର୍ଥନ ଯୋଗାଇଥିବାରୁ ପାର୍ଟି ରାଜ୍ୟ କମିଟି ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ପାର୍ଟି ପକ୍ଷରୁ ଦେଶବ୍ୟାପୀ ବ୍ୟାପକ ଗଣଆନ୍ଦୋଳନର ମଧ୍ୟ ପରିକଳ୍ପନା କରାଯାଇଛି ରାଜ୍ୟର ଜନସାଧାରଣ ଏହି ଆନ୍ଦୋଳନରେ ସକ୍ରିୟଭାବେ ଅଂଶଗ୍ରହଣ କରିବେ l ଗଞ୍ଜାମ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ନାରାୟଣ ସାହୁ, ନିମାଇ ସାହୁ, କିଶନ ସାହୁ ଆଦିଙ୍କ ନେତୃତ୍ୱରେ ଏହି ବସଗୁଡ଼ିକ ଯାତ୍ରା କରିଛି l

Leave A Reply

Your email address will not be published.