ଧାମନଗର ୦୪/୦୮/୨୩/ ଦୀର୍ଘ ତିନି ଦିନ ଧରି ବୈତରଣୀ ଓ ତାର ଶାଖା ନଦୀ ଗେଙ୍ଗୁଟି କୋଚିଳା ଏବଂ ରେବ କପାଳୀ ଇତ୍ୟାଦି ନଦୀର ବନ୍ୟାଜଳ ଧାମନଗର ଅଞ୍ଚଳର ପ୍ରାୟ ୩୧ ପଞ୍ଚାୟତର ୧୪୮ ଗ୍ରାମର ୧,୫୦,୭୮୨ ବିପନ୍ନ ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। ପ୍ରଶାସନ ପକ୍ଷରୁ ୮୦ ଟି ଅସ୍ଥାୟୀ ଓ ୫ ଟି ବାତ୍ୟା ଆଶ୍ରୟ ସ୍ଥଳକୁ ୩୭,୪୪୯ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବୈତରଣୀ ନଦୀର କଣ୍ଟି, ବାଲିପୋଖରୀ, ମଲ୍ଲିମାହାରା, ଗୌରାଙ୍ଗପୁର ଓ ଗେଙ୍ଗୁଟି ନଦୀର ଗାଇଛନ୍ଦା, ମଠମାହାରା, କନକେଇ ଆଦି ୭ ଟି ଏସ୍କେଫ ବାଟେ ବନ୍ୟାଜଳ ଆସି ଧାମନଗର ଅଞ୍ଚଳରେ ତାଣ୍ଡବ ରଚିଛି। ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଭିନ୍ନ ପଞ୍ଚାୟତ ଓ ବନ୍ୟାଞ୍ଚଳ ଗସ୍ତ ଜଳବନ୍ଦୀ ହୋଇ ରହିଥିବା ବିପନ୍ନଙ୍କ ପାଖକୁ ଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଧାମନଗର ପଞ୍ଚାୟତ ସମିତି ସଭାଗୃହରେ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତ ସମୀକ୍ଷା କରିଛନ୍ତି। ଲୋକମାନେ ଏବେବି ପାଣିଘେରରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ, କଲେଜ ଘରେ ଅଛନ୍ତି ବୋଲି କହିଥିଲେ। ବନ୍ୟା ପିଡୀତଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ସମସ୍ତଙ୍କୁ ରନ୍ଧାଖାଦ୍ୟ ସହିତ ଔଷଧ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ବିଭାଗ ଆବଶ୍ୟକ ମନେ କଲେ ଧାମନଗରର ଦୁଖଃ ଏସକେପ୍ ଗୁଡିକର ଉଚ୍ଚତା ବୃଦ୍ଧି କରିପାରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ। ଏହି ସମୀକ୍ଷା ବୈଠକ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଭଣ୍ଡାରିପୋଖରୀ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ଯୁବ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ,ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ଵାଳ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପଜିଲ୍ଲପାଳ ମନୋଜ କୁମାର ପାତ୍ର, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ,ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ବିଦ୍ୟୁତ ଲତା ନାଯକ,ବିଡ଼ିଓ ବନବିହାରୀ ଦିନ୍ଦା,ଏବିଡିଓ ଶର୍ମିଷ୍ଠା ମଲ୍ଲିକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ବେହେରା,ଅତିରିକ୍ତ ତହସିଲଦାର ସାଇ ସିଲୋନା,ଏନ୍ ଏ ସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି,ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ପାଢ଼ୀ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକଙ୍କ,ଡାକ୍ତର ସଞ୍ଜୟ ଦାସ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ପୂର୍ବରୁ ବିଜେଡ଼ି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଧାମନଗର ବ୍ଲକ ସଭଗୃହରେ ବିଭିନ୍ନ ଜନ ପ୍ରତିନିଧି ଓ ଅଧିକାରୀ ମାନଙ୍କୁ ନେଇ ବନ୍ୟା ଜନିତ ଏକ ସମୀକ୍ଷା ବୈଠକ କରିଥିଲେ। ଗତ ଗୁରୁବାର ବନ୍ୟାଜଳରେ ଭାସି ଯାଇ ନିଖୋଜ ଥିବା ୮ ବର୍ଷର ନାବାଳକ ଆକାଶ ଦାସର ମୃତଦେହ ରିଙ୍ଗ ବନ୍ଧ ନିକଟରୁ ଠାବ ହୋଇଥିବା ବେଳେ ଓଡରାଫ୍ଟ ଟିମ ତେଲ ନଥିବା ବାହାନା କରି ନ ଆସିବାରୁ ଲୋକେ ଶବକୁ ଦୀର୍ଘ ଦୁଇ କିଲୋମିଟର ଝୁରାରେ ବୋହି ବୋହି ଆଣିବାରୁ ଅସନ୍ତୋଷ ଦେଖା ଦେଇଥିଲା। ଚଳିତ ବନ୍ୟାରେ ବିଭିନ୍ନ ରାଜନୈତିକ ଦଳ ନେତା ମାନେ ଏବଂ ଧାମନଗର ବିଧାୟକ ମଧ୍ୟ ବିଭିନ୍ନ ସାହି ଓ ଗ୍ରାମକୁ ଯାଇ ବନ୍ୟା ଘେରରେ ଥିବା ବିପନ୍ନଙ୍କ ପାଖରେ ପହଞ୍ଚିଥିଲେ। ସେହିପରି ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ମାନେ ବିପନ୍ନଙ୍କ ପାଖକୁ ଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରୁଥିବା ଦେଖାଯାଇ ଥିଲା।ଠିକ ସେହିପରି ଆଜି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଭିନ୍ନ ବନ୍ୟା ଅଞ୍ଚଳ ଵୁଲିବା ସହିତ ମୃତ ଆକାଶ ଦାସ ପରିବାରର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବନ୍ୟା ପ୍ରସଙ୍ଗ ଭଳି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଧାମନଗର ନିର୍ବାଚନମଣ୍ଡଳୀର ବର୍ତ୍ତମାନର ଵିଧାୟକ,ବିଜେଡିର ପୂର୍ବତନ ବିଧାୟକ କିଛି ଆଗ ଧାଡିର ନେତୃତ୍ବ ମାନଙ୍କୁ ଗୁରୁତ୍ବ ଦିଆଯାଉ ନଥିବା ଵେଳେ,ଡାକ୍ତର ସଞ୍ଜୟ ଦାସଙ୍କ ଉପସ୍ଥିତ କିଛି ଦଳିୟ ନେତୃତ୍ବଙ୍କ ଭିତରେ ଚାପା ଗୁଞ୍ଜରଣ ଦେଖିବାକୁ ମଳୁଛି।,