ଖବର ଆଜିର….ତାରିଖ ୧୧/୦୮/୨୩, ଶୁକ୍ରବାର
୧-ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ: ମୁଖ୍ୟମନ୍ତ୍ରୀ।
୨-ଶ୍ରାବଣରେ ମୌସୁମୀର ଲୁଚକାଳି; ଶୁଖିଲା ପଡ଼ିଛି ଜମି, ଚିନ୍ତାରେ ଚାଷୀ।
୩-ଡିସେମ୍ବର ସୁଦ୍ଧା ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦ ପୂରଣ କରାଯିବ।
୪-ବାହାନଗା / ଗୋପାଳପୁର: ଧାନ କ୍ଷେତରେ ବଜ୍ରପାତ,୨ ଚାଷୀଙ୍କ ମୃତ୍ୟୁ।
୫-ଆଜି ରାଜ୍ୟ କ୍ୟାବିନେଟ: କୃଷକ, ମହିଳା ଓ ଯୁବବର୍ଗଙ୍କ ପାଇଁ ଆସିବ ସ୍ବତନ୍ତ୍ର ଯୋଜନା।
୬-ଭୁବନେଶ୍ୱର:’ଭୂମି ସମ୍ମାନ’ ପାଇଁ ୧୯ ଜିଲ୍ଲା ସମ୍ମାନିତ,ଜମିଜମା ରେକର୍ଡ ଆଧୁନିକୀକରଣରେ ଓଡ଼ିଶା ଅଗ୍ରଣୀ।
୭-ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କ ପରଲୋକ, ଥିଲେ କଟକର ପ୍ରଥମ ମେୟର।
୮-ଇନଫୋସିସର ନୂତନ ବିଜନେସ ପ୍ରୋସେସିଂ ମ୍ୟାନେଜମେଣ୍ଟ ସେଣ୍ଟର ଉଦଘାଟିତ, ଯୁବପୀଢିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ।
୯-ଜୟପୁର:ଅସ୍ୱାସ୍ଥ୍ୟକର ପରିବେଶ ଲାଗି ଆକ୍ସନ, ହୋଟେଲ ପ୍ରିନ୍ସେସ୍ର ରେଷ୍ଟୁରାଣ୍ଟ ୧୫ ଦିନ ପାଇଁ ସିଲ୍।
୧୦-ଘର ପରିସର ମଶାର ଉତ୍ପତିସ୍ଥଳ ପାଲଟିଛି କି? ସାବଧାନ! ଗଣିବାକୁ ପଡ଼ିବ ଜରିମାନା! ବିଏମସି ଜାରିକଲା କଡ଼ା ନିର୍ଦ୍ଦେଶନାମା।
୧୧-ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା : ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ; ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ।
୧୨-ବଦଳିବ ଶ୍ରେଣୀ ଗୃହର ରୂପରେଖ: ଏଣିକି ଆଉ ତଳେ ବସି ପଢ଼ିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ।
୧୩-କାଟ ଖାଇଲା ଅନାସ୍ଥା ପ୍ରସ୍ତାବ: ପୁଣି ଜିତିଲା ମୋଦୀ ସରକାର, ଭୋଟପୂର୍ବରୁ କକ୍ଷ ତ୍ୟାଗ କଲେ ବିରୋଧୀ।
୧୪-୩୦ ବର୍ଷ ପରେ ନୂଆ ରୂପ ପାଇବ ଚୌଦ୍ବାରର OTM, ଗଢି ଉଠିବ ଦୁଇଟି ଶିଳ୍ପ ସଂସ୍ଥା।
୧୫-୭୭ତମ ସ୍ୱାଧୀନତା ଦିବସ: ୨୦ଟି ଜିଲା ସଦର ମହକୁମାରେ ଜାତୀୟ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ।
୧୬-ସୋସିଆଲ୍ ମିଡିଆରେ ୫ଲକ୍ଷରୁ ଅଧିକ ଫଲୋର୍ସ ଥିଲେ ସେଲିବ୍ରେଟୀ ସହ ସମାନ:ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ୍ ଅଫ୍ ଇଣ୍ଡିଆ।
୧୭-ମଣିପୁର ପ୍ରସଙ୍ଗରେ ବିବୃତ୍ତି ରଖିଲେ ମୋଦୀ । କହିଲେ, ମଣିପୁରରେ ହେବ ଶାନ୍ତିର ସୂର୍ଯ୍ୟୋଦୟ । ଦୋଷୀଙ୍କୁ ମିଳିବ କଡା ସଜ୍ଜା।
୧୮-ରଜନୀକାନ୍ତଙ୍କ ଜେଲର ସିନେମା ଦେଖିବା ପାଇଁ ଜାପାନରୁ ଭାରତକୁ ଆସିଛନ୍ତି ଜାପାନ ନାଗରିକ।
୧୯-ଲୋକସଭାରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ, ବିବାଦୀୟ ଭାଷଣ ପାଇଁ ନିଲମ୍ବିତ ହୋଇଥିବା ସୂଚନା।
୨୦-ପଶ୍ଚିମ ଆମେରିକା:ହାଓ୍ବାଇ ଦ୍ଵୀପରେ ଭୟଙ୍କର ବନାଗ୍ନୀ, ଜଳିଗଲା ଲାହାଇନା ସହର,୩୬ ମୃତ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