➡️୧-‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସୋସିଆଲ ମିଡିଆ DPରେ ଜାତୀୟ ପତାକା ଫଟୋ ଲଗାଇକୁ ଦେଶବାସୀଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୨-ଏଥର ଅଗଷ୍ଟ ୧୫ ଅର୍ଥାତ୍ ୭୭ତମ ସ୍ୱାଧୀନତା ଦିବସରେ ଲାଲ୍ କିଲ୍ଲା ସମାରୋହରେ ସାମିଲ ହେବେ କୃଷକ, ନର୍ସ, ଶିକ୍ଷକଙ୍କ ସମେତ ୧୮୦୦ ସ୍ୱତନ୍ତ୍ର ଅତିଥି l
➡️୩-ଅମାନିଆକୁ ସାବାଡ କରିବାକୁ ବିଏମସି ହେଲା କଠୋର, ଏଣିକି ବାହାରେ ଅଳିଆ ପକାଇଲେ ଧରିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ l
➡️୪-ଏଣିକି ଉତ୍ତରପ୍ରଦେଶରେ ରବିବାର ମଧ୍ୟ ଖୋଲା ରହିବ ବିଦ୍ୟାଳୟ, ପାଠପଢ଼ା ସହ ବିଭିନ୍ନ ଦେଶାତ୍ମବୋଧ କାର୍ଯ୍ୟକ୍ରମରେ ସାମିଲ ହେବେ ପିଲା।
➡️୫-ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର, ଦିଲ୍ଲୀର ଲାଲକିଲ୍ଲାରେ ସମାରୋହକୁ ଆସୁଥିବା ଯାତ୍ରୀମାନଙ୍କ ଯାତ୍ରାକୁ ଟିକେ ସୁବିଧାଜନକ କରିବା ପାଇଁ ଅଗଷ୍ଟ ୧୫ରେ ଗଡିବ ମେଟ୍ରୋ ଟ୍ରେନ୍ l
➡️୬-ଅଯୋଧ୍ୟା ରାମମନ୍ଦିର ପୂଜକଙ୍କୁ ମିଳିବ ସରକାରୀସ୍ତରୀୟ ସୁବିଧା, ବଢିବ ଦରମା l
➡️୭-ଜାତୀୟ ମେଡିକାଲ କମିସନ ଆଣିଲା ନୂଆ ନିୟମ, ଏଣିକି ଜନୌଷଧି ନ ଲେଖିଲେ ରଦ୍ଦ ହେବ ଡାକ୍ତରୀ ଲାଇସେନ୍ସ l
➡️୮-ହ୍ୱାଟସଆପ୍ ଲଞ୍ଚ କଲା ଜରୁରୀ ଫିଚର ସ୍କ୍ରିନ ସେୟାରିଂ, ଏଣିକି ଫୋନରେ ଅନ୍ୟକୁ ବୁଝାଇବା ହୋଇଯିବ ବହୁ ସହଜ l ଜଣେ ୟୁଜର ଫୋନରେ ଥିବା କଣ୍ଟେଣ୍ଟକୁ ଅନ୍ୟକୁ ଦେଖାଇବା ଓ ବୁଝାଇବାରେ ସମର୍ଥ ହୋଇପାରିବ ।
➡️୯-ଖୁବଶୀଘ୍ର ଗଠନ ହୋଇପାରେ ଓଡ଼ିଶା ବିଧାନ ପରିଷଦ । ଶୀତ ଅଧିବେସନରେ ସଂସଦରେ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ସରକାର । ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି l
➡️୧୦-ବଢୁଛି ଫିଲ୍ମ ‘ଗଦର-୨’ର ଚାହିଦା, ମାତ୍ର ଦୁଇ ଦିନରେ କଲାଣି ୮୦ କୋଟିରୁ ଅଧିକ ଟଙ୍କାର ବେପାର l
➡️୧୧-୫-ଟି ସଚିବ ଭିକେ ପାଣ୍ଡିଆନ ଅଗଷ୍ଟ ୨୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଯିବେ l
➡️୧୨-ସୀମା ବିବାଦ ନେଇ ଆଜି ହେବ ଭାରତ-ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ l
