ବାଲିଚନ୍ଦ୍ରପୁର (ନ.ନ୍ୟୁ.ସ):-ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପତରାଜପୁର ପଞ୍ଚାୟତର ବିଜେଡି ଗୋଷ୍ଠୀ କନ୍ଦଳ ତିବ୍ରତର ହେଉଥିବା ଜଣାପଡିଛି । ବଡଚଣା ବିଧାୟକଙ୍କ ସୁପାରିଶକ୍ରମେ ବଡଚଣା ବିଜେଡି ସଭାପତି ଅରବିନ୍ଦ ସାମଲ,ପତରାଜପୁର ପଞ୍ଚାୟତ ବିଜେଡି ସଭାପତି ଭାବେ ପୁର୍ବତନ ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ କୁମାର ସେନାପତି ନାମକୁ ମୋହର ଲଗାଇବା ପରେ ଗତ ୮ତାରିଖ ଦିନ ପଞ୍ଚାୟତର ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ପଞ୍ଚାୟତ ବିଜେଡି ସଭାପତି ନାମ ଘୋଷଣା କରିଥିଲେ ।
ବିଧାୟକଙ୍କୁ କିଛି ସୁବିଧାବାଦୀ ଭୁଲ ତଥ୍ୟ ଦେଇ ପ୍ରତାପ କୁମାର ସେନାପତିଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଥିବାରୁ ପ୍ରାକ୍ତନ ସମିତିସଭ୍ୟ ସୁରେଶ ଚନ୍ଦ୍ର ନାୟକ ଓ ତାଙ୍କ କର୍ମୀମାନେ ପ୍ରବଳ ବିରୋଧ କରି ବିଧାୟକ ଅମର ପ୍ରସାଦ ଶତପଥିଙ୍କୁ ଚ୍ୟାଲେଞ୍ଜ କରି ବୈଠକ ଛାଡି ଚାଲିଯାଇଥିଲେ । ସମସ୍ତ ଅସନ୍ତୁଷ୍ଟ ବିଦ୍ରୋହୀ ଗୋଷ୍ଠୀ ଗତ ୧୧ତାରିଖରେ ଲଳିତଗିରି ପଥପ୍ରାନ୍ତ ବଙ୍ଗଳାଠାରେ ମନୋଜ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ କରିଥିଲେ । ଏହି ବୈଠକରେ ବିଧାୟକଙ୍କ ଦ୍ୱାରା ମନୋନୀତ ହୋଇଥିବା ସଭାପତି ପ୍ରାର୍ଥୀଙ୍କୁ ବିରୋଧ ଓ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ମନ ଇଚ୍ଛା ପଞ୍ଚାୟତରେ କୈାଣସି କାମ କରାଇ ନ ଦିଆଯିବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିରିକୃତ ହୋଇଥିଲା । ଏହି ବୈଠକରେ ୨୦୧୯ ପଞ୍ଚାୟତ ନିର୍ବାଚନରେ ହୋଇଥିବା ସରପଞ୍ଚ ପ୍ରାର୍ଥୀଙ୍କ ପ୍ରତିନିଧି ବସନ୍ତ କୁମାର ଦାସ,ସମିତିସଭ୍ୟ ପ୍ରାର୍ଥୀ ସୁରେଶ କୁମାର ନାୟକ,ରବିନ୍ଦ୍ର କୁମାର ପୃଷ୍ଟି,କିଶୋର ଚନ୍ଦ୍ର ବିଶ୍ୱାଳ,ଦେବ ରଞ୍ଜନ ଦାସ,ତାଜିମ ମହମ୍ମଦ,ହେମନ୍ତ କୁମାର ନାୟକ,ମଥୁରୀ ଚରଣ ନାୟକ,ଉଦୟନାଥ ନାୟକ,ବାବୁଲି ସିଂ,ବିରଞ୍ଚି ବେହେରା,ସରୋଜ କୁମାର ସିଂ,କୈଳାସ ନାୟକ,ମୁରଲୀ ସେଠୀ,ରଞ୍ଜିତ ପାତ୍ର,ଦେବେନ୍ଦ୍ର ସିଂ,ଶ୍ରୀଧର ବେହେରା,ମହମ୍ମଦ ରିଜୁଆନ,ମହମ୍ମଦ ଗୁଫ୍ରାନ,ମହମ୍ମଦ ବଡକୁ,ସେକ୍ ହୁସେନ,ସେକ୍ ତାଜୁଦ୍ଦିନ,ସେକ୍ କଲିମ,ସେକ୍ ରାଜୁ,ସେକ୍ ତୟବ,ସେକ୍ ମୋଜିବୁର ରହେମାନ,ଗେଡ ପରମାଣିକ ପ୍ରମୁଖ ଶତାଧିକ ଅସନ୍ତୁଷ୍ଟ ବିଜେଡି କର୍ମୀ ବୈଠକରେ ଉପସ୍ଥିତ ଥିଲେ ।
Prev Post