କଣ୍ଟାବାଞ୍ଜି ରେଲୱେ ପୁଲିସ ପୋଷିଛନ୍ତି ଗୁଣ୍ଡା ଡ଼କାୟତ

କଣ୍ଟାବାଞ୍ଜି ;୧୭/୮ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଏକ ପୁରାତନ ରେଲୱେ ଷ୍ଟେସନ ହୋଇଥିବା ବେଳେ ଏଠାରେ ଅନେକ ଇତିହାସ ରହିଛି, ଇଂରେଜ ଅମଳରୁ ଏଠାରେ ରେଲୱେ କୋର୍ଟ ରହିଥିଲା ରେଲୱେ ଡ଼ାକ୍ତରଖାନା ଭଲି ଲୋକୋ ସେଟ ମଧ୍ଯ ରହିଥିଲା, କିନ୍ତୁ ଏସବୁ ବର୍ତ୍ତମାନ ଲୁପ୍ତ ହୋଇଯାଇଛି କାରଣ ଏଠାରେ କାର୍ଯ୍ୟରତ କର୍ମଚାରୀ ଦୁର୍ନୀତି ଗ୍ରସ୍ତ ହୋଇଥିବା ହେତୁ ସମସ୍ତ ଇତିହାସ ମେଣ୍ଟିବାକୁ ବସିଲାଣି, ରେଲୱେ ଷ୍ଟେସନ ପରିସରରେ ଗୁଣ୍ଡା ମବାଲିଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି ବିକାଶ ହେବ କେମିତି..? ରେଲୱେ ଷ୍ଟେସନ ପରିସରରେ ମଦ ବିକାଳିଙ୍କ ଦାଦାଗିରି କହିଲେ ନ ସରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସିଧାସଳଖ ଧମକ ଦେବାକୁ ବି ପଛାଅନ୍ତି ନାହିଁ, କାରଣ ଡ଼କାୟତ ମାନେ ରେଳ ଯାତ୍ରୀ ମାନଙ୍କୁ ଲୁଟ କଲେ ଯାଇ ତାଙ୍କ ମଦ ବ୍ୟାପାର ଚଳେ ତେଣୁକରି ଡ଼କାୟତ ମାନଙ୍କ ବିଷୟରେ କିଛି ଗଣମାଧ୍ୟମରେ ପ୍ରକାଶ ପାଇଲେ ମଦ ବ୍ୟବସାୟୀଙ୍କୁ ବାଧୁଛି, ଆଉ ଏହାର ମୁଖ୍ୟ ହେଉଛି ରେଲୱେ ପୁଲିସ ଏମାନଙ୍କୁ ବେଆଇନ ନିଯୁକ୍ତ କରି ସୁରକ୍ଷା ପ୍ରଦାନ କରୁଛି ରେଲୱେ ପୁଲିସ, କିଛି ବର୍ଷ ପୂର୍ବେ ବେଲପଡ଼ା ଥାନା ଅଞ୍ଚଳର ଜଣେ ଯୁବକ ରାଇପୁରରେ ଦାଦନ ଖଟି ନୂଆଖାଇ ଅବସରରେ ଘରକୁ ଫେରୁଥିବା ବେଳେ ରାତିରେ ବେଲପଡ଼ା ପାଇଁ ବସ ଚଳାଚଳ ବନ୍ଦ ରହିଥିବା ହେତୁ ରେଲୱେ ଷ୍ଟେସନ ପରିସର ଟିକେଟ କାଉଣ୍ଟର ସମ୍ମୁଖରେ ଶୋଇଥିଲେ, ତାଙ୍କର ପର୍ସ ଚାରି କରି ନେଇଥିଲେ ଚୋର ମଦୁଆ ମାନେ, ସେପଟେ ଉକ୍ତ ଯୁବକଙ୍କ ବୁଢ଼ୀ ମା ଗାଁକୁ ପୁଅ ଆସିଲେ ନୂଆଖାଇ ପର୍ବ ପାଳନ କରିବା ଆଶା ବାନ୍ଧି ଅପେକ୍ଷାରେ ରହିଛି, ପର୍ସ ଚୋରି ହେବା ପରେ ଉକ୍ତ ଯୁବକ ରାଇପୁରରୁ ଯେଉଁ ପନିପରିବା ନେଇ ଘରକୁ ଯାଉଥିଲା ସେହି ପନିପରିବାକୁ କଣ୍ଟାବାଞ୍ଜି ସୋମବାର ବଜାରରେ ମାତ୍ର ୫୦ ଟଙ୍କାରେ ବିକ୍ରି କରି ପୁଣି ଥରେ ରାଇପୁର ଫେରି ଗଲେ, ଏହିସବୁ ବିଷୟ କାହାକୁ ବି ଅସୁବିଧା କରୁ ନାହିଁ କାହିଁକି..? କଣ୍ଟାବାଞ୍ଜି ରେଲୱେ ଷ୍ଟେସନକୁ କାହିଁକି ବଦନାମ କରିବା ପାଇଁ ଚାହୁଁଛନ୍ତି..? ଅନ୍ୟ ପକ୍ଷରେ ଲଲିତ ଜୈନ ମୃତ୍ୟୁ ମାମଲାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ଦାବି ହେଉଛି ଯେ ଜିଆରପି ଫାଣ୍ଡି ଅଧିକାରୀ ଓ.ଆଇ.ସି. ସୀତାରାମ ସୁନାରିଙ୍କୁ ବହିଷ୍କାର କରି ଗିରଫ କରିବା ପାଇଁ କହୁଥିବା ବେଳେ ରେଲ ବିଭାଗର ମୁଣ୍ଡ ଉପରକୁ କରି ଦେଇଛନ୍ତି ସୁନାରି ବାବୁ ମନୋଭାବରେ ନୀରବ ରହିଛି ରେଳ ବିଭାଗ, ବର୍ତ୍ତମାନ ବିଶାଖାପାଟଣା ମେଡ଼ିକାଲ ଯିବା ପାଇଁ ରେଳ ଷ୍ଟେସନକୁ ଚାଲି ଚାଲି ଯାଉଥିବା ଦୁଇ ଜଣ ବାପ ପୁଅଙ୍କୁ ରେଲୱେ ଷ୍ଟେସନ ନିକଟସ୍ଥ ସାବୁନ ବୁରେଇ ନିକଟରେ ଡ଼କାୟତ ମାନେ ଛୁରା ମାଡ଼ କରି ଟଙ୍କା ଓ ମୋବାଇଲ ଫୋନ ଏଟିଏମ କାର୍ଡ଼ ଲୁଟ କରି କଣ୍ଟାବାଞ୍ଜି ରେଲୱେ ଷ୍ଟେସନକୁ ପୁଣି ଚର୍ଚ୍ଚାର ପରିସରରେ ଆଣିଛନ୍ତି

Leave A Reply

Your email address will not be published.