ଓଡ଼ିଆ ଅଧ୍ୟାପକଙ୍କୁ ପି.ଏଚ.ଡି; ପିତାମାତା ଗୁରୁଜନଙ୍କୁ ଶ୍ରେୟ

ଜଳେଶ୍ଵର ବ୍ଲକ, ତା-୮/୮, (ନ ନ୍ୟୁ ସ) ବାଲେଶ୍ଵର ଜିଲ୍ଲାର ଜଳେଶ୍ୱରରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଡକ୍ଟର ନୀଳକଣ୍ଠ ଖଣ୍ଡା ଗତ ତା-୩/୮/୨୦୨୩ ରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ଦ୍ଵାରା ଭାଷାତତ୍ତ୍ୱରେ ସମ୍ମାନଜନକ ପିଏଚଡି ଉପାଧି (କଳା ବିଭୂଷଣ) ଲାଭ କରିଛନ୍ତି। ଡକ୍ତର ଖଣ୍ଡା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱ ବିଦ୍ୟାଳୟର ସ୍ମାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ତର ଶିଶିର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଉତ୍ତରାଞ୍ଚଳୀୟ ଓଡ଼ିଶା ଭାଷାର ଧୂନିତାତ୍ତିକ ଅଧ୍ୟୟନ ଶୀର୍ଷକ ଉଚ୍ଚ କୋଟୀର ଗବେଷଣା ସନ୍ଦର୍ଭ ଉପସ୍ଥାପନା କରିଥିଲେ। ଶାନ୍ତିନିକେଟନ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ତର ବୈଷ୍ଣବ ଚରଣ ସାମଲ ଓ ପ୍ରାକ୍ତନ ପ୍ରଫେସର ଡକ୍ତର କଇଳାସ ପଟ୍ଟନାୟକଙ୍କ ଦ୍ଵାରା ଉକ୍ତ ସନ୍ଦର୍ଭ ବେଶ ଉଚ୍ଚ ପ୍ରଶଂସିତ ହୋଇଥିଲା।ଡ.ଖଣ୍ଡା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭିରାଇ ଗ୍ରାମନିବାସୀ ପିତା ସ୍ୱର୍ଗାଗତ କୃତ୍ତିବାସ ଖଣ୍ଡା ଓ ରତ୍ନଗର୍ଭା ସ୍ୱର୍ଗଗତା ମାତା ଶାନ୍ତିଲତା ଖଣ୍ଡାଙ୍କର ସୁପୁତ୍ର ଡ.ଖଣ୍ଡା। ଡକ୍ତର ଖଣ୍ଡା ଏହାର ଶ୍ରେୟ ତାଙ୍କର ଦିବଂଗତ ପିତା, ମାତା, ଗୁରୁ, ତତ୍ତ୍ୱାବଧାରକ, ସହକର୍ମୀ, ଧର୍ମପତ୍ନୀ, ଶାଶୁ ଶ୍ୱଶୁର, ତଥା ଶୁଭେଚ୍ଛୁ ବୃନ୍ଦଙ୍କୁ ପ୍ରଦାନ କରିଛନ୍ତି। ଓଡ଼ିଆ ଭାଷାତତ୍ତ୍ଵ ଗବେଷଣା କ୍ଷେତ୍ରରେ ଡ. ଖଣ୍ଡାଙ୍କ ର ଉକ୍ତ ଗବେଷଣାତ୍ମକ ସନ୍ଦର୍ଭ ଏକ ବିଶେଷ କୃତି ଭାବେ ବିବେଚିତ ହେବ।

Leave A Reply

Your email address will not be published.