ଖବର ଆଜିର….ତାରିଖ ୦୯/୦୮/୨୩, ବୁଧବାର

୧-କ୍ୟୁସିଆଇ ରାଙ୍କିଂ-୨୦୨୩ରେ ପୁଣି କିଟ୍ ପଲିଟେକନିକ ନେଲା ପ୍ରଥମ ସ୍ଥାନ।ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍ ପଲିଟେକନିକ ଲଗାତାର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି।

୨-ବିଦ୍ୟାଳୟରେ ନାମଲେଖା ବେଳେ ଆଧାର ବାଧ୍ୟତାମୂଳକ ନୁହେଁ, ଜିଲ୍ଲା ଶିକ୍ଷାଧିକାରୀଂକୁ ଚିଠି ଲେଖିଲେ ସଚିବ ଅଶ୍ବସ୍ତି ଏସ।

୩-ଓଡ଼ିଆ ନାମଫଳକ ନିୟମ କଡାକଡି,୧୪୮ ସଂସ୍ଥାକୁ ନୋଟିସ୍ ଜାରି।

୪-ଓଡ଼ିଆ ପିଲା ପଢ଼ିବେ ଜାପାନୀ ପାଠ,ଇଣ୍ଡୋ-ଜାପାନ ସଂସ୍ଥା ସହ ହେବ ଖୁବ୍ ଶୀଘ୍ର ଚୁକ୍ତିନାମା।

୫-ବିହନ, ସାର ,କୀଟନାଶକ କଳାବଜାରୀ:୧୩ ଲାଇସେନ୍ସ ବାତିଲ,୧୪ ମାମଲା,୪୮ ଜଣ ହେଲେ ନିଲମ୍ବିତ।

୬-ଆଠଗଡରେ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କଲେ 5-T ସଚିବ, ଅଗଷ୍ଟ ୧୬ ସୁଦ୍ଧା ସମାଧାନ ପ୍ରତିଶ୍ରୁତି ଦେଲେ।

୭-ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ( ସଂଧ୍ୟା ୬ରୁ ରାତି ୧୧ଟା ) ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ।

୮-ଉପରମୁଣ୍ଡରେ କମିଛି ବର୍ଷା, ବନ୍ଦ ହେଲା ହୀରାକୁଦର ୧୦ଟି ଗେଟ୍।

୯-ମହାନଦୀରେ ଭାସିଗଲେ ୩ ଜଣ। ଦେବୀଦ୍ୱାର ଘାଟରେ ଜଣେ, ନରାଜରେ ଦୁଇ ଜଣ ନିଖୋଜ।

୧୦-ପୁଣି ବିବାଦରେ ମାର୍କେଟ ବିଲ୍ଡିଂ: ଜବରଦସ୍ତ ବସିଲେ ଉଠାଦୋକାନୀ।

୧୧-କଟକ ସୁଭଦ୍ରାପୁର ଅଞ୍ଚଳରେ ଗୁଳିମାଡ଼; ଜଣେ ମୃତ।ପୂର୍ଵ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ବୋଲି ପ୍ରାରମ୍ଭିକ ସୂଚନା।

୧୨-ଜଳେଶ୍ଵର:ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିଲା ପିଡ଼ିଏସ ଚାଉଳ, ଧରିଲା ବାଲେଶ୍ବର ପୋଲିସ।

୧୩-ଭଦ୍ରକ:ମହଙ୍ଗା ପଡ଼ିଲା ଜାଲ ବିଇଡି ସାର୍ଟିଫିକେଟ, ନିଲମ୍ବିତ ହେଲେ କରଞ୍ଜଆଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ।

୧୪-ପାରାଦୀପ:ପାରିବାରିକ କଳହରୁ ମହାନଦୀକୁ ଡେଇଁ ପଡିଲେ ମହିଳା, ଭାସିଗଲେ ୫ କିଲୋମିଟର, ମତ୍ସ୍ୟଜୀବୀ ଉଦ୍ଧାର କଲେ।

୧୫-କଟକ:ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଶୁଭାଶିଷ ତଲାପତ୍ର।

୧୬-ଚନ୍ଦନେଶ୍ଵର: ବାଲେଶ୍ଵର -ବଙ୍ଗ ସୀମାରେ ନିର୍ମାଣ ହେବ ପ୍ରାଚୀର।

୧୭-ଭାରତ ଯୋଡୋ ଯାତ୍ରାରେ ପୁଣି ବାହାରିବେ ରାହୁଲ ଗାନ୍ଧୀ। ଗୁଜରାଟରୁ ମେଘାଳୟ ଯାଏ କରିବେ ପଦଯାତ୍ରା।

୧୮-ମଣିପୁର ହିଂସାରେ ଏବେ ଯାଏ ରୁଜୁ ହୋଇଛି ୬୫୦୦ FIR, ସୁପ୍ରିମକୋର୍ଟରେ ତଥ୍ୟ ରଖିଲା ପୋଲିସ।

୧୯-ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ଆରମ୍ଭରୁ ହଙ୍ଗାମା, କେନ୍ଦ୍ରକୁ ଘେରିଲା ‘ଇଣ୍ଡିଆ’ ମେଣ୍ଟ। ଗୌରବ ଗୋଗୋଇ କହିଲେ, ମୌନବ୍ରତ ରଖିଛନ୍ତି ମୋଦୀ।

୨୦-ପ୍ରୋଭିଡେନସ୍:ଚମକିଲେ ସୂର୍ଯ୍ୟ,ତିଳକ;୩ୟ T20 ଜିତିଲା ଭାରତ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.