ଖବର ଆଜିର….ତାରିଖ ୧୨/୦୮/୨୩, ଶନିବାର

୧-ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ, ୧୯ ପ୍ରସ୍ତାବ ଉପରେ ବାଜିଲା ମୋହର। ବ୍ୟାଙ୍କିଙ୍ଗ ସେବା ଲାଗି ୫୦୦ କୋଟି ।

୨-ଭୁବନେଶ୍ୱର: ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ହେବ ପାଠପଢ଼ା,ବସିଲା ସିଲାବସ୍ କମିଟି ବୈଠକ।

୩-ଭୁବନେଶ୍ୱର:୧୧ ଜିଲ୍ଲାକୁ ବଜ୍ରପାତ ସତର୍କତା ସୂଚନା ଜାରି।

୪-ଭୁବନେଶ୍ୱର: ଅତିଥି ଶିକ୍ଷକ ଭରସା; ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ହେବେ ୪୪୦୦ ଜଣ।

୫-ଢେଙ୍କାନାଳ:୨୦ କୋଟିରେ ନିର୍ମିତ ହେବ ଗୁରୁତର ଚିକିତ୍ସା ବିଭାଗ କୋଠା।

୬-ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୨୭୬ ଡାକ୍ତର; ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

୭-ମୌସୁମୀ ଦୁର୍ବଳ: ଆସନ୍ତା ୫ ଦିନ ଯାଏଁ ମିଳିବନି ତାତିରୁ ନିସ୍ତାର।

୮-ଗାଁ ଗାଁରେ 5G ସୁବିଧା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଯୋଜନା, ୫ ଶହ କୋଟି ଟଙ୍କା ହେବ ଖର୍ଚ୍ଚ।

୯-ଭୁବନେଶ୍ୱର:ଆଗାମୀ ଦୁଇ ମାସ ମଧ୍ୟରେ ଚାଲିବ ଆଉ ୨୦୦ ଇ-ବସ୍: କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା।

୧୦-ଝାଡ଼ଖଣ୍ଡରେ ନକ୍ସଲ ଆକ୍ରମଣ, ଓଡ଼ିଆ ଯବାନ ସୁଶାନ୍ତ ସହିଦ।

୧୧-ଫିରିଙ୍ଗିଆ ଥାନାର ବିଦାୟୀ IIC ନିଲମ୍ବିତ, ହିଂସାକାଣ୍ଡବେଳେ ଥାନା ଛାଡ଼ି ଚାଲିଯାଇଥିଲେ।

୧୨-ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ କରାଯିବ ଦକ୍ଷ , ଖର୍ଚ୍ଚ ହେବ ୩୮୫ କୋଟି।

୧୩-ବଲାଙ୍ଗୀର:ପିଲାଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ,ଦିନକରେ ଧରାପଡ଼ିଲେ 5T ସ୍କୁଲର ୪ ନକଲି ଶିକ୍ଷକ।

୧୪-ବ୍ରହ୍ମପୁର:DNA ରିପୋର୍ଟ ଧରି ଧାରଣାରେ ବସିଲେ ଦୀପିକା, ଦାବି କଲେ ମୋ ପିଲାର ବାପା ଦୀନେଶ।

୧୫-ଚେନ୍ନାଇ: କର୍ମଚାରୀଙ୍କ ESI ଅର୍ଥ ପୈଠ ମାମଲାରେ ଜୟପ୍ରଦାଙ୍କୁ ୬ ମାସ ଜେଲ୍ ଓ ୫୦୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ।

୧୬-ନୂଆ ଦିଲ୍ଲୀ:୭୭ତମ ସ୍ୱାଧୀନତା ଦିବସ ଜାତୀୟସ୍ତରୀୟ ସମାରୋହରେ ଯୋଗଦେବେ ୧୮୦୦ ସ୍ୱତନ୍ତ୍ର ଅତିଥି,ଓଡିଶାରୁ ୬ ଜଣ ନିମନ୍ତ୍ରିତ।

୧୭-ଦିଲ୍ଲୀରେ ବିଦ୍ୟାଳୟରେ ମୋବାଇଲ ମନା । ନିର୍ଦ୍ଦେଶନାମା ଜାରି କଲେ ଦିଲ୍ଲୀ ସରକାର।

୧୮-ଏବେ ନୂଆ ରୂପରେ ଏୟାର ଇଣ୍ଡିଆ ଲୋଗୋ।ଏୟାର ଇଣ୍ଡିଆର ନୂତନ ଲୋଗୋ ଅସୀମିତ ସମ୍ଭାବ୍ୟତାର ପ୍ରତୀକ ପ୍ରତିଫଳିତ କରେ।

୧୯-ବଦଳିବ ଇଂରେଜ ଅମଳର ଆଇନ : ଆଇପିସି, ସିଆରପିସି ହଟାଇବାକୁ ସଂସଦରେ ବିଲ୍ ଆଗତ।

୨୦-ଲଡେରହିଲ:ଭାରତ – ଇଣ୍ଡିଜ୍ ଚତୁର୍ଥ T20 ଆଜି, ଶୃଙ୍ଖଳା ବରାବର ଲକ୍ଷରେ ଭାରତ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.