ତୀର୍ଥ କ୍ଷେତ୍ର ପତାଲଗଙ୍ଗା ର ରୂପାନ୍ତରି କରଣ ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କ ଅନୁଦାନ।

ଗତ କିଛି ମାସ ତଳେ ୫ଟି ସଚିବ ଭିକେ ପାଣ୍ଡିଏନ୍ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିବା ପରେ ଜିଲ୍ଲାର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହ ତୀର୍ଥ କ୍ଷେତ୍ର ମାନଙ୍କୁ ବୁଲି ଦେଖିଥିଲେ। ଏବଂ ସେଥି ମଧ୍ୟରୁ ପାତଲଗଙ୍ଗା ତୀର୍ଥ କ୍ଷେତ୍ର ହେଉଛି ବହୁ ଐତିହାସିକ ଏବଂ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନାମରେ ପରିଚିତ। ସମସ୍ତ ମନଲୋଭା ପ୍ରାକୃତିକ ପରିବେଶକୁ ଦେଖି ୫ଟି ସଚିବ ବିମୋଷିତ ହେବା ସହ ଏହାର ଆହୁରି ସୋନ୍ଦର୍ଯ୍ୟ କରଣ ପାଇଁ ପ୍ରତିଶ୍ରୁତି ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପାତାଳଗଙ୍ଗା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୭ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଯାହା ମଞ୍ଜୁର ହୋଇ ଜିଲ୍ଲା କାର୍ଯ୍ୟଳୟକୁ ଆସିବା ପରେ ଉପ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ପାତାଲଗଙ୍ଗାକୁ ଆସି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମନ୍ଦିର କମିଟିକୁ ମଞ୍ଜୁର ହେଇଥିବା ସମସ୍ତ କାଗଜ ପତ୍ର ପ୍ରଦାନ କରିଥିଲେ। ଏହି ବୈଠକରେ ବିଜେଡି ଦଳର ବିଧାୟକ ପ୍ରାଥି ଲମ୍ବୋଦର ନିଆଲ ଉପସ୍ଥିତ ରହିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଶିବପ୍ରସାଦ ବେହେରା,ବୋଡ଼େନ ତହସିଲଦାର ରାଜେଶ କୁମାର ମେହେର,ଯୋଗେନ୍ଦ୍ର ମାଝୀ,ବେଦବ୍ୟାସ ନାଗ,ଧୀରେନ୍ଦ୍ର ମାଝୀ,ଅଭୟ ବିଶ୍ଵାଳ,ତୁଲାରାମ ଚିନ୍ଦା,ସଦାନନ୍ଦ ପାଣ୍ଡେ,ବିଶ୍ମୂପତି ବାଗ,ବିହାରିଲାଲ ଚିନ୍ଦା,ରିଖିରାମ କାଣ୍ଡ,ଅଭିଳାଷ ଗୁଆଲ୍,ସଞ୍ଜୁ ଅଗ୍ରୱାଲ,ତ୍ରିନାଥ ଚିନ୍ଦା ଏବଂ ମନ୍ଦିରର ପୂଜକ ହରିପ୍ରସାଦ ପଣ୍ଡା,ପଞ୍ଚାନନ ମୁଣ୍ଡ,ବିଭୁନନ୍ଦ ମୁଣ୍ଡରହିଥିବା ବେଳେ ଜଗନ୍ନାଥ କମିଟିର ସଭାପତି ଓ ଅଞ୍ଚଳ ବାସୀଙ୍କ ଉପସ୍ଥିତିରେ ଉପ ଜିଲ୍ଲାପାଳ ମଞ୍ଜୁର ହେଇଥିବା ସମସ୍ତ କାଗଜ ପତ୍ର କମିଟି ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.