ବାଲିଆପାଳ(ନ.ନ୍ଯୁ.ସ.) ବାଲେଶ୍ବର ଜିଲ୍ଳା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ପଞ୍ଚାୟତରେ ଦୀର୍ଘ ଦିନ ଧରି ଚାଲିଥିବ ବିଜେଡି ଦଳର ଗୃହ କଳି ଏବେ ପଦାରେ ପଡିଯଇଛି।ସ୍ଥାନୀୟ ଲକ୍ଷ୍ମୀ ପ୍ରିୟା କଲେଜରେ ୫ଟି କାର୍ଯ୍ୟକୁ ନେଇ ବିଜେଡ଼ି ଦଳରୁ ଜିତିଥିବ ସରପଞ୍ଚ ଓ ସମିତି ସଦସ୍ୟ ଉଭାୟ ପ୍ରତିନିଧିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବାଲିଆପାଳ ବ୍ଲକ ବିଡିଓ ଙ୍କ କାର୍ଯ୍ୟାଳରେ ଶନିବାର ପୂର୍ବାହ୍ନ ରେ ସମାଧାନ ବେଳେ ସମିତି ସଦସ୍ୟଙ୍କ ସ୍ବାମୀ ରତିକାନ୍ତ ପାତ୍ର ଙ୍କୁ ସରପଞ୍ଚ ପତ୍ରିନିଧି ହେମାନ୍ତ ଦାସ ମରଣାନ୍ତକ ଆକ୍ରମଣ କରିବା ସହିତ ଜାତିଆଣନେଇ ଆକ୍ଷେପ କରି ଗାଳି ଗୁଲଜ କରିଥିବାର ଶ୍ରୀ ପାତ୍ର ବାଲିଆପାଳ ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ବାଲିଆପାଳ ଲକ୍ଷ୍ମୀ ପ୍ରିୟା କଲେଜରେ ବସ୍ତା ବିଧାୟକଙ୍କ ପାଣ୍ଠିରୁ ଆସିଥିବା ୧୦ଲକ୍ଷ ଟଙ୍କାର କଲେଜ ଗୃହ ନିର୍ମାଣ କାର୍ଯ୍ୟ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ଦସ ଠିକାଦାର ଦାୟିତ୍ଵ ତୁଲାଇଥିଲେ। ମାତ୍ର ସେହି ଟଙ୍କାରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନଥିଲା। ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ କରିବା ପାଇଁ ସରକାରଂକ ୫ଟିରୁ ମିଳିଥିବା ୨୫ଲକ୍ଷ ଟଙ୍କାର ଅନୁଦାନାର କାର୍ଯ୍ୟ ଦାୟିତ୍ଵ ସମିତି ସଦସ୍ୟାଙ୍କ ସ୍ଵାମୀ ରତିକାନ୍ତ ପାତ୍ର ନେଇଥିଇ ଉକ୍ତ ଘରେ ଛାତ ପକାଇବା ପାଇଁ ମିସ୍ତ୍ରୀ ମାନଙ୍କ ଦ୍ଵାରା ସେଣ୍ଟରିଂ କାର୍ଯ୍ୟ କରୁଥିବେ ବେଳେ ହେମନ୍ତ ଦାସ ଓ ତାଙ୍କର ସହଯୋଗୀ ରଘୁନାଥ ପାତ୍ର ଉକ୍ତ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ। ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ସମିତି ସଦସ୍ୟା ଙ୍କ ସ୍ଵାମୀ ରତିକାନ୍ତ ପାତ୍ର ଓ ସରପଞ୍ଚଙ୍କ ସ୍ଵାମୀ ହେମନ୍ତ ଦାସ ଉଭୟଙ୍କୁ କାର୍ଯ୍ୟାଳୟକୁ ଡ଼କାଇ ଆପୋଷ ସମାଧାନ କରାଉଥିବା ସମୟରେ ସଦସ୍ୟା ଙ୍କ ସ୍ଵାମୀ ଶ୍ରୀ ପାତ୍ରଙ୍କୁ, ସରପଞ୍ଚ ପତ୍ରିନିଧ ଶ୍ରୀ ଦାସ ଜାତି ଉଠାଇ ଗାଳି ଗୁଲଜ କରିବା ସହିତ ମାଡ଼ ମାରି ରକ୍ତାକ୍ତ କରିଥିବା ନେଇ ରତିକାନ୍ତ ଥାନାରେ ଅଭିଯୋଗକରିଛନ୍ତି। ତାଙ୍କର ଅବସ୍ଥା ଗୁରୁତ ହୋଇଥିବାରୁ ତାଙ୍କୁ ବାଲେଶ୍ବର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳୁଛି। ତେବେ ସରପଞ୍ଚ ସ୍ବାମୀଙ୍କର ଦବଙ୍ଗିରି କୁ ବାଲିଆପାଳର ବୁଦ୍ଧି ଯିବି ମହଲରେ ନିନ୍ଦା କରାଯାଇଛି।