ଶେରଗଡ଼:ଶେରଗଡ଼ ବ୍ଲକ ଅନ୍ତର୍ଗତ କୃଷ୍ଣଛାଇ ପଞ୍ଚାୟତ କାର୍ଯ୍ୟାଳୟ ରେ ବିଳମ୍ବିତ ରାତ୍ରୀରେ ଚୋରୀ ହୋଇଥିବା ନେଇ ଆଜି ସକାଳେ କିଛି ଗ୍ରାମବାସୀ ସରପଞ୍ଚ ପ୍ରତିନିଧି ଶିବାଜି ବିଷୋୟୀଙ୍କୁ ଜଣାଇବା ପରେ ସେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଙ୍କର ପ୍ରସାଦ ସାବତଙ୍କୁ ଜଣାଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ କୁ ଆସିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖି ସାଙ୍ଗେସାଙ୍ଗେ ଶେରଗଡ଼ ଥାନାରେ ଚୋରୀ ହୋଇଥିବାର ଅଭିଯୋଗ କରି ଏତଲା ଦେଇଥିଲେ।ପଞ୍ଚାୟତ କାର୍ଯ୍ୟାଳୟରୁ ଏକ ଏଲଇଡି ଟିଭି ଗୋଟିଏ ଓ ଟାବଲେଟ, କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଚୋରୀ କରିବା ସହ ଆଲମାରୀ ଭାଙ୍ଗିଥିବା ନେଇ ଅଭିଯୋଗ କରିଛନ୍ତି ପଞ୍ଚାୟତ ନିର୍ବାହ ଅଧିକାରୀ। ପଞ୍ଚାୟତର ଗ୍ରାମସେବକ ଶଙ୍କର ପ୍ରସାଦ ସାବତ ଥାନାରେ ଏତଲା ଦେବା ପରେ ଅନୁସନ୍ଧାନକାରୀ ଟିମ ସନ୍ଧାନୀ କୁକୁର ଦ୍ଵାରା ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଶେରଗଡ଼ ଥାନା ଅଧିକାରୀ ଶ୍ରୀମନୋଜ କୁମାର ପ୍ରଧାନ ଘଟଣାସ୍ଥଳ ରେ ପହଞ୍ଚି ତନାଘନା କରିଛନ୍ତି। ପୋଲିସ ତରଫରୁ ଅନୁସନ୍ଧାନ ଜାରୀ ରହିଛି।