ଷ୍ଟେସନରୁ ୧୩ କେଜି ଗଞ୍ଜେଇ ଜବତ

,

କଣ୍ଟାବାଞ୍ଜି ୮/୮ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଜଣେ ଗଞ୍ଜେଇ ବେପାରୀଙ୍କ ଠାରୁ ୧୩ କେଜି ୭୦୦ ଗ୍ରାମ ଗଞ୍ଜେଇକୁ ଜବତ କରି ବେପାରୀକୁ ଗିରଫ କରିଛି କଣ୍ଟାବାଞ୍ଜି ଅବକାରୀ ପୋଲିସ, ଗିରଫ ବେପାରୀ ଜଣକ ହେଲେ ଗୁଜୁରାଟର ଫରଦିନ ଭାଇ (ଓରଫ) ଭୋରା,  ସୂଚନା ଯୋଗ୍ୟ ଯେ ଗୁଜୁରାଟ ଆନନ୍ଦ ଜିଲ୍ଲା ନବିଚାଲି  ପାଖ ପୋଲିସ ଲାଇନର ଫିରୋଜ ଭାଇ ଭୋରାଙ୍କ ପୁଅ ହେଲେ  ଫରଦିନ ଭାଇ ଭୋରା, ଫରଦିନ ଅନେକ ଦିନ ହେଲା ଓଡିଶାରୁ  ଗଞ୍ଜେଇ ନେଇ  ଗୁଜୁରାଟରେ ବ୍ୟବସାୟ କରୁଥିଲା, ସବୁ ଦିନ ଭଳି ଆଜି ବି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳ ରୁ ଗଞ୍ଜେଇ ଦୁଇ ବେଗରେ ଧରି ଟ୍ରେନ ଯୋଗେ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଆସି ଷ୍ଟେସନରେ ଅଟକି ରହିଥିଲା, ବେଗକୁ ଧରି ଏପଟ ସେପଟ ହେଉଥିଲା ରେଲୱେ ଆରପିଏଫ ପୋଲିସର ସନ୍ଦେହରେ ପଡ଼ିଥିଲା ଗଞ୍ଜେଇ ବେପାରୀ, ପରେ ଉକ୍ତ ବେପାରୀ କୁ ଅଟକ ରଖି ପଚରା ଉଚରା ପରେ ବେଗ ଭିତରୁ ଗଞ୍ଜେଇ ବାହାରିଥିଲା,  ଆରପିଏଫ ପୋଲିସ କଣ୍ଟାବାଞ୍ଜି ଅବକାରୀ ପୋଲିସକୁ ଖବର ଦେଇଥିଲେ ୩ ଟି ପ୍ୟାକେଟରେ ୧୩ କେଜି ୭୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା, ଗଞ୍ଜେଇ ଚୋର ଚାଲାଣ ଅଭିଯୋଗରେ ଫରବିନ ଭାଇ ଭୋରାକୁ ଗିରଫ କରିଛି କଣ୍ଟାବାଞ୍ଜି ଅବକାରୀ ପୋଲିସ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରୁ ଗୁଜୁରାଟ ପର୍ଯ୍ୟନ୍ତ ଲମ୍ବିଛି ଚେର, ଟ୍ରେନ ଯୋଗେ ଆସି ଗଞ୍ଜେଇ ନେଇ ଜଣେ ଯାତ୍ରୀ ସାଜି ପୁଣି ଟ୍ରେନରେ ଫେରାର ମରୁଛି ଏହି ଗଞ୍ଜେଇ ବେପାରୀ,  ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ଓ କେଉଁ ପର୍ଯ୍ୟନ୍ତ ଲମ୍ବିଛି ଚେର ତାହା ଏବେ ତଦନ୍ତ ସାପେକ୍ଷ, ଗଞ୍ଜେଇ ଜବତ ହୋଇଥିବା ବେଳେ  ଅଧିକ ତଦନ୍ତ ଚାଲିଥିବା ଅବକାରୀ ନିରୀକ୍ଷକ ସଚିନ ବେହେରା ସୂଚନା ଦେଇଛନ୍ତି, ତେବେ କଣ୍ଟାବାଞ୍ଜି ସହରରେ ବେଧଡ଼କ ଗଞ୍ଜେଇ ଟଣାଲିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ସ୍କୁଲ ପଢୁଆ ଛାତ୍ର ମାନେ ମଧ୍ୟ ଏହି ନିଶାରେ ସାମିଲ ରହିଥିବା ବେଳେ ବସ ଷ୍ଟାଣ୍ଡର ଯାତ୍ରୀ ନିବାସ ଠାରେ ଗଞ୍ଜେଇ ଟଣାଲି ମାନଙ୍କ ଭିଡ଼ ଲାଗି ରହିଥାଏ

Leave A Reply

Your email address will not be published.