➡️୧୩-ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା.. ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଡ୍ରୋନ ହେରୋନ ମାର୍କ-୨ l ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଉପରେ ରଖିବ ନଜର l
➡️୧୪-ଆସନ୍ତା ନିର୍ବାଚନରେ ଲଢ଼ିବେନି ସୁର ରାଉତରାୟ.. ସାନ ପୁଅକୁ ଜଟଣି ଆସନ ଛାଡ଼ିବେ ଏବଂ ବଡ଼ ପୁଅକୁ ସାଂସଦ ଭାବେ ନିର୍ବାଚିତ କରିବାକୁ ସୁର ରାଉତରାୟଙ୍କ ନିଷ୍ପତ୍ତି l
➡️୧୫-ମଣିପୁର ହିଂସା ସହ ଜଡିତ ୯ଟି ମାମଲା ସିବିଆଇ ଦ୍ୱାରା ତଦନ୍ତ କରାଯିବ ଏବଂ ଏଜେନ୍ସି ଦ୍ୱାରା ଯାଞ୍ଚ କରାଯାଉଥିବା ମୋଟ ୧୭ଟି ମାମଲା ହେବ l
➡️୧୬-ଆଜି ବରଗଡ଼ ଭେଡେନ୍ ବାଘପାଲି ଗାଁରେ ପହଞ୍ଚିବ ସହିଦ ଯବାନ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର। ଶୁକ୍ରବାର ପାଟ୍ରୋଲିଂ ସମୟରେ ଦୁର୍ଘଟଣାରେ ହୋଇଥିଲେ ସହିଦ l ସେ ୪୮-ଆସାମ ରାଇଫଲରେ ମଣିପୁରରେ କାର୍ଯ୍ୟରତ ଥିଲେ ।
➡️୧୭-ପାକିସ୍ତାନ ଗ୍ବାଦରରେ ୨୩ଜଣ ଚିନ୍ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆକ୍ରମଣ l ଆକ୍ରମଣରେ ୪ ଚୀନ ନାଗରିକ ଓ ପାକ ସୈନ୍ୟ ମୃତ l
➡️୧୮-ଭାରତ-ୱେଷ୍ଟଇଣ୍ଡିଜ : ଭାରତର ଶୃଙ୍ଖଳା ପରାଜୟ, ଶେଷ ଟ୍ବେଣ୍ଟି-୨୦କୁ ୮ ୱିକେଟ୍ରେ ହାରିଲା l ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍ ଶୃଙ୍ଖଳାରେ ପରାସ୍ତ କରିଛି।
➡️୧୯-ଏସିଆ କପ୍ ଓ ବିଶ୍ୱକପ୍ ପୂର୍ବରୁ ଭଗବାନଙ୍କ ଶରଣରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ପତ୍ନୀ ଏବଂ ଝିଅଙ୍କ ସହ କଲେ ତିରୁପତି ବାଲାଜୀ ମନ୍ଦିର ଦର୍ଶନ l
➡️୨୦-ଫୁଟବଲ ମ୍ୟାଚରେ ଖେଳାଳିଙ୍କୁ ରେଡ କାର୍ଡ ଦିଆଯାଏ। କିନ୍ତୁ ବର୍ତ୍ତମାନ କ୍ରିକେଟରେ ରେଡ କାର୍ଡ ମଧ୍ୟ ବ୍ୟବହାର କରାଯିବ।
➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
🔅ଆଜି ଜାତୀୟ ଆର୍ଥିକ ସଚେତନତା ଦିବସ ll
🔅ଆଜି ପାକିସ୍ତାନର ସ୍ୱାଧୀନତା ଦିବସ ll
🔅ଆଜି ଜାତୀୟ ଟାଟୁ ଅପସାରଣ ଦିବସ ll
🔅ଆଜି ବିଶ୍ୱ କୁମ୍ଭୀର ଦିବସ ll
🔅ଆଜି ଅମର ଶହୀଦ ଶ୍ରୀ ଗୁଲାବ ସିଂ ପଟେଲ ଦିବସ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll